Advertisment

‘ସେ ସେମିତିକା ପିଲା ନୁହେଁ’ : ରାଇମୋହନଙ୍କ ମୃତ୍ୟୁ ଖବର ଶୁଣି କାନ୍ଦିଲେ ଅଭିନେତା ଅଶ୍ରୁମୋଚନ

ସେ ସେମିତିଆ ପିଲା ନୁହେଁ । କେତେ ଦୁଃଖ ଆଉ ସଂଘର୍ଷରୁ ବାହାରି ଆସିଛି ।

ଅଦ୍ୟତନ ହୋଇଛି
Raimohan Passes Away

Raimohan Passes Away

Advertisment

ଓଲିଉଡ୍ ଖଳନାୟକ ରାଇମୋହନ ପରିଡ଼ାଙ୍କ ମୃତ୍ୟୁ ଖବର ଶୁଣି କଇଁ କଇଁ କାନ୍ଦିଲେ ଅଭିନେତା ଅଶ୍ରୁମୋଚନ ମହାନ୍ତି । ଗତକାଲି ରାତିରେ ଅନେକ ସମୟ ଗପିବା ପରେ ଆଜି ତାଙ୍କ ମୃତ୍ୟୁ ଖବରକୁ ସହଜରେ ଗ୍ରହଣ କରିପାରୁନାହାନ୍ତି । ରାଇମୋହନ ପରିଡ଼ାଙ୍କ ସହ ଗତକାଲି କଥା ହେବା ସହ ପୁଣି ଯାତ୍ରାକୁ ଫେରିଯିବେ ବୋଲି କହୁଥିଲେ । ହେଲେ କିଛି ଘଣ୍ଟା ପରେ ସବୁ କିଛି ଓଲଟପାଲଟ ହୋଇଯାଇଛି । ଓଲିଉଡ୍ ଜଗତକୁ ଶୋକର ସାଗରରେ ଭସାଇ ଦେଇଯାଇଛନ୍ତି ରାଇମୋହନ ପରିଡ଼ା ।

Advertisment

ଗତକାଲି ହସ ହସ କଥା ହେଉଥିବା ବେଳେ ସେ କିପରି ଆତ୍ମହତ୍ୟା କରିପାରିଲା ? ଅଶ୍ରୁମୋଚନ କହିଛନ୍ତି, ସେ ସେମିତିଆ ପିଲା ନୁହେଁ । କେତେ ଦୁଃଖ ଆଉ ସଂଘର୍ଷରୁ ବାହାରି ଆସିଛି । କେବଳ ନାଟକ ସମ୍ପର୍କରେ ଆଲୋଚନା ହୋଇଥିଲା । ତାଙ୍କର ରିଜିଲ୍‌ ହୋଇଥିବା ସିନେମା ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ । ତେବେ କୌଣସି ପାରିବାରିକ ଓ ଆର୍ଥିକ ସମସ୍ୟା ନଥିବା କଥା କହିଛନ୍ତି ଅଶ୍ରୁମୋଚନ ।

ରାଇମୋହନଙ୍କର ଦୁଇ ଝିଅ ଅଛନ୍ତି । ବଡ଼ ଝିଅ ବିବାହ କରିସାରିଛି । ସାନ ଝିଅ ପାଠପଢ଼ା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା । ସେ ମୋ ପରିବାର କଥା ପଚାରେ, ମୁଁ ତାକୁ ତା’ ପରିବାର କଥା ପଚାରେ । ଏମିତି ଆମେ ଘଣ୍ଟା ଘଣ୍ଟା ଗପସପ ହେଉ । ମିହିର ଭାଇ ଚାଲିଯିବା ପରେ ଆମେ ଉଭୟେ ମନସ୍ତାପ ଭିତରେ ଥିଲୁ । କେତେବେଳେ କ’ଣ ହେବ କହିହେବନି ବୋଲି ସେ ସବୁବେଳେ କହୁଥିଲା । ହେଲେ ତା’ର ଆତ୍ମହତ୍ୟାକୁ ମୁଁ ଗ୍ରହଣ କରିପାରିବି ନାହିଁ । ନେଗେଟିଭ୍‌ ଚରିତ୍ରରେ କାମ କରୁଥିବା ରାଇ ଅନ୍ତରରୁ ଭାରି ସଚ୍ଚା ବୋଲି ସେ କହିଛନ୍ତି ।

Advertisment

ବିଶ୍ୱାସ ହେଉନି ରାଇ ଭାଇ ଆତ୍ମହତ୍ୟା କରିଛନ୍ତି

ବରିଷ୍ଠ ଅଭିନେତା ସିଦ୍ଧାନ୍ତ ମହାପାତ୍ର କହିଛନ୍ତି, ‘ବିଶ୍ୱାସ ହେଉନି ରାଇ ଭାଇ ଆତ୍ମହତ୍ୟା କରିଛନ୍ତି । ସେ ବହୁତ କଷ୍ଟ ସହିଛନ୍ତି । ତାଙ୍କ ସଂଘର୍ଷ କାହାଣୀ ମୁଁ ଜାଣିଛି । ଅନେକ ଚଳଚ୍ଚିତ୍ରରେ ତାଙ୍କ ସହ ମୁଁ ଅଭିନୟ କରିଛନ୍ତି। ସେ ବହୁତ ଭଲ ଲୋକ ଥିଲେ। ସବୁଠି ସେ ଲୋକଙ୍କ ଭଲ ପାଇବା ପାଇଛନ୍ତି। ଦେହ ଖରାପ ହେବା କଥା ଅଲଗା କଥା, ହେଲେ ସେ ଆତ୍ମହତ୍ୟା କରିବ,ଏହା ବିଶ୍ୱାସ ବାହାରେ।’

Raimohan Parida Raimohan Passes Away
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ