Advertisment

ଅଭିନେତ୍ରୀ ରବିନା ଟଣ୍ଡନଙ୍କ ପିତା ତଥା ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ରବି ଟଣ୍ଡନଙ୍କ ୮୫ ବର୍ଷ ବୟସରେ ଦେହାନ୍ତ

ରବିନାଙ୍କ ପିତାଙ୍କ ମୃତ୍ୟୁ ଆଜି ବଢି ସକାଳୁ ହୋଇଥିବା ନେଇ ସୂଚନା ମିଳିଛି । ଖବର ଶୁଣିବା ପରେ ବଲିଉଡର ଫିଲ୍ମ ନିର୍ମାତା ଫରାହ୍ ଖାନ୍ ଓ ଅଭିନେତ୍ରୀ ରିଦ୍ଧିମା ପଣ୍ତିତ ପ୍ରଥମେ ରଭିନାଙ୍କୁ ଭେଟିବାକୁ ଯାଇଥିଲେ ।

ଅଦ୍ୟତନ ହୋଇଛି
Raveena Tandon Father Death

Raveena Tandon Father Death

Advertisment

ଭର୍ସାଟାଇଲ୍‌ ଅଭିନେତ୍ରୀ ରବିନା ଟଣ୍ଡନଙ୍କ ପିତା ତଥା ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ରବି ଟଣ୍ଡନଙ୍କ ୮୫ ବର୍ଷ ବୟସରେ ଦେହାନ୍ତ ହୋଇଛି। ଆଜି ତାଙ୍କର ଅନ୍ତିମ ସଂସ୍କାର ସରିଛି । ରବିନା ତାଙ୍କ ପିତାଙ୍କ ଅନ୍ତିମ ସଂସ୍କାର କରୁଥିବାର ଦେଖିବାକୁ ମିଳିଥିଲା । ତାଙ୍କ ସହ ଭାଇ ରାଜୀବ ଟଣ୍ଡନ୍ ଏବଂ ସ୍ୱାମୀ ଅନିଲ ଥଡାନୀଙ୍କ ମଧ୍ୟ ରହିଥିଲେ। ଅନ୍ତିମ ସଂସ୍କାରର ଭିଡିଓରେ ରବିନା ନିଜ ପିତାଙ୍କୁ କାନ୍ଧ ଦେଉଥିବାର ମଧ୍ୟ ଦେଖିବାକୁ ମିଳିଥିଲା । ସେ ବେସ୍ ଭାବପ୍ରବଣ ମଧ୍ୟ ଦେଖାଯାଉଥିଲେ ।

Advertisment

ରବିନାଙ୍କ ପିତାଙ୍କ ମୃତ୍ୟୁ ଆଜି ବଢି ସକାଳୁ ହୋଇଥିବା ନେଇ ସୂଚନା ମିଳିଛି । ଖବର ଶୁଣିବା ପରେ ବଲିଉଡର ଫିଲ୍ମ ନିର୍ମାତା ଫରାହ୍ ଖାନ୍ ଓ ଅଭିନେତ୍ରୀ ରିଦ୍ଧିମା ପଣ୍ତିତ ପ୍ରଥମେ ରଭିନାଙ୍କୁ ଭେଟିବାକୁ ଯାଇଥିଲେ । ସୁଚନା ମୁତାବକ ରବିନାଙ୍କ ପିତା ରବି ଟଣ୍ତନ ଫୁସଫୁସ୍ ଫାଇବ୍ରୋସିସ୍ ରୋଗରେ ପୀଡିତ ଥିଲେ । ନିଶ୍ୱାସ ନେବାରେ ଅସୁବିଧା ହେଉଥିବା କାରଣରୁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ରଭିନା ନିଜ ପିତାଙ୍କ ଦେହାନ୍ତରେ ଭାବବିହୋଳ ହୋଇ ପିତାଙ୍କ ସହ ଥିବା ତାଙ୍କ କେତେକ ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଥିବାର ଦେଖିବାକୁ ମିଳିଛି ।

ରଭିନା ସେୟାର କରିଥିବା ନିଜ ପୋଷ୍ଟରେ ଲେଖିଛନ୍ତି ଯେ, ‘ତମେ ମୋ ସହ ସବୁବେଳେ ରହିବ ଏବଂ ମୁଁ ସବୁବେଳେ ତମ ଭଳି ରହିବି, ଆଇ ଲଭ୍ ୟୁ ପାପା’। ରଭିନା ଏଭଳି କ୍ୟାପ୍ସନ ଲେଖି ତାଙ୍କ ପିତାଙ୍କ ସହ ଥିବା ଅନେକ ଅଦେଖା ଫଟୋକୁ ସେୟାର କରିଛନ୍ତି ।

Advertisment

୧୯୭୦-୮୦ ଦଶକରେ ଭାରତୀୟ ସିନେମାରେ ରବି ଟଣ୍ଡନ୍ ଜଣେ ଜଣାଶୁଣା ବ୍ୟକ୍ତି ଥିଲେ । ସେ ଜଣେ ନିର୍ଦ୍ଦେଶକ, ନିର୍ମାତା ଏବଂ ଲେଖକ ମଧ୍ୟ ଥିଲେ । ସେ 'ଆନ୍ହୋନି', 'ଖେଲ ଖେଲ ମେନ୍', 'ମଜବୁର', 'ଖୁଦ୍ଦାର' ଏବଂ 'ଜିନ୍ଦାଗି' ଭଳି ଅନେକ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି।

Bollywood Raveena Tandon Father Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ