Advertisment

ଅମିତାଭଙ୍କ ରକ୍ତରେ ରହିଛି ଶବ୍ଦର ଯାଦୁଗରୀ କଳା, ଲେଖନ୍ତି ରାତିରେ

ସୋସିଆଲ୍ ମିଡିଆର ସବୁ ପ୍ଳାଟ୍‌ଫର୍ମରେ ବିଗ୍ ବି ସବୁବେଳେ ତାଙ୍କ ପ୍ରଶଂସକଙ୍କ ସହିତ ଜଡିତ ରୁହନ୍ତି। ସେ ତ ଅନେକ ବର୍ଷ ହେଲା ବ୍ଲଗ୍‌ରେ ତାଙ୍କର ଚିନ୍ତାଧାରା, ଚଳଚ୍ଚିତ୍ର ଏବଂ ପରିବାର ବିଷୟରେ ଲେଖିଆସୁଛନ୍ତି। ତେବେ ବର୍ତ୍ତମାନ ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ନିଜ ଲେଖାଲେଖିର ଅଭ୍ୟାସକୁ ନେଇ ଏକ ଚମତ୍କାର ପୋଷ୍ଟ୍‌ କରିଛନ୍ତି।

ଅଦ୍ୟତନ ହୋଇଛି
Amitabh Bachchan share post regarding his writing

Amitabh Bachchan share post regarding his writing

Advertisment

ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର 'ଶେହଂଶାହ' ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ସବୁବେଳେ ସକ୍ରିୟ ରହିଥାନ୍ତି। ଏପରିକି ଏହି ବୟସରେ ମଧ୍ୟ ସେ ଜଣେ ଯୁବକମାନଙ୍କ ପରି ଶିଖିବାର ଇଚ୍ଛା ରଖିଛନ୍ତି। ଏହି କାରଣରୁ ବଲିଉଡ୍‌ରେ ଗତ ପାଞ୍ଚ ଦଶନ୍ଧି ଧରି ସେ ତାଙ୍କ ଅଭିନୟ ସହିତ ଲୋକଙ୍କୁ ବହୁତ ମନୋରଞ୍ଜନ କରିଆସୁଛନ୍ତି। ବିଗ୍ ବି ତାଙ୍କ ପ୍ରଶଂସକଙ୍କୁ ମନୋରଞ୍ଜନ କରିବା ପାଇଁ ଗୋଟିଏ ବି ସୁଯୋଗ ହାତ ଛଡା କରନ୍ତି ନାହିଁ।

Advertisment

ବ୍ଲଗ୍ ଠାରୁ ଇନ୍‌ଷ୍ଟାଗ୍ରାମ୍‌ ପର୍ଯ୍ୟନ୍ତ ଏହି ସୁପରଷ୍ଟାର୍ ସବୁବେଳେ ତାଙ୍କ ପ୍ରଶଂସକଙ୍କ ସହିତ ଜଡିତ ରୁହନ୍ତି। ସେ ତ ଅନେକ ବର୍ଷ ହେଲା ବ୍ଲଗ୍‌ରେ ତାଙ୍କର ଚିନ୍ତାଧାରା, ଚଳଚ୍ଚିତ୍ର ଏବଂ ପରିବାର ବିଷୟରେ ଲେଖିଆସୁଛନ୍ତି। ତେବେ ବର୍ତ୍ତମାନ ସେ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ନିଜ ଲେଖାଲେଖିର ଅଭ୍ୟାସକୁ ନେଇ ଏକ ଭଲ ପୋଷ୍ଟ୍‌ କରିଛନ୍ତି। ବିଗ୍ ବି ଏହି ପୋଷ୍ଟ୍‌ରେ ପ୍ରକାଶ କରିଛନ୍ତି ଯେ ସେ କ୍ରମାଗତ ଭାବେ ୫୦୬୨ ଦିନ ପର୍ଯ୍ୟନ୍ତ ବ୍ଲଗ୍ ଲେଖିଛନ୍ତି।

ଅମିତାଭ ବଚ୍ଚନ ଜଣେ ଭଲ ଅଭିନେତା ତଥା ଜଣେ ଭଲ ଲେଖକ ମଧ୍ୟ। ଆପଣ ତାଙ୍କ ବ୍ଲଗ୍‌ରୁ ତାଙ୍କ ଲେଖାକୁ ନେଇ ଏକ ଧାରଣା ପାଇପାରିବେ। ଏମିତିରେ ତ ଶବ୍ଦର ଯାଦୁ ତାଙ୍କ ରକ୍ତରେ ଅଛି। ସମସ୍ତଙ୍କୁ ଜଣା ଯେ ତାଙ୍କ ପିତା ହରିବଂଶ ରାୟ ବଚ୍ଚନ ଜଣେ ମହାନ ଲେଖକ ଥିଲେ। ତେବେ ଆମେ ଏଠାରେ 'ବିଗ୍ ବି'ଙ୍କର ସର୍ବଶେଷ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟ୍‌ ବିଷୟରେ କହୁଛୁ। ସେ ତାଙ୍କ ଯୁବ ବେଳର ଏକ ଫଟୋ ସହିତ ନିଜ ବ୍ଲଗ୍‌ର ଏକ କୋଲାଜ୍ ଫଟୋ ରଖିଛନ୍ତି ଏବଂ ଏକ ବଡ଼ କ୍ୟାପ୍‌ସନ୍ ଲେଖିଛନ୍ତି। ଏହି କ୍ୟାପ୍‌ସନ୍‌ଟି ହିଁ ଏକ କବିତା।

Advertisment

ସେ ଲେଖିଛନ୍ତି, “ହଁ, ମୁଁ ଲେଖୁଛି; ମୁଁ ପ୍ରତ୍ୟେକ ରାତିରେ ଲେଖୁଛି! ମୁଁ ଲେଖିଛି ଆଜି ମୋର ବ୍ଲଗ୍‌ରେ, କାଲି ବି ଲେଖିବି ଏଇଠି ନିଜର ସଦୁପଯୋଗରେ, ୫୦୬୨ ଦିନ, ପ୍ରତ୍ୟେକ ଦିନ, ହୋଇଯାଇଛି ଆନ୍ତରିକତା, କିଛି କାନ୍ଦ, ସଚେତନ ଓ କିଛି ଅନୁକଥନ; କିନ୍ତୁ ହଁ, ଲେଖୁଛି; ମୁଁ ପ୍ରତିଦିନ ରାତିରେ ଲେଖୁଛି!”

Amitabh Bachchan share post regarding his writingଅମିତାଭଙ୍କ ରକ୍ତରେ ରହିଛି ଶବ୍ଦର ଯାଦୁଗରୀ କଳା

ଏହି ପୋଷ୍ଟ୍‌ରେ ଅମିତାଭଙ୍କ ପ୍ରଶଂସକମାନେ ଆକର୍ଷଣୀୟ ମନ୍ତବ୍ୟ ଦେଉଛନ୍ତି। ସୋସିଆଲ ମିଡିଆରେ ଏମିତି ରାତିରେ ‘ବିଗ୍ ବି’ ସକ୍ରିୟ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ। ଜଣେ ଫ୍ୟାନ୍ କମେଣ୍ଟରେ ଲେଖିଛନ୍ତି ଯେ “ସାର୍, ରାତି ୨ଟା ୩୦ରେ ଆପଣଙ୍କର ସକ୍ରିୟତା ନିହାତି ଆଶ୍ଚର୍ଯ୍ୟଜନକ।”

Advertisment

ଏହାପୂର୍ବରୁ ଅମିତାଭ ଖ୍ରୀଷ୍ଟମାସର ଅଭିନନ୍ଦନ ନିଜ ଇନ୍‌ଷ୍ଟାଗ୍ରାମ୍‌ ମାଧ୍ୟମରେ ଏକ ନିଆରା ଢଙ୍ଗରେ ଦେଇଥିଲେ। ସେ 'କଭି ଖୁସୀ କଭୀ ଗମ୍‌' ଚଳଚ୍ଚିତ୍ରର ଏକ ଗୀତର ଭିଡିଓ ସେୟାର କରିଛନ୍ତି। ଏହା ଭିଡିଓର ପୃଷ୍ଠଭୂମି ସଙ୍ଗୀତ ଭାବରେ ଖ୍ରୀଷ୍ଟମାସ ଗୀତର୍ ବ୍ୟବହୃତ ହୋଇଥିଲା। 'ବିଗ୍ ବି'ଙ୍କର ଏହି ଶୈଳୀକୁ ପ୍ରଶଂସକମାନେ ଖୁବ ପସନ୍ଦ କରିଥିଲେ।

Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ