Advertisment

Avatar 3: ଅବତାର ୩'ର ଟ୍ରେଲର ରିଲିଜ୍ , ସୋସିଆଲ ମିଡିଆରେ ଚହଳ

ଟ୍ରେଲରରେ ଅଭିନେତ୍ରୀ ଉନା ଚାପଲିନଙ୍କର ମଧ୍ୟ ଏକ ଝଲକ ଦେଖାଯାଇଛି। ନିକଟରେ ‘ଅବତାର’ର ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦିଆଯାଇଥିଲା ଯେ ଉନା ଚାପଲିନ ଏଥିରେ ଖଳନାୟକର ଭୂମିକାରେ ନଜର ଆସିବେ।

Avatar 3

Avatar 3

Advertisment

‘ଅବତାର’ ହେଉଛି ବିଶ୍ୱର ଅନ୍ୟତମ ବୃହତ୍ ଫ୍ରାଞ୍ଚାଇଜ୍‌। ନିର୍ଦ୍ଦେଶକ ଜେମ୍ସ କ୍ୟାମେରୁନଙ୍କ ଏହି ଫ୍ରାଞ୍ଚାଇଜ୍‌ରେ ଏ ପର୍ଯ୍ୟନ୍ତ ଦୁଇଟି ପାର୍ଟ ରିଲିଜ୍‌ ହୋଇସାରିଛି। ଏବେ ଅନେକ ପ୍ରଶଂସକ ତୃତୀୟ ପାର୍ଟର ଅପେକ୍ଷାରେ ଅଛନ୍ତି। ଏବେ ନିର୍ମାତାମାନେ ତୃତୀୟ ପାର୍ଟର ଟ୍ରେଲର ରିଲିଜ୍‌ କରିଛନ୍ତି।

Advertisment

୨୮ ଜୁଲାଇ ସନ୍ଧ୍ୟାରେ ଏହି ଟ୍ରେଲର ରିଲିଜ୍‌ ହୋଇଛି। ‘ଅବତାର’ର ଦ୍ୱିତୀୟ ପାର୍ଟ ‘ଦି ୱେ ଅଫ୍‌ ୱାଟର’ ନାମରେ ରିଲିଜ୍‌ ହୋଇଥିଲା। ତୃତୀୟ ପାର୍ଟର ନାମ ରଖାଯାଇଛି ‘ଫାୟାର ଆଣ୍ଡ ଆଶ୍‌’ ବା ‘ଅବତାର ୩: ଫାୟାର ଆଣ୍ଡ ଆଶ୍‌’। ଟ୍ରେଲର ରିଲିଜ୍‌ ହେବା ମାତ୍ରେ ସୋସିଆଲ ମିଡିଆରେ ଛାଇ ଯାଇଛି ଏବଂ ପ୍ରଶଂସକମାନେ ଚଳଚ୍ଚିତ୍ର ପାଇଁ ଉତ୍ସାହିତ ହୋଇପଡିଛନ୍ତି।

ଅଧିକ ପଢନ୍ତୁ:ଦୁଇ ସୁପରଷ୍ଟାର ଏକାଠି, ଫିମେଲ ଲିଡରେ କିୟାରା...୧୪ ଅଗଷ୍ଟରେ ରିଲିଜ

ଟ୍ରେଲରରେ ଅଭିନେତ୍ରୀ ଉନା ଚାପଲିନଙ୍କର ମଧ୍ୟ ଏକ ଝଲକ ଦେଖାଯାଇଛି। ନିକଟରେ ‘ଅବତାର’ର ସୋସିଆଲ ମିଡିଆ ମାଧ୍ୟମରେ ସୂଚନା ଦିଆଯାଇଥିଲା ଯେ ଉନା ଚାପଲିନ ଏଥିରେ ଖଳନାୟକର ଭୂମିକାରେ ନଜର ଆସିବେ। ଏହା ପରେ ପ୍ରଶଂସକମାନେ ତାଙ୍କୁ ଏହି ଭୂମିକାରେ ଦେଖିବା ପାଇଁ ଉତ୍ସାହିତ ଥିଲେ। ଏବେ ସେ ଖଳନାୟକ ଭୂମିକାରେ ନଜର ଆସୁଛନ୍ତି।

Advertisment

‘ଅବତାର ୩’ ଏକ ବୃହତ୍ ବଜେଟର ଚଳଚ୍ଚିତ୍ର। ନିର୍ମାତାମାନେ ଏହି ଚଳଚ୍ଚିତ୍ର ନିର୍ମାଣ ପାଇଁ ଭାରତୀୟ ମୁଦ୍ରାରେ ପ୍ରାୟ ୨୧୫୯ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଏହି ବୃହତ୍ ବଜେଟର ଚଳଚ୍ଚିତ୍ର ଦେଖିବା ପାଇଁ ପ୍ରଶଂସକଙ୍କ ଅପେକ୍ଷା ଆଗାମୀ କିଛି ମାସ ମଧ୍ୟରେ ପୂରଣ ହେବ। ଏହି ଚଳଚ୍ଚିତ୍ର ଚଲିତ ବର୍ଷ ଡିସେମ୍ବର ୧୯ରେ ସିନେମା ହଲରେ ମୁକ୍ତିଲାଭ କରିବ।

‘ଅବତାର’ର ଦ୍ୱିତୀୟ ପାର୍ଟ ୨୦୨୨ ମସିହାରେ ରିଲିଜ୍‌ ହୋଇଥିଲା। ତିନି ବର୍ଷ ପରେ ଏହାର ତୃତୀୟ ପାର୍ଟ ରିଲିଜ୍‌ ହେବାକୁ ଯାଉଛି। ଜେମ୍ସ କ୍ୟାମେରୁନ ୨୦୦୯ ମସିହାରେ ଏହି ଫ୍ରାଞ୍ଚାଇଜ୍‌ର ଆରମ୍ଭ କରିଥିଲେ।

Advertisment

ପ୍ରଥମ ପାର୍ଟ ପ୍ରାୟ ୨.୯ ବିଲିୟନ ଡଲାର, ଅର୍ଥାତ୍‌ ଭାରତୀୟ ମୁଦ୍ରାରେ ପ୍ରାୟ ୨୫ ହଜାର କୋଟି ଟଙ୍କା ଆୟ କରିଥିଲା। ଦ୍ୱିତୀୟ ପାର୍ଟକୁ ମଧ୍ୟ ବେଶ୍‌ ଭଲ ରେସପନ୍ସ ମିଳିଥିଲା। ଏହି ଚଳଚ୍ଚିତ୍ର ପ୍ରାୟ ୨.୩ ବିଲିୟନ ଡଲାର, ଅର୍ଥାତ୍‌ ପ୍ରାୟ ୨୦ ହଜାର କୋଟି ଟଙ୍କା ଆୟ କରିଥିଲା। ଆଗାମୀ ଦିନରେ ନିର୍ମାତାମାନେ ଏହି ଚଳଚ୍ଚିତ୍ରର ଆଉ ଦୁଇଟି ପାର୍ଟ ନେଇ ଆସିବେ। ‘ଅବତାର ୪’ ୨୦୨୯ରେ ଏବଂ ‘ଅବତାର ୫’ ୨୦୩୧ରେ ରିଲିଜ୍‌ ହେବ।

ଅଧିକ ପଢନ୍ତୁ:ସବୁ କିଛି କେବଳ ବାହାନା ଥିଲା , କାରଣ ଏବେ ଜଣାପଡ଼ିଲା

Hollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ