Advertisment

‘ସୁପର ହ୍ୟୁମାନ ୱିପନ’ର ଟିଜର୍‌ ରିଲିଜ୍‌; ସୁପର ହ୍ୟୁମାନ୍‌ ହେଇ ଆସୁଛନ୍ତି କଟ୍ଟପ୍ପା

କଟ୍ଟପ୍ପା ଖୁବ୍ ଶୀଘ୍ର ତାଙ୍କ ନୂଆ ରୂପରେ ପରଦାରେ ରାଜ୍ କରିବାକୁ ଯାଉଛନ୍ତି। ତାଙ୍କୁ ଦେଖି କେହିବି ପ୍ରଶଂସା କରିବାରେ ଥକିବେ ନାହିଁ। ନିକଟରେ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ସୁପର ହ୍ୟୁମାନ ୱିପନ’ର ଟିଜର୍‌ ରିଲିଜ ହୋଇଛି।

Baahubali kattappa becomes super human

Baahubali kattappa becomes super human

Advertisment

ଆପଣ କେହି ବି ସାଉଥ୍‌ ସିନେମାର ବ୍ଲକ୍‌ବଷ୍ଟର୍‌ ଚଳଚ୍ଚିତ୍ର ‘ବାହୁବଲୀ’କୁ ଭୁଲି ନଥିବେ। ଏହି ଚଳଚ୍ଚିତ୍ରରେ ବାହୁବଲୀଙ୍କୁ ବିଷୟରେ ଯେତିକି ଆଲୋଚନା ହୋଇଥିଲା, ତାଙ୍କ ରକ୍ଷକ କଟ୍ଟପ୍ପାଙ୍କୁ ନେଇ ମଧ୍ୟ ସେତିକି ଚର୍ଚ୍ଚା ହୋଇଥିଲା। ‘ବାହୁବଲୀ ୧’ ଦେଖିବା ପରେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଥିଲା ଯେ କଟ୍ଟପ୍ପା ବାହୁବଲୀଙ୍କୁ କାହିଁକି ହତ୍ୟା କଲା? ଅପେକ୍ଷିତ ଦର୍ଶକମାନେ ‘ବାହୁବଲୀ ୨’ରେ ଏହାର ଉତ୍ତର ପାଇଥିଲେ।

Advertisment

ଏଥିରେ କଟ୍ଟପ୍ପାଙ୍କ ଚରିତ୍ର ଭିନ୍ନ ଥିଲା ଆଉ ‘ବାହୁବଲୀ’ କଥା ଉଠିଲେ ଲୋକେ କଟ୍ଟପ୍ପାଙ୍କୁ ମଧ୍ୟ ମନେ ପକାନ୍ତି। ବର୍ତ୍ତମାନ ସେହି କଟ୍ଟପ୍ପା ଅର୍ଥାତ୍ ଅଭିନେତା ସତ୍ୟରାଜ ଖୁବ୍ ଶୀଘ୍ର ତାଙ୍କ ନୂଆ ରୂପରେ ପରଦାରେ ରାଜ୍ କରିବାକୁ ଯାଉଛନ୍ତି। ତାଙ୍କୁ ଦେଖି କେହିବି ପ୍ରଶଂସା କରିବାରେ ଥକିବେ ନାହିଁ। ନିକଟରେ ସତ୍ୟରାଜଙ୍କ ଆଗାମୀ ଚଳଚ୍ଚିତ୍ର ‘ସୁପର ହ୍ୟୁମାନ ୱିପନ’ର ଟିଜର୍‌ ରିଲିଜ ହୋଇଛି।

ନିକଟରେ ଆକ୍ସନ୍-ପ୍ୟାକ୍ ‘ସୁପର୍ ହ୍ୟୁମାନ୍ ୱିପନ’ର ଟ୍ରେଲର୍ ଲଞ୍ଚ କରାଯାଇଛି ଏବଂ ଏହା ଖୁବ୍ କମ ସମୟ ମଧ୍ୟରେ ଜନସାଧାରଣଙ୍କ ତରଫରୁ ପ୍ରଚୁର ପ୍ରେମ ଏବଂ ପ୍ରଶଂସା ପାଇଛି। ଏହି ଚଳଚ୍ଚିତ୍ରକୁ ଦେଖିବା ପାଇଁ ସମସ୍ତଙ୍କ ଉତ୍ସାହ ବଢିଯାଇଛି।​ ଏହି ଚଳଚ୍ଚିତ୍ରର ଲୋକପ୍ରିୟ ଅଭିନେତା ସତ୍ୟରାଜ ଯିଏ 'କଟପ୍ପା' ଭୂମିକାରେ ଜଣାଶୁଣା।

Advertisment

‘ବାହୁବଲୀ’ ପରେ ଏହା ହେଉଛି ପ୍ରଥମ ଥର ଯେ ସତ୍ୟରାଜ ଗଣମାଧ୍ୟମକୁ ଭେଟିବା ପାଇଁ ମୁମ୍ବାଇ ଆସିଛନ୍ତି। ଟାଇଟଲ୍ ଚରିତ୍ରରେ ଅଭିନୟ କରି ସତ୍ୟରାଜ ଏହି ଚଳଚ୍ଚିତ୍ରରେ ଅତ୍ୟନ୍ତ ଭୟଙ୍କର ଏବଂ ରାଉଡି ଦେଖାଯାଉଛନ୍ତି, ଯାହା ତାଙ୍କର ଆକ୍ସନ୍ ଧାରାକୁ ଫେରିବାର ପ୍ରତୀକ।

‘ସୁପର୍‌ ହ୍ୟୁମାନ୍ ୱିପନ୍‌’ରେ ସତ୍ୟରାଜଙ୍କ ସହ ୱସନ୍ ରବି, ତାନିଆ ହୋପ୍, ରାଜୀବ ମେନନ୍ ଏବଂ ରାଜୀବ ପିଲ୍ଲାଇଙ୍କ ଭଳି ଅଭିନେତାମାନେ ମୁଖ୍ୟ ଭୂମିକାରେ ଅଛନ୍ତି। ବିଶେଷ କଥା ହେଉଛି ଏହି ଫିଲ୍ମ ହେଉଛି ଏକ ପାନ୍‌ ଇଣ୍ଡିଆ ଚଳଚ୍ଚିତ୍ର, ଯାହା ସାରା ଭାରତରେ ମୁକ୍ତିଲାଭ କରିବ।

Advertisment

ନିକଟରେ ଫିଲ୍ମର ପୂରା ଷ୍ଟାର୍‌କାଷ୍ଟ୍‌ ମୁମ୍ବାଇରେ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ, ଯେଉଁଠାରେ ସେମାନେ ଫିଲ୍ମରେ କାମ କରିବାର ଅନୁଭୂତି ବାଣ୍ଟିଥିଲେ ଏବଂ ଫିଲ୍ମର ଝଲକ ଶେୟାର କରିଥିଲେ।

Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ