Advertisment

ଏମିତି କ’ଣ ହେଲା ୟାମିଙ୍କ ମୁହଁ ? ଆପଣ ବି ଦେଖିଲେ କହିବେ OMG

କିଛିଦିନ ହେବ ବଲିଉଡ୍‌ ଅଭିନେତ୍ରୀ ୟାମି ଗୌତମଙ୍କୁ ନେଇ ବେଶ୍‌ ଚର୍ଚ୍ଚା। ପ୍ରଥମେ ଲୁଚିଛପି ବିବାହ, ଏବେ ଫିଲ୍ମ ‘Bhoot Police’କୁ ନେଇ ଲଗାତାର ଭାବେ ସେ ଚର୍ଚ୍ଚାରେ ରହି ଆସୁଛନ୍ତି। ଫିଲ୍ମରେ ୟାମିଙ୍କ ଅଭିନୟ ଓ ଚରିତ୍ରକୁ ବେଶ୍‌ ପ୍ରଶଂସା କରାଯାଉଛି।

ଅଦ୍ୟତନ ହୋଇଛି
Yami Gautam New Looks In Film ‘Bhoot Police’

Yami Gautam New Looks In Film ‘Bhoot Police’

Advertisment

ମୁମ୍ବାଇ: କିଛିଦିନ ହେବ ବଲିଉଡ୍‌ ଅଭିନେତ୍ରୀ ୟାମି ଗୌତମଙ୍କୁ ନେଇ ବେଶ୍‌ ଚର୍ଚ୍ଚା। ପ୍ରଥମେ ଲୁଚିଛପି ବିବାହ, ଏବେ ଫିଲ୍ମ ‘Bhoot Police’କୁ ନେଇ ଲଗାତାର ଭାବେ ସେ ଚର୍ଚ୍ଚାରେ ରହି ଆସୁଛନ୍ତି। ଫିଲ୍ମରେ ୟାମିଙ୍କ ଅଭିନୟ ଓ ଚରିତ୍ରକୁ ବେଶ୍‌ ପ୍ରଶଂସା କରାଯାଉଛି। ଏଥିରେ ୟାମିଙ୍କ ମୁହଁକୁ ଦେଖିଲେ ହଠାତ୍‌ ଆପଣ ଚକିତ ହୋଇଯିବେ। ଫିଲ୍ମରେ ଭୂତ ଚରିତ୍ରରେ ନଜର ଆସିଥିବା ୟାମି ଫିଲ୍ମରେ ନିଜ ଭୂମିକାକୁ ନେଇ କିଛି ଅନୁଭୂତି ସୋସିଆଲ ମିଡିଆରେ ଶେଆର କରିଛନ୍ତି। ସେ ଏଭଳି କିଛି ଫଟୋ ଶେଆର କରିଛନ୍ତି, ଯାହାକୁ ଦେଖିଲେ ଆପଣ କହିବେ OMG ! ! !

Advertisment

ୟାମି ସୋସିଆଲ୍‌ ମିଡିଆରେ ବେଶ୍‌ ସକ୍ରିୟ। ନିକଟରେ ସେ ଇନ୍‌ଷ୍ଟାଗ୍ରାମରେ କିଛି BTS ଫଟୋକୁ ଭିଡିଓ ମାଧ୍ୟମରେ ଶେଆର କରିଛନ୍ତି। ଏଥିରେ ସେ ଫିଲ୍ମ ‘Bhoot Police’ରେ ନିଜ ଭୂମିକାକୁ ନେଇ କିଛି ଅନୁଭୂତି ଫ୍ୟାନ୍ସଙ୍କ ସହ ଶେଆର କରିଛନ୍ତି। ୟାମିଙ୍କ ଏହି ଫଟୋକୁ ଦେଖିଲେ ଯେ କେହିବି ପ୍ରଥମେ ଭୟଭୀତ ହୋଇଯିବେ। 

Advertisment

ପୋଷ୍ଟ ଶେଆର କରି କ୍ୟାପସନରେ ୟାମି ଲେଖିଛନ୍ତି, ‘ମୋତେ ହରର୍‌ ଫିଲ୍ମ ବହୁତ ଭଲ ଲାଗେ। ଏଥିପାଇଁ ‘Bhoot Police’ରେ ଏହି ଚରିତ୍ରରେ ଅଭିନୟ କରିବା ପାଇଁ ମୁଁ ନିଷ୍ପତ୍ତି ନେଇଥିଲି। ହେଲେ ଏସବୁ ମୋ ପାଇଁ ଏତେ ସହଜ ନଥିଲା। ମୋତେ ପ୍ରସ୍ତୁତ ହେବାପାଇଁ ୩ ଘଣ୍ଟା ସମୟ ଲାଗୁଥିଲା ଓ ୪୫ ମିନିଟ୍‌ ଏହି ଭୂମିକାରୁ ବାହାରକୁ ବାହାରିବା ପାଇଁ ଲାଗୁଥିଲା। ହିମାଚଳରେ ରାତିରେ ଅତ୍ୟଧିକ ଥଣ୍ଡା ଅନୁଭୂତ ହୋଇଥାଏ। ଏସବୁ ସତ୍ତ୍ୱେ ଖାଲି ପାଦରେ ପ୍ରତ୍ୟେକ ଦିନ ତାରବାଡ଼ ମଧ୍ୟରେ ଶୁଟିଂ କରିବାକୁ ପଡ଼ୁଥିଲା। ଏପରିକି ତଣ୍ଟିରେ ମୋର ଆଘାତ ଲାଗିଥିଲା। ତଥାପି ମୁଁ କିଛି କରିବାକୁ ଚାହୁଁଥିଲି। ଏଥିପାଇଁ ଯୋଗାଭ୍ୟାସ ମୋତେ ବହୁତ ସାହାଯ୍ୟ କରିଥିଲା। ଶୁଟିଂ ସେଟ୍‌ରେ ସମୟ ମିଳିବା କ୍ଷଣି ମୁଁ ଯୋଗାଭ୍ୟାସ କରୁଥିଲି।’

Advertisment

ୟାମି ଏକ ଭିଡିଓ ମଧ୍ୟ ଶେଆର କରିଛନ୍ତି। ଯେଉଁଥିରେ ଭୂତ ଚରିତ୍ରରେ ଅଭିନୟ ପାଇଁ ନେଇଥିବା ମେକ୍‌ଅପ୍‌ ସଫା କରୁଥିବା ଦେଖିବାକୁ ମିଳିଛି। 

Yami Gautam Bhoot Police Bollywood Actress
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ