Advertisment

କମେଡି କ୍ୱିନ୍ ଭାରତୀ ସିଂ ମାଗିଲେ କ୍ଷମା; ଜାଣନ୍ତୁ କ’ଣ କରିଥିଲେ ଭୁଲ୍

ହାତ ଯୋଡି କ୍ଷମା ମାଗିଛନ୍ତି ଭାରତୀ ସିଂ। ନିଶ ଦାଢି ରଖୁଥିବା ଲୋକଙ୍କୁ ନେଇ ଉଡେଇଥିଲେ ମଜ୍ଜା। ଦେଖନ୍ତୁ କ’ଣ କହିଥିଲେ।

ଅଦ୍ୟତନ ହୋଇଛି
Bharti Singh apologises on beard moustache statement

Bharti Singh apologises on beard moustache statement

Advertisment

କ୍ଷମା ମାଗିଲେ କମେଡି କ୍ୱିନ୍ ଭାରତୀ ସିଂ। ନିଶ ଦାଢିକୁ ନେଇ ଦେଇଥିବା ମଜାଳିଆ ବିବୃତ୍ତି ଉପରେ ସଫେଇ ଦେଇଛନ୍ତି ଭାରତୀ। ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ୍‌ରେ କ୍ଷମା ମାଗୁଥିବା ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ଭାରତୀଙ୍କୁ ହାତ ଯୋଡି କ୍ଷମା ମାଗୁଥିବା ଦେଖିବାକୁ ମିଳିଛି। ଭିଡିଓରେ ସେ କହିଛନ୍ତି ଯେ ତାଙ୍କର ଉଦ୍ଦେଶ୍ୟ କାହାକୁ ଆଘାତ ଦେବାର ନଥିଲା। କିନ୍ତୁ ଏହାକୁ ନେଇ ଯଦି କେହି ଆଘାତ ପ୍ରାପ୍ତ ତେବେ ସେ ଏଥିପାଇଁ କ୍ଷମା ମାଗିଛନ୍ତି ବୋଲି କହିଛନ୍ତି।

Advertisment

ଭାରତୀ ସିଂ ଇନ୍‌ଷ୍ଟାଗ୍ରାମ୍‌ରେ ଏହି କ୍ଷମା ପ୍ରାର୍ଥନାର ଭିଡିଓ ଶେୟାର କରି କ୍ୟାପ୍‌ସନ୍‌ରେ ଲେଖିଛନ୍ତି – “ମୁଁ ଲୋକମାନଙ୍କୁ ଖୁସି କରିବା ପାଇଁ କମେଡି କରେ, କାହାର ହୃଦୟକୁ ଆଘାତ କରିବା ମୋର ଉଦ୍ଦେଶ୍ୟ ନୁହେଁ। ଯଦି ମୋର କୌଣସି ଶବ୍ଦ ଦ୍ୱାରା କେହି ଆଘାତ ପାଇଛନ୍ତି, ତେବେ ନିଜର ଭଉଣୀ ବୋଲି ଭାବି ମୋତେ କ୍ଷମା କରିଦେବେ।

ହାତ ଯୋଡି କ୍ଷମା ମାଗିଲେ:

ଭିଡିଓରେ ଭାରତୀ କହିଛନ୍ତି ଯେ “ମୋର ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି ଏବଂ ଲୋକମାନେ ମୋତେ ପଠାଇ ପଚାରୁଛନ୍ତି ଯେ ଆପଣ କାହିଁକି ନିଶ ଦାଢିକୁ ନେଇ ମଜ୍ଜା ଉଡେଇଛନ୍ତି। ଏହି ଭିଡିଓ ଦେଖିବା ପାଇଁ ଭାରତୀ ଲୋକଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ ସେ ମଧ୍ୟ ଏହି ଭାଇରାଲ୍‌ ଭିଡିଓକୁ ବହୁ ଥର ଦେଖିଛନ୍ତି।

Advertisment

ସେ ଆହୁରି ମଧ୍ୟ କୁହିଛନ୍ତି ଯେ “ମୁଁ କୌଣସି ଧର୍ମ କିମ୍ବା ଜାତିକୁ ନେଇ କୌଣସି କଥା କହି ନାହିଁ ଯେ ଏହି ଧର୍ମର ଲୋକମାନେ ଦାଢି ରଖନ୍ତି ଏବଂ ଏନେଇ ଅସୁବିଧା ହୁଏ। ମୁଁ କୌଣସି ପଞ୍ଜାବୀକୁ କହି ନାହିଁ ଯେ ସେମାନଙ୍କର ଦାଢି ରଖୁଛନ୍ତି ଏବଂ ଅସୁବିଧାରେ ପଡୁଛନ୍ତି। ମୁଁ ସାଧାରଣ ଭାବରେ ଏମିତି କହୁଥିଲି୍ ଆଉ ସାଙ୍ଗ ସହିତ କମେଡି କରୁଥିଲି। ଆଜିକାଲି ସମସ୍ତେ ତ ନିଶ ଦାଢି ରଖୁଛନ୍ତି। ଯଦି ମୋର ଶବ୍ଦ କୌଣସି ଧର୍ମର ଲୋକଙ୍କୁ ଆଘାତ ଦେଇଛି, ତେବେ ମୁଁ ହାତଯୋଡି କ୍ଷମା ମାଗୁଛି। ମୁଁ ନିଜେ ପଞ୍ଜାବୀ। ମୁଁ ଅମୃତସରରେ ଜନ୍ମ ହୋଇଛି। ମୁଁ ପଞ୍ଜାବର ନାଁ ରଖିବି ଏବଂ ମୁଁ ଗର୍ବିତ ଯେ ମୁଁ ଜଣେ ପଞ୍ଜାବୀ।

କ’ଣ କହିଥିଲେ ଭାରତୀ:

ପ୍ରକାଶଥାଉ ଯେ ଭାରତୀ ସିଂ ଏବଂ ଜସ୍ମିନ୍ ଭସିନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା। ଏଥିରେ ଭାରତୀ ନିଶ ଦାଢିକୁ ନେଇ କମେଡି କରୁଥିବା ଦେଖିବାକୁ ମିଳିଥିଲା। ଭିଡିଓରେ ଭାରତୀ ଜସ୍ମିନଙ୍କୁ ଥଟ୍ଟା କରି କହିଥିଲେ ଯେ “ତୁମେ ନିଶ ଦାଢି କାହିଁକି ଚାହୁଁ ନାହଁ? କ୍ଷୀର ପିଇବା ପରେ ଯଦି ଦାଢିକୁ ପାଟିରେ ମରାଯାଏ ତେବେ ସେଓର ଟେଷ୍ଟ୍ ଆସେ। ମୋର ଅନେକ ବନ୍ଧୁ ଯେଉଁମାନେ ନିକଟରେ ବିବାହ କରିଛନ୍ତି, ସେମାନେ ଦିନସାରା ନିଶ ଦାଢିରୁ ଯୁଆଳି ବାହାର କରିବାରେ ବ୍ୟସ୍ତ ରହୁଛନ୍ତି।

Advertisment

ଭାରତୀ ହୁଏତ ଏସବୁ କଥା ମଜ୍ଜାଳିଆ ଭାରେ କହିଥାଇ ପାରନ୍ତି, କିନ୍ତୁ କିଛି ଲୋକ ତାଙ୍କ କଥାକୁ ଗମ୍ଭୀରତାର ସହ ନେଇଥିଲେ। ସେମାନେ ଏହି ଭିଡିଓକୁ ସୋସିଆଲ ମିଡିଆରେ ଶେୟାର କରି ତାଙ୍କୁ ଖରାପ କଥା କହି ଭାରତୀଙ୍କୁ ଟ୍ରୋଲ୍‌ କରିବା ଆରମ୍ଭ କରିଥିଲେ। ଏଥିସହିତ ପଞ୍ଜାବୀ ଗାୟକ ବବୁ ମନ୍ ମଧ୍ୟ ଭାରତୀଙ୍କ ଭିଡିଓ ଉପରେ ପ୍ରତିକ୍ରିୟା ଦେଇଛନ୍ତି।

ରିପୋର୍ଟ ଅନୁଯାୟୀ, ସୋସିଆଲ ମିଡିଆରେ ଭାରତୀଙ୍କ ବିରୋଧରେ ଏକ ମୋର୍ଚ୍ଚା ବାହାରିବା ପରେ ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି (ଏସ୍‌ଜିପିସି) ମଧ୍ୟ ପୋଲିସ ମାମଲା ଦାୟର କରିବାକୁ ନିଷ୍ପତ୍ତି ନେଇଛି। ଏଭଳି ପରିସ୍ଥିତି ଆଗକୁ ବଢିବା ଦେଖି ଭାରତୀ ଭିଡିଓ ଶେୟାର କରି ସଫେଇ ଦେଇଛନ୍ତି ଏବଂ ହାତ ଯୋଡି ସମସ୍ତଙ୍କୁ କ୍ଷମା ମାଗିଛନ୍ତି।

Bollywood Commedian Bharti Singh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ