Advertisment

ୟୁକ୍ରେନ୍‌ ଭାରତୀୟ ସିନେମା ପାଇଁ ଏକ ସୁନ୍ଦର ଜାଗା

ଋଷ୍-ୟୁକ୍ରେନ୍ ଭିତରେ ହିଂସା ବଢିଚାଲିଛି। ଏହା କେବଳ ଦୁ‍ଇ ଦେଶ ଭିରରେ ସଂପର୍କକୁ ତିକ୍ତତା କରୁନି, ଏହାର ଗଭୀର ପ୍ରଭାବ ଅର୍ଥନୀତି, ଷ୍ଟକ୍ ମାର୍କେଟ୍‌ ଓ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ଦେଖାଯିବ। ୟୁକ୍ରେନ୍‌କୁ ବଲିଉଡ୍‌ର ସବୁଠାରୁ ସୁନ୍ଦର ସ୍ଥାନ ଭାବରେ ବିବେଚନା କରାଯାଏ। ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଫିଲ୍ମ ଏଠାରେ ସୁଟିଂ ହୋଇଛି।

Big budget movies have been shot in Ukraine

Big budget movies have been shot in Ukraine

Advertisment

ୟୁକ୍ରେନ ଓ ଋଷ୍‌ ମଧ୍ୟରେ ସମ୍ପର୍କ ଖରାପ ହେବାରେ ଲାଗିଛି। ପୁଟିନଙ୍କ ଦ୍ୱାରା ସାମରିକ କାର୍ଯ୍ୟାନୁଷ୍ଠାନ ଘୋଷଣା ପରେ, ବର୍ତ୍ତମାନ ଏପରି ଅନେକ ଜିନିଷ ଅଛି ଯାହା ଚିନ୍ତାର ବିଷୟ ପାଲଟିଯାଇଛି। ତେବେ ପ୍ରଥମ ଦିନର ଯୁଦ୍ଧରେ ୧୩୭ ଜଣଙ୍କର ମୃତ୍ୟୁ ହୋଇଛି। ଯଦିଓ ଏହି ଯୁଦ୍ଧ କେବଳ ଋଷ୍‌-ୟୁକ୍ରେନ ମଧ୍ୟରେ ଚାଲିଛି, କିନ୍ତୁ ଏହାର ପ୍ରଭାବ ସମଗ୍ର ବିଶ୍ୱକୁ ଆତଙ୍କିତ କରିଛି।

Advertisment

ଏହି ଯୁଦ୍ଧରେ କେବଳ ଯେ ପାରସ୍ପରିକ ସମ୍ପର୍କରେ ତିକ୍ତତା ଆସିବ ତାହା ନୁହେଁ, ଏହାର ଗଭୀର ପ୍ରଭାବ ଅର୍ଥନୀତି, ଷ୍ଟକ୍ ମାର୍କେଟ୍‌ ଓ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ଦେଖାଯିବ। ଅନେକ ଭାରତୀୟ ସିନେମା ଅଛି ଯାହା ୟୁକ୍ରେନ୍‌ରେ ସୁଟ୍ ହୋଇଛି। ଯେକୌଣସି ଚଳଚ୍ଚିତ୍ର ସୁଟିଂ ପାଇଁ ୟୁକ୍ରେନ୍‌କୁ ସବୁଠାରୁ ସୁନ୍ଦର ସ୍ଥାନ ଭାବରେ ବିବେଚନା କରାଯାଏ। ତେବେ ଆସନ୍ତୁ ଜାଣିବା କେଉଁସବୁ ଫିଲ୍ମ ୟୁକ୍ରେନରେ ସୁଟିଂ ହୋଇଛି।

ଆର୍‌ଆର୍‌ଆର୍:

ଆଜିକାଲି ଆଲିଆ ଭଟ୍ଟ ତାଙ୍କ ଚଳଚ୍ଚିତ୍ର ପାଇଁ ହେଡ୍‌ଲାଇନ୍‌ରେ ଅଛନ୍ତି। ତେବେ ଏସ୍ ରାଜାମୌଲୀଙ୍କ ଚଳଚ୍ଚିତ୍ର ‘ଆର୍‌ଆର୍‌ଆର୍’ ଯେଉଁଥିରେ ଆଲିଆ ଭଟ୍ଟଙ୍କ ସହିତ ଅଜୟ ଦେବଗାନ୍, ଜୁନିଅର୍ ଏନ୍‌ଟିଆର୍ ଅଭିନୟ କରିଛନ୍ତି, ଏହାର ସୁଟିଂର ଏକ ଅଂଶ ମଧ୍ୟ ୟୁକ୍ରେନ୍‌ରେ ହୋଇଛି।

Advertisment

ଟାଇଗର ୩:

ସଲମାନ ଖାନ୍‌ ଓ କ୍ୟାଟ୍ରିନା କୈଫ୍‌ଙ୍କ ଅଭିନୀତ ଚଳଚ୍ଚିତ୍ର ‘ଟାଇଗର ୩’ ର କିଛି ଅଂଶ ମଧ୍ୟ ୟୁକ୍ରେନ୍‌ରେ ସୁଟିଂ କରାଯାଇଛି।

୨୦:

ସାଉଥ୍‌ ସୁପର୍‌ଷ୍ଟାର୍‌ ରଜନୀକାନ୍ତ, ଆମି ଜ୍ୟାକ୍‌ସନ୍‌ ଓ ଅକ୍ଷୟ କୁମାରଙ୍କ ଫିଲ୍ମ ୨.୦ ମଧ୍ୟ ୟୁକ୍ରେନରେ ସୁଟିଂ କରାଯାଇଛି। ଏହି ଚଳଚ୍ଚିତ୍ରରେ ପ୍ରଦର୍ଶିତ ଗୀତଟି ସେହି ଦେଶର ଟନେଲ୍ ଅଫ୍ ଲଭ୍‌ରେ ଚିତ୍ରିତ କରାଯାଇଥିଲା।

Advertisment

ୱିନର୍:

ତେଲୁଗୁ ଚଳଚ୍ଚିତ୍ର ‘ୱିନର୍’ରେ ସାଇ ଧର୍ମ ତେଜଙ୍କ ସହ ରକୁଲ ପ୍ରୀତ ସିଂଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଥିଲେ ଗୋପୀଚାନ୍ଦ ମଲିନେନୀ। ଏହି ଚଳଚ୍ଚିତ୍ରର ଅନେକ ଦୃଶ୍ୟ ୟୁକ୍ରେନର କିଭ୍‌ରେ ସୁଟିଂ କରାଯାଇଛି। ଏପରିକି ଏହାର କେତେକ ଗୀତ ମଧ୍ୟ ୟୁକ୍ରେନ୍‌ରେ ସୁଟିଂ କରାଯାଇଛି।

୯୯ ସଙ୍ଗ୍:

ବଲିଉଡର ପ୍ରସିଦ୍ଧ ଗାୟକ ଏଆର୍ ରହମାନଙ୍କ ଦ୍ୱାରା ଲିଖିତ ଓ ନିର୍ମିତ ଗୀତ ‘ସଙ୍ଗ୍ ୯୯’କୁ ୟୁକ୍ରେନ୍‌ରେ ସୁଟିଂ କରାଯାଇଥିଲା। ଏହି ଗୀତଟି ଏହାନ ଭଟ ଏବଂ ଏଲିଲ୍ସୀ ଭର୍ଗାସ୍‌ରେ ଚିତ୍ରିତ ହୋଇଛି। ଏହି ଗୀତରେ ମନୀଷା କୋଇରାଲା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ।

Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ