Advertisment

ଅମିତାଭ ବଚ୍ଚନଙ୍କ ବଙ୍ଗଳାକୁ ଉଡେଇଦେବାକୁ ଧମକ

ବଲିଉଡ୍ ଅଭିନେତା ଅମିତାଭ ବଚ୍ଚନଙ୍କ ପ୍ରତି ରହିଛି ବିପଦ। ତାଙ୍କ ବଙ୍ଗଳାକୁ ବମ୍‌ରେ ଉଡେଇଦେବା ନେଇ ମିଳିଛି ଧମକ। ଏହି ଖବର ପାଇ ବଚ୍ଚନ ପରିବାର ଆତଙ୍କିତ ହୋଇପଡିଥିବା ବେଳେ ମୁମ୍ବାଇ ପୋଲିସ୍ ଚଳଚଞ୍ଚଳ ହୋଇଉଠିଛି। ସୂଚନା ମୁତାବକ ମୁମ୍ବାଇର ତିନୋଟି ବଡ ରେଳ ଷ୍ଟେସନ ଏବଂ ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ବଙ୍ଗଳାକୁ ବମ୍‌ ପକେଇ ଉଡ଼ାଇଦେବା ନେଇ ପୋଲିସ୍ ଏକ ଧମକ ଭରା ଫୋନ୍ କଲ ପାଇଛି।

ଅଦ୍ୟତନ ହୋଇଛି
ଅମିତାଭ ବଚ୍ଚନଙ୍କ ବଙ୍ଗଳାକୁ ଉଡେଇଦେବାକୁ ଧମକ

Amitabh Bachchan

Advertisment

ମୁମ୍ବାଇ : ବଲିଉଡ୍ ଅଭିନେତା ଅମିତାଭ ବଚ୍ଚନଙ୍କ ପ୍ରତି ରହିଛି ବିପଦ। ତାଙ୍କ ବଙ୍ଗଳାକୁ ବମ୍‌ରେ ଉଡେଇଦେବା ନେଇ ମିଳିଛି ଧମକ। ଏହି ଖବର ପାଇ ବଚ୍ଚନ ପରିବାର ଆତଙ୍କିତ ହୋଇପଡିଥିବା ବେଳେ ମୁମ୍ବାଇ ପୋଲିସ୍ ଚଳଚଞ୍ଚଳ ହୋଇଉଠିଛି। ସୂଚନା ମୁତାବକ ମୁମ୍ବାଇର ତିନୋଟି ବଡ ରେଳ ଷ୍ଟେସନ ଏବଂ ବଲିଉଡ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ ବଙ୍ଗଳାକୁ ବମ୍‌ ପକେଇ ଉଡ଼ାଇଦେବା ନେଇ ପୋଲିସ୍ ଏକ ଧମକ ଭରା ଫୋନ୍ କଲ ପାଇଛି। ତେଣୁ ପୋଲିସ ଏହିସବୁ ସ୍ଥାନରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରିଛି। ତେବେ ଅନୁସନ୍ଧାନରୁ ଏପର୍ଯ୍ୟନ୍ତ କୌଣସି ସନ୍ଧିଗ୍ଧ ମିଳି ନାହିଁ। ଏନେଇ ସମଗ୍ର ଘଟଣାର ତଦନ୍ତ ଜାରି ରହିଛି।

Advertisment

ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ ମୁମ୍ବାଇ ପୋଲିସର ମୁଖ୍ୟ ନିୟନ୍ତ୍ରଣ କକ୍ଷକୁ ଶୁକ୍ରବାର ରାତିରେ ଏକ ଫୋନ୍ କଲ୍‌ ଆସିଥିଲା। ଏହି ଫୋନ୍ କଲ୍‌ରେ ଜଣେ ବ୍ୟକ୍ତି କହିଥିଲେ ଯେ ଛତ୍ରପତି ଶିବାଜୀ ମହାରାଜ ଟର୍ମିନାସ (ସିଏସ୍‌ଏମ୍‌ଟି), ଭାୟଖଲା, ଦାଦର ରେଳ ଷ୍ଟେସନ ଓ ଜୁହୁସ୍ଥିତ ଅଭିନେତା ଅମିତାଭ ବଚ୍ଚନଙ୍କ ବଙ୍ଗଳା ଉପରେ ବମ୍‌ ଲଗାଯାଇଛି।

Advertisment

ଅଧିକାରୀ ଜଣକ ଆହୁରି କହିଛନ୍ତି ଯେ ଏହି କଲ ପାଇବା ପରେ ରେଳବାଇ ପୋଲିସ, ରେଳ ସୁରକ୍ଷା ବଳ, ବମ୍ ଡିଟେକ୍‌ସ୍‌ନ ଏବଂ ଡିସ୍‌ପୋଜାଲ୍‌ ସ୍କ୍ୱାଡ୍, ଡଗ୍ ସ୍କ୍ୱାଡ୍ ଏବଂ ସ୍ଥାନୀୟ ପୋଲିସ କର୍ମଚାରୀ ଏହିସବୁ ସ୍ଥାନରେ ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ। ପୋଲିସ ଅଧିକାରୀଙ୍କ କହିବା ଅନୁସାରେ ଏ ପର୍ଯ୍ୟନ୍ତ ଏ ସବୁ ସ୍ଥାନରୁ କୌଣସି ସନ୍ଦେହଜନକ ସନ୍ଧାନ ମିଳିନାହିଁ, କିନ୍ତୁ ସେଠାରେ ଯଥେଷ୍ଟ ପୋଲିସ ମୁତୟନ କରାଯାଇଛି ଓ ଅଧିକ ଅନୁସନ୍ଧାନ ଚାଲିଛି।

Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ