Advertisment

କିଲର୍‌ ଭୂମିକାରେ ଅଭିଷେକ : ବବ୍ ବିଶ୍ୱାସ ହୋଇ ଜିତିଲେ ହୃଦୟ

ଫିଲ୍ମ ‘ବବ୍ ବିଶ୍ୱାସ’ରେ ଅଭିଷେକ ବଚ୍ଚନଙ୍କୁ ଏକ ଭିନ୍ନ ଭୂମିକାରେ ଦେଖିବାକୁ ମିଳିଛି। ସେ ଏଥିରେ ଜଣେ କିଲର୍‌ ଭୂମିକା ନିଭାଉଛନ୍ତି। ଏହା ସହିତ ଜଣେ ପତି ଓ ଜଣେ ପିତାର ଭୂମିକାକୁ ବାସ୍ତବତାର ସହିତ ଫୁଟେଇଛନ୍ତି ସେ।

Bob Biswas movie review, Abhishek Bachhan and Chitrangada Singh did great acting

Bob Biswas movie review, Abhishek Bachhan and Chitrangada Singh did great acting

Advertisment

ନୂଆଦିଲ୍ଲୀ : ନିକଟରେ ରିଲିଜ୍ ହୋଇସାରିଛି ଅଭିଷେକ ବଚ୍ଚନ ଓ ଚିତ୍ରାଙ୍ଗଦା ଅଭିନୀତ ଫିଲ୍ମ୍ ‘ବବ୍ ବିଶ୍ୱାସ’। ଦୀର୍ଘଦିନର ଅପେକ୍ଷା ପରେ ଫିଲ୍ମକୁ ଓଟିଟି ପ୍ଲାଟଫର୍ମରେ ରିଲିଜ କରାଯାଇଛି। ଏହି ଫିଲ୍ମର କାହାଣୀ ୨୦୧୨ରେ ଆସିଥିବା ବିଦ୍ୟା ବାଲନଙ୍କ ଅଭିନୀତ ଫିଲ୍ମ ‘କାହାନୀ’ର ଏକ ଚରିତ୍ର ଉପରେ ଆଧାରିତ।

Advertisment

କାହାଣୀ:

ଏହି ଫିଲ୍ମର କାହାଣୀ ମୁଖ୍ୟ ଚରିତ୍ର ହେଉଛନ୍ତି ବବ୍ ବିଶ୍ୱାସ(ଅଭିଷେକ ବଚ୍ଚନ)। ସେ ଜଣେ କିଲର। ବବ୍ ବିଶ୍ୱାସଙ୍କର ଏକ ଛୋଟ ପରିବାର ଅଛି। ଏହି ପରିବାରରେ ରୁହନ୍ତି ତାଙ୍କ ପତ୍ନୀ ମେରୀ ବିଶ୍ୱାସ(ଚିତ୍ରାଙ୍ଗଦା ସିଂହ) ଆଉ ଦୁଇ ଜଣ ପିଲା। ଫିଲ୍ମର ଆରମ୍ଭରେ ଦେଖାଯାଏ ଯେ ବଙ୍ଗାଳୀ ବାବୁ ବବ୍ ବିଶ୍ୱାସ ଅନେକ ବର୍ଷ ଧରୁ କୋମାରେ ଥିଲେ, ବର୍ତ୍ତମାନ ତାଙ୍କର ପୂର୍ବ କଥା କିଛି ବି ମନେ ନାହିଁ। ଏନେଇ ସେ ବାରମ୍ଭାର ତାଙ୍କ ପୂର୍ବ କଥା ଜାଣିବାକୁ ଚେଷ୍ଟା କରୁଛନ୍ତି।

କିନ୍ତୁ ସେ କୁହନ୍ତି ଯେ ଖରାପ ଜିନିଷ ଏତେ ଶୀଘ୍ର କିପରି ବା ପିଛା ଛାଡିବ। ବବ୍‌ଙ୍କ ସହିତ ଏମିତି କିଛି ହେଉଛି। ଅତୀତର ଲୋକେ ତାଙ୍କ ପିଛା ଛାଡୁ ନାହାନ୍ତି। ତେଣୁ ସେ ପୁଣି ଥରେ ସୁଟ୍ କରିବା କାମରେ ଲାଗି ଯାଆନ୍ତି। କିନ୍ତୁ ଗୋଟିଏ ଦିନ ବବଙ୍କ ମନେ ପଡିଯାଏ ଯେ ସେ ତାଙ୍କ ପତ୍ନୀ ଓ ପିଲାମାନଙ୍କୁ ବହୁତ ଭଲ ପାଆନ୍ତି। ଏନେଇ ସେ ଏହି ଧନ୍ଦା ଛାଡିଦେବେ।

Advertisment

ଏହିଠାରୁ ହିଁ ତାଙ୍କ ଜୀବନ ଅତୀତର ପୃଷ୍ଠାରୁ ଜଟିଳତା ଆଡକୁ ଚାଲିଆସେ। ଏହି ଲଢେଇରେ ବବ୍ ତାଙ୍କ ପତ୍ନୀ ଓ ପିଲାମାନଙ୍କୁ ହରେଇ ବସନ୍ତି। ଏହାପରେ ଆରମ୍ଭ ହୁଏ ପ୍ରତିଶୋଧ ନେବାର କାହାଣୀ। ତେବେ ଏହାର ଶେଷ କ’ଣ ହେଉଛି ଜାଣିବା ପାଇଁ ଆପଣଙ୍କୁ ଏହି ସିନେମା ଦେଖିବାକୁ ପଡିବ।

ଅଭିଷେକଙ୍କ ଚମତ୍କାର ଅଭିନୟ:

ଅଭିଷେକ ବଚ୍ଚନ ବଲିଉଡର ସେହି କଳାକାର କିଏ ସବୁ ଚରିତ୍ରକୁ ନେଇ ଏକ୍ସପେରିମେଣ୍ଟ କରନ୍ତି। ଏହି ଫିଲ୍ମରେ ମଧ୍ୟ ଅଭିଷେକ ବବ୍ ବିଶ୍ୱାସ ଭୂମିକାକୁ ଦମଦାର ସହିତ ନିଭେଇଛନ୍ତି। ସେ ଏହି ଫିଲ୍ମରେ ଜଣେ କିଲର, ଜଣେ ପତି ଆଉ ଜଣେ ବାପା ଭୂମିକାରେ ବହୁତ ବାସ୍ତବ ଅଭିନୟ କରିଛନ୍ତି।

Advertisment
Abhishek Bachhan and Chitrangada Singh did great acting in Bob Biswasବବ୍ ବିଶ୍ୱାସରେ ଅଭିଷେକ ଓ ଚିତ୍ରାଙ୍ଗଦାଙ୍କ ଚମତ୍କାର ଅଭିନୟ

ଯିଏ ଏହି ଫିଲ୍ମ ଦେଖିବ ଏଥିରେ ବବ୍ ବିଶ୍ୱାସ ଭୂମିକାରେ ଅଭିଷେକଙ୍କ ପରିଶ୍ରମକୁ ଦେଖିପାରିବ। ସେହିପରି ଚିତ୍ରାଙ୍ଗଦା ମଧ୍ୟ ନିଜ ଭୂମିକାକୁ ସୂଚାରୁ ରୂପରେ ନିଭେଇଛନ୍ତି। ଚିତ୍ରାଙ୍ଗଦାଙ୍କ ଭୂମିକା ଛୋଟ ହୋଇଥିଲେ ମଧ୍ୟ ବହୁତ ହୃଦୟସ୍ପର୍ଶୀ।

କାହିଁକି ଦେଖିବେ ଫିଲ୍ମ:

ସୁଜାଁୟ ଘୋଷଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମର ପରିପାଟ୍ଟୀ ଖୁବ ଚମତ୍କାର। ଏହି ଫିଲ୍ମର ଛୋଟରୁ ଛୋଟ ଦୃଶ୍ୟରେ ମଧ୍ୟ ବାସ୍ତବତା ଝରିଯାଉଛି। ସବୁଠାରୁ ବଡ କଥା ହେଲା ଓଟିଟି ପ୍ଲାଟଫର୍ମରେ ଏହି ଫିଲ୍ମ ଦେଖାଯାଉଥିବାରୁ ଏଥିରେ କୌଣସି ଗୀତ ବି ଦେଖାଯିବ ନାହିଁ, ତଥାପି ଆପଣ ପୂରା ଫିଲ୍ମ ନ ଦେଖି ଉଠିପାରିବେ ନାହିଁ। ଏହା ଛଡା ଆପଣ ଯଦି ଏଥିରେ ଅଭିଷେକଙ୍କ ଧମାକାଦାର ଅଭିନୟ ଦେଖିବାକୁ ଚାହୁଁଛନ୍ତି ତେବେ ଏହି ଫିଲ୍ମକୁ ମିସ୍ କରନ୍ତୁ ନାହିଁ।

କାହିଁକି ଦେଖିବେ ନାହିଁ:

ଯଦି ଆପଣ କେବଳ କମେଡୀ-ଡ୍ରାମା ଫିଲ୍ମ ଦେଖିବାକୁ ପସନ୍ଦ କରନ୍ତି, ତେବେ ଏହା ଆପଣଙ୍କୁ ଭଲ ନ ଲାଗିପାରେ। ଫିଲ୍ମର ଶେଷରେ ବବ୍ ବିଶ୍ୱାସ ଓ ବିଦ୍ୟା ବାଲନଙ୍କ ସଂପର୍କକୁ ମଧ୍ୟ ଦେଖାଯାଇଛି। ଏହାକୁ ଦେଖି ଲାଗୁଛି ସତେ ଯେପରି ଫିଲ୍ମର ଆଗାମୀ ସିକ୍ୱେଲ୍ ରିଲିଜ ହେବ।

Bollywood Bob Biswas
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ