Advertisment

ଖାଲି ଦେଶ ନୁହେଁ, ବାହାରେ ବି କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ଏମାନେ

ସାଧାରଣ ଲୋକ ନୂଆ ଘର ତ କିଣିବା ପଛ କଥା ବେଳେବେଳେ ନିଜ ପୁରୁଣା ଘରର ବି ରକ୍ଷଣାବେକ୍ଷଣା କରିବାରେ ଅସମର୍ଥ ହୋଇପଡେ। କିନ୍ତୁ ବଲିଉଡ୍‌ କଳାକାରମାନଙ୍କର ବା କ’ଣ ଅଛି। ସେମାନେ ତ କୋଟି କୋଟି ଟଙ୍କା ରୋଜଗାର କରନ୍ତି ଆଉ ଖର୍ଚ୍ଚ ବି। ତେବେ ଆସନ୍ତୁ ଜାଣିବା ଏମିତି କିଛି କଳାକାରଙ୍କ ବିଷୟରେ ଯେଉଁମାନଙ୍କର ବିଦେଶରେ ଅଛି କୋଟି କୋଟି ଟଙ୍କା ମୂଲ୍ୟର ଘର।

Bollywood celebrities invested in properties abroad

Bollywood celebrities invested in properties abroad

Advertisment

ନୂଆଦିଲ୍ଲୀ: ମଧ୍ୟବିତ୍ତ ପରିବାର ପାଇଁ ଘର କିଣିବା ଏକ ସ୍ୱପ୍ନ ପରି। ସେମାନଙ୍କ ଜୀବନର ଲକ୍ଷ୍ୟ କେବଳ ସେମାନଙ୍କର ସ୍ୱପ୍ନର ଦୁନିଆକୁ ସଜେଇବା। କିନ୍ତୁ ବଲିଉଡ୍‌ ସେଲିବ୍ରେଟିମାନଙ୍କ ପାଇଁ ୪୩୦୦ କୋଟି ଟଙ୍କା ପର୍ଯ୍ୟନ୍ତ ସମ୍ପତ୍ତି ଏକ ସାଧାରଣ କଥା। କାରଣ ଅଭିନେତାମାନେ ଗୋଟିଏ ଫିଲ୍ମ ପାଇଁ କୋଟି କୋଟି ଟଙ୍କା ଚାର୍ଜ କରନ୍ତି, ଯାହା ସେମାନଙ୍କର ଅନେକ ଆୟ ଉତ୍ସ ମଧ୍ୟରୁ ଗୋଟିଏ। ବି’ଟାଉନ୍ କଳାକାରମାନଙ୍କ ବିଳାସପୂର୍ଣ୍ଣ ଜୀବନ ବିଷୟରେ ଆମେ ସମସ୍ତେ ଜାଣୁ, କିନ୍ତୁ ସେମାନଙ୍କର ବିଳାସପୂର୍ଣ୍ଣ ସମ୍ପତ୍ତି ବିଷୟରେ ଆମେ କଳନା କରିବା ବି ମୁସ୍କିଲ୍। ବଲିଉଡରେ ଏମିତି ଅନେକ ତାରକା ଅଛନ୍ତି ଯେଉଁମାନଙ୍କର ବିଦେଶରେ କୋଟି କୋଟି ଟଙ୍କାର ସମ୍ପତ୍ତି ଅଛି। ତେବେ ଆସନ୍ତୁ ସେମାନଙ୍କ ଉପରେ ନଜର ପକେଇବା।

Advertisment

ଅକ୍ଷୟ କୁମାର:

କାନାଡାର ଟରୋଣ୍ଟୋରେ ଅକ୍ଷୟ କୁମାରଙ୍କ ନାମରେ ଏକ ପୁରା ପାହାଡ ଅଛି। ଏହା ସହିତ ଏହି ପାହାଡ ଉପରେ ନିର୍ମିତ କିଛି ଆପାର୍ଟମେଣ୍ଟ ଏବଂ ବଙ୍ଗଳା ମଧ୍ୟ ଖିଲାଡି କୁମାରଙ୍କ ନାମରେ ପଞ୍ଜିକୃତ ହୋଇଛି। ଅକ୍ଷୟ ଟରୋଣ୍ଟୋକୁ ତାଙ୍କର ଦ୍ୱିତୀୟ ଘର ବୋଲି ଭାବନ୍ତି। ମରିସସ୍‌ର ଏକ ଜଣାଶୁଣା ବେଳାଭୂମିରେ ଏହି ଅଭିନେତାଙ୍କର ଏକ ବଙ୍ଗଳା ମଧ୍ୟ ଅଛି।

ପ୍ରିୟଙ୍କା ଚୋପ୍ରା:

ପ୍ରିୟଙ୍କା ଚୋପ୍ରା ୧୪୪ କୋଟି ମୂଲ୍ୟର ଏକ ମହଲାର ସହ-ମାଲିକାଣୀ। ଅଭିନେତ୍ରୀଙ୍କ ସହିତ ପପ୍ ଷ୍ଟାର୍ ନିକ୍ ଜୋନାସ୍ କାଲିଫର୍ଣ୍ଣିଆର ଲସ୍ ଆଞ୍ଜେଲ୍‌ସରେ ୨୦ ବର୍ଗଫୁଟରେ ନିର୍ମିଅର ଏହି ଘରେ ବିନିଯୋଗ କରିଛନ୍ତି। ଏହି ଅଭିନେତ୍ରୀଙ୍କ ମଣ୍ଟ୍ରିଆଲ୍‌ରେ ମଧ୍ୟ ଏକ ମହଲ ଅଛି।

Advertisment

ଶାହରୁଖ ଖାନ:

ଦୁବାଇର 'ଦ ପାମ୍‌ ଜୁମେରାହ'ରେ କିଙ୍ଗ ଖାନଙ୍କର ଏକ ବିଳାସପୂର୍ଣ୍ଣ ଘର ଅଛି, ଯାହାର ମୂଲ୍ୟ ୧୭.୮୪ କୋଟି ଟଙ୍କା। ଏହି ବିଳାସପୂର୍ଣ୍ଣ ଘରେ ଏକ ଘରୋଇ ବେଳାଭୂମି ମଧ୍ୟ ଅଛି। ଏହି ଭିଲ୍ଲା ୮୫୦୦ ବର୍ଗଫୁଟ ଓ୧୪୦୦୦ ବର୍ଗଫୁଟର ପ୍ଲଟ ଉପରେ ରହିଛି। ତାଙ୍କ ନାମରେ ସେଣ୍ଟ୍ରାଲ୍‌ ଲଣ୍ଡନର ପାର୍କ ଲେନ୍‌ରେ ୧୮୩ କୋଟି ଟଙ୍କା ମୂଲ୍ୟର ଏକ ଆପାର୍ଟମେଣ୍ଟ୍ ମଧ୍ୟ ଅଛି।

ଅମିତାଭ ବଚ୍ଚନ:

ବିଗ୍ ବି ଅମିତାଭ ବଚ୍ଚନଙ୍କ ପାଖରେ ସମୁଦାୟ ୮ଟି ବିଳାସପୂର୍ଣ୍ଣ ଘର ଅଛି, ସେଥିମଧ୍ୟରୁ ପାଞ୍ଚଟି ମୁମ୍ବାଇରେ। ଏହା ବ୍ୟତୀତ ପ୍ୟାରିସ୍‌ରେ ମଧ୍ୟ ଏକ ଘର ଅଛି ଯାହାର ମୂଲ୍ୟ ପ୍ରାୟ ୩ କୋଟି ଟଙ୍କା ହେବ।

Advertisment

ସଲମାନ ଖାନ:

ଦୁବାଇରେ ସଲମାନ ଖାନଙ୍କର ଏକ ସୁନ୍ଦର ଆପାର୍ଟମେଣ୍ଟ ଅଛି। ଏହା ଭାଇଜାନଙ୍କର ପ୍ରିୟ ସହର ବୋଲି ଜଣାଯାଏ। ଏହି ଆପାର୍ଟମେଣ୍ଟଟି ବୁର୍ଜ ଖଲିଫା ନିକଟରେ ଥିବା ‘ଦ ଏଡ୍ରେସ୍ ଡାଉନ୍‌ଟାଉନ’'ରେ ରହିଛି।

କରୀନା କପୁର ଖାନ- ସୈଫ୍‌ ଅଲି ଖାନ:

ଏହି ଦମ୍ପତି ସ୍ୱିଜରଲ୍ୟାଣ୍ଡର ଗସ୍ତାଦରେ ଏକ ବିଳାସପୂର୍ଣ୍ଣ ଘର ମାଲିକ। ସେମାନେ ନିଜ ସାଙ୍ଗମାନଙ୍କ ସହିତ ପ୍ରତିବର୍ଷ ସେଠାକୁ ବୁଲିବାକୁ ଯାଆନ୍ତି।

ଜନ୍ ଆବ୍ରହାମ:

ଆମେରିକାର ଲସ୍ ଆଞ୍ଜେଲ୍ସର ବେଲ୍ ଏୟାର ଅଞ୍ଚଳରେ ଜନ୍ ଆବ୍ରାହମ୍‌ଙ୍କର ଏକ ମହଲ ଅଛି। ହଲିଉଡ୍‌ର ସୁପର୍‌ଷ୍ଟାର୍‌ ଜେନିଫର୍ ଏନିଷ୍ଟନ୍ ଏବଂ ଆଞ୍ଜେଲିନା ଜଲି ହେଉଛନ୍ତି ଜନ୍‌ଙ୍କ ପଡ଼ୋଶୀ।

ଅଭିଷେକ ବଚ୍ଚନ-ଐଶ୍ୱର୍ଯ୍ୟା ରାୟ:

ଦୁବାଇର ଜୁମେରାହର ଗଲ୍ଫ ଇଷ୍ଟେଟ୍‌ରେ ଏହି ଦମ୍ପତିଙ୍କର ଏକ ଭିଲ୍ଲା ଅଛି, ଯାହା ୫୬୦୦ ବର୍ଗଫୁଟରୁ ୧୦,୬୦୦ ବର୍ଗଫୁଟ ପର୍ଯ୍ୟନ୍ତ ବ୍ୟାପିଛି। ଅନୁଯାୟୀ ଏହାର ମୂଲ୍ୟ ୨୮ କୋଟିରୁ ୬୭ କୋଟି ହେବ ବୋଲି ଅନୁମାନ କରାଯାଏ।

Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ