Advertisment

ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ ଦେବା କହି ଅଭିନେତ୍ରୀଙ୍କୁ ହୋଟେଲ୍ ଡାକିଲେ; ମଦ୍ୟପାନ କଲେ; ତା’ ପରେ…

ଏହି ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରୁ ଏକ ଲଜ୍ଜାଜନକ ଖବର ମାମଲା ସାମ୍ନାକୁ ଆସିଛି। ଜଣେ ଅଭିନେତ୍ରୀଙ୍କ ସହ ଦୁଷ୍କର୍ମ ହେବା ଭଳି ଖବରକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ତାଙ୍କୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ କାମ ଦେବା କହି ଅଭିନେତ୍ରୀଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି।

Bhojpuri actress rape in gurugram hotel

Bhojpuri actress rape in gurugram hotel

Advertisment

ଭୋଜପୁରୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରୁ ଏକ ଲଜ୍ଜାଜନକ ଖବର ମାମଲା ସାମ୍ନାକୁ ଆସିଛି। ଜଣେ ଅଭିନେତ୍ରୀଙ୍କ ସହ ଦୁଷ୍କର୍ମ ହେବା ଭଳି ଖବରକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା। ତାଙ୍କୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ କାମ ଦେବା କହି ଅଭିନେତ୍ରୀଙ୍କ ସହ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏହି ମାମଲାର ଅଭିଯୋଗ ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

ଏହି ଘଟଣା ପରେ ଅଭିନେତ୍ରୀ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ଏହି ଘଟଣା ୨୯ ଜୁନର ବୋଲି କୁହାଯାଉଛି। ପୀଡିତା ଅଭିଯୋଗ କରିଛନ୍ତି ଯେ ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ ଦେବାର ବାହାନା କରି ଅଭିଯୁକ୍ତ ତାଙ୍କୁ ରାଜଧାନୀ ଦିଲ୍ଲୀସ୍ଥ ଗୁରୁଗ୍ରାମର ଏକ ହୋଟେଲକୁ ଡାକିଥିଲେ। ସେଠାରେ ତାଙ୍କ ସହ ଦୁଷ୍କର୍ମ କରିଥିବା ସେ କହିଛନ୍ତି।

ଅଭିନେତ୍ରୀ ପୋଲିସକୁ କହିଛନ୍ତି ଯେ କିଛି ଦିନ ପୂର୍ବେ ମହେଶ ପାଣ୍ଡେ ନାମକ ଜଣେ ବ୍ୟକ୍ତିଙ୍କ ସହ ତାଙ୍କର ଯୋଗାଯୋଗ ହୋଇଥିଲା ଏବଂ ସେ ଭୋଜପୁରୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଅଛନ୍ତି ବୋଲି ତାଙ୍କୁ କହିଥିଲେ। ସେ ତାଙ୍କୁ କାମ ଦେଇପାରିବେ ବୋଲି କହିଥିଲେ। ଜୁନ୍ ୨୯ରେ ସାକ୍ଷାତକାର ବାହାନାରେ ଉଦୟ ବିହାର ଅଞ୍ଚଳର ଏକ ହୋଟେଲକୁ ତାଙ୍କୁ ଡାକିଥିଲେ। ସେ ଏଠାରେ ପହଞ୍ଚିବା ପରେ ଅଭିଯୁକ୍ତଙ୍କ ରୁମ୍ ବୁକ୍ କରିଥିଲେ।

Advertisment

ଯୁବତୀଙ୍କ ଅଭିଯୋଗ ଅନୁସାରେ କିଛି ପ୍ରଶ୍ନ ପଚାରିବା ପରେ ମହେଶ ହଠାତ୍ ମଦ୍ୟପାନ କରିବା ଆରମ୍ଭ କରିଥିଲେ। ଏହା ଦେଖି ଯୁବତୀ ଜଣଙ୍କ ଉଠି ଚାଲିଯିବାକୁ ବାହାରିବାରୁ ଅଭିଯୁକ୍ତ ତାଙ୍କୁ ଧରି ପକେଇଥିଲେ ଏବଂ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ଯୁବତୀ ଜଣଙ୍କ ତାଙ୍କୁ ବିରୋଧ କରିବାରୁ ଅଭିଯୁକ୍ତ ତାଙ୍କୁ ଅପଶବ୍ଦ ବ୍ୟବହାର କରିବା ସହ ହତ୍ୟା ଧମକ ଦେଇଥିଲା। ଯୁବତୀ ଜଣଙ୍କ ଅଭିଯୋଗ କରିଛି ଯେ ସେ ସୁଭାଷ ନାମକ ଏକ ଜାଲ୍ ଆଇଡି ଦ୍ୱାରା ହୋଟେଲରେ ରୁମ୍ ବୁକ୍ ମଧ୍ୟ କରିଥିଲେ।

ଅଭିଯୁକ୍ତ ମହେଶ ପାଣ୍ଡେ ଗୁରୁଗ୍ରାମର ଚକ୍ରପୁର ଅଞ୍ଚଳର ବାସିନ୍ଦା ବୋଲି କୁହାଯାଉଛି। ଧମକ ଦେବା ସମେତ ଅନ୍ୟ ଧାରାରେ ପୋଲିସ ଏକ ମାମଲା ରୁଜୁ କରିଛି। ଏସିପି କ୍ରାଇମ ବରୁଣ ଦହିୟା କହିଛନ୍ତି ଯେ ଟିମ୍ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରୁଛି।

Advertisment
Rape Case Indian Film Industry Casting Couch Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ