Advertisment

Viral Video: ବାପା ବାହାଘର ଦେଖିଲେ ଅରବାଜ ଖାନଙ୍କ ପୁଅ; ଧୂମ୍ ନାଚିଲେ

ମଲାଇକା ଅରୋରାଙ୍କ ଠାରୁ ଅଲଗା ହେବାର ୬ ବର୍ଷ ପରେ ଅରବାଜ ଖାନ ବର୍ତ୍ତମାନ ନିଜ ପାଇଁ ଏକ ନୂଆ ଜୀବନ ସାଥୀ ବାଛିନେଇଛନ୍ତି। ଅରବାଜ ରବିବାର ଦିନ ଏକ ବ୍ୟକ୍ତିଗତ ସମାରୋହରେ ବିବାହ କରିଛନ୍ତି। ୫୬ ବର୍ଷିୟ ଅରବାଜଙ୍କ ନୂଆ କନ୍ୟା ବୃତ୍ତିରେ ଜଣେ ମେକ୍‌ଅପ୍ କଳାକାର। ଜାଣନ୍ତୁ ସେ କିଏ…

ଅଦ୍ୟତନ ହୋଇଛି
arbaaz khan and sshura khan wedding

arbaaz khan and sshura khan wedding

Advertisment

ମଲାଇକା ଅରୋରାଙ୍କ ଠାରୁ ଅଲଗା ହେବାର ୬ ବର୍ଷ ପରେ ଅରବାଜ ଖାନ ବର୍ତ୍ତମାନ ନିଜ ପାଇଁ ଏକ ନୂଆ ଜୀବନ ସାଥୀ ବାଛିଛନ୍ତି। ଅରବାଜ ରବିବାର ଦିନ ଏକ ବ୍ୟକ୍ତିଗତ ସମାରୋହରେ ଶୌରା ଖାନଙ୍କୁ ବିବାହ କରିଛନ୍ତି। ୫୬ ବର୍ଷିୟ ଅରବାଜଙ୍କ ନୂଆ କନ୍ୟା ଶୌରା ବୃତ୍ତିରେ ଜଣେ ମେକ୍‌ଅପ୍ କଳାକାର।

Advertisment

ଅରବାଜ ଏବଂ ଶୌରାଙ୍କ ବିବାହରେ ତାଙ୍କ ଭାଇ ସଲମାନ ଖାନ, ସୋହେଲ ଖାନ, ପୁଅ ଅରହାନ ଖାନ ଏବଂ କିଛି ଘନିଷ୍ଠ ବନ୍ଧୁ ଏବଂ ପରିବାର ସଦସ୍ୟ ଯୋଗ ଦେଇଥିଲେ।

ଏହି ବିବାହରେ ରବୀନା ଟଣ୍ଡନ, ଫରାହ ଖାନ, ସାଜିଦ ଖାନ, ରିତେଶ ଦେଶମୁଖଙ୍କ ସମେତ ଖାନ ପରିବାରର ନିକଟତମ ବ୍ୟକ୍ତିମାନେ ମଧ୍ୟ ଯୋଗ ଦେଇଥିଲେ। ବର୍ତ୍ତମାନ ଏହି ବିବାହର ଏକ ବ୍ୟକ୍ତିଗତ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସଲମାନ ଖାନ ତାଙ୍କ ନୂଆ ଭାଉଜଙ୍କ ସହିତ ନାଚୁଥିବାର ନଜର ଆସିଛନ୍ତି।

Advertisment

ଅରବାଜ ଏବଂ ଶୌରାଙ୍କ ବିବାହ ଅର୍ପିତା ଖାନଙ୍କ ବାନ୍ଦ୍ରାସ୍ଥିତ ଘରେ କରାଯାଇଥିଲା। ଏହି ବ୍ୟକ୍ତିଗତ ବିବାହର ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଗାୟକ ହର୍ଷଦୀପ କୌର ଏକ ଗୀତ ଗାଉଥିବାର ନଜର ଆସିଛନ୍ତି ଏବଂ ସଲମାନ ଖାନ ନିଜ ଫିଲ୍ମ 'ଟାଇଗର ଜିନ୍ଦା ହୈ' ରେ ନାଚୁଥିବାର ନଜର ଆସିଛନ୍ତି।

ଏହି ଭିଡିଓରେ ସଲମାନଙ୍କ ସହ ଅରବାଜ-ମଲାଇକାଙ୍କ ପୁଅ ଅରହାନ ଏବଂ ସଲମାନଙ୍କ ଭଉଣୀ ଅଲଭିରା ଅଗ୍ନିହୋତ୍ରୀ ମଧ୍ୟ ନାଚୁଥିବାର ନଜର ଆସିଛନ୍ତି।

Advertisment

ଯେତେବେଳେ ବଲିଉଡର ବିବାହ କଥା ଆସେ, ଫ୍ୟାଶନ୍ ଡିଜାଇନର୍ ସବ୍ୟସାଚୀଙ୍କ ନାମ ନିଶ୍ଚିତ ଭାବେ ଆସେ। ଅରବାଜ ଏବଂ ଶୌରା ମଧ୍ୟ ସେମାନଙ୍କ ବିବାହ ପାଇଁ ସବ୍ୟସାଚୀଙ୍କୁ ବାଛିଥିଲେ। ଅରବାଜ ତାଙ୍କ ବିବାହରେ ଏକ ସୁନ୍ଦର ବାନ୍ଧଗାଲା ଫ୍ଲୋରଲ୍ କୁର୍ତ୍ତା ପିନ୍ଧିଥିବାର ନଜର ଆସିଛନ୍ତି। ସେ ଏହି ପେଷ୍ଟେଲ ଗୋଲାପୀ ପୋଷାକରେ ବହୁତ ସୁନ୍ଦର ଦେଖାଯାଉଛନ୍ତି।

ସେହିଭଳି ଏହି ବିବାହରେ ଶୌରାଙ୍କୁ ଏକ ପେଷ୍ଟେଲ ରଙ୍ଗର ଗୋଲାପୀ ପ୍ଲୋରଲ୍‌ ଲେହେଙ୍ଗାରେ ମଧ୍ୟ ଦେଖିବାକୁ ମିଳେ। ସେ ଏହା ସହିତ ଗୋଲ୍ଡେନ୍ ବ୍ରାଲେଟ୍ ପିନ୍ଧିଛନ୍ତି। ଶୌରା ନେକଲେସ୍ ସହିତ ଖୋଲା ଚୁଟିରେ କନ୍ୟା ବେଶରେ ଖୁବ୍ ସୁନ୍ଦର ଲାଗୁଛନ୍ତି।

ପ୍ରକାଶଥାଉ ଯେ ଅରବାଜ ଏବଂ ଶୌରା ସେମାନଙ୍କ ଆସୁଥିବା ଫିଲ୍ମ 'ପାଟନା ଶୁକ୍ଲା'ର ସେଟ୍‌ରେ ଭେଟିଥିଲେ, ଯେଉଁଠାରେ ସେମାନେ ପ୍ରେମରେ ପଡିଥିଲେ। ଦେଖନ୍ତୁ ଏହି ଭିଡିଓରେ କିପରି ସଲମାନ, ଆରହାନ ଏବଂ ଖାନ ପରିବାର ଖୁସିରେ ନାଚୁଛନ୍ତି।

ଅରବାଜ ଖାନ ଶୌରାଙ୍କୁ ଦ୍ୱିତୀୟ ବିବାହ କରିଛନ୍ତି। ଏହାପୂର୍ବରୁ ତାଙ୍କର ପ୍ରଥମ ବିବାହ ମଡେଲ ମଲାଇକା ଅରୋରାଙ୍କ ସହ ହୋଇଥିଲା। ମଲାଇକା ଏବଂ ଅରବାଜଙ୍କର ଏକ ପୁଅ ଅରହାନ ଖାନ ଅଛନ୍ତି। ୨୦୧୬ରେ ଅରବାଜ-ମଲାଇକା ଅଲଗା ହୋଇ ୨୦୧୭ରେ ଛାଡପତ୍ର ହୋଇଥିଲେ। ଶୌରାଙ୍କ ପୂର୍ବରୁ ଅରବାଜ ଅନ୍ୟ ଏକ ମଡେଲ ଜର୍ଜିଆକୁ ମଧ୍ୟ ଡେଟ୍‌ କରୁଥିଲେ। ସେହିପରି ଅରବାଜଙ୍କ ଠାରୁ ଅଲଗା ହେବା ପରେ ମଲାଇକା ଅର୍ଜୁନ କପୁରଙ୍କ ସହ ତାଙ୍କ ସମ୍ପର୍କକୁ ନିଶ୍ଚିତ କରିଛନ୍ତି।

Salman Khan Bollywood Viral Video Malaika Arora Arbaaz Khan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ