Advertisment

ଗରିବ ହୋଇଗଲେ କି ବିଗ୍ ବି ! କାହିଁକି ବିକିଲେ ନିଜ ପୈତୃକ ସମ୍ପତ୍ତି ?

ଖବର ଅନୁଯାୟୀ, ତିନି ଦଶନ୍ଧି ଧରି ଅମିତାଭଙ୍କ ପୂର୍ବପୁରୁଷ ରହି ଆସୁଥିବା ଏହି ଘରକୁ ନେଜୋନ ଗ୍ରୁପ୍‌ର ସିଇଓ ଅବନୀ ବଦର୍ କିଣିଛନ୍ତି। ମୋଟ ସମ୍ପତ୍ତିଟି ୪୧୮.୦୫ ବର୍ଗ ମିଟରରେ ବ୍ୟାପିଥିବାର କୁହାଯାଉଛି ।

Amitabh Bachhan House Sold

Amitabh Bachhan House Sold

Advertisment

ଦିଲ୍ଲୀ ସ୍ଥିତ ନିଜ ପେତୃକ ଘରକୁ ବିକିଲେ ବିଗ୍ ବି ଅମିତାଭ ବଚ୍ଚନ । ଏହି ଘରଟି ତାଙ୍କ ମା’ ତେଜିଙ୍କ ନାମରେ ପଞ୍ଜୀକୃତ ଥିବାର ଶୁଣିବାକୁ ମିଳିଛି । ଦକ୍ଷିଣ ଦିଲ୍ଲୀର ଗୁଲମୋହରରେ ଥିବା ତାଙ୍କ ଘର ସୋପାନକୁ ନଗଦ ୨୩ କୋଟି ଟଙ୍କାରେ ବିକ୍ରି କରିଥିବାର ଶୁଣିବାକୁ ମିଳିଛି । କିନ୍ତୁ କାହିଁକି ଘର ବିକିବାକୁ ବିଗ୍ ବିବ୍ ବାଧ୍ୟ ହେଲେ, ଜାଣନ୍ତୁ।

Advertisment

ଖବର ଅନୁଯାୟୀ, ତିନି ଦଶନ୍ଧି ଧରି ଅମିତାଭଙ୍କ ପୂର୍ବପୁରୁଷ ରହି ଆସୁଥିବା ଏହି ଘରକୁ ନେଜୋନ ଗ୍ରୁପ୍‌ର ସିଇଓ ଅବନୀ ବଦର୍ କିଣିଛନ୍ତି। ମୋଟ ସମ୍ପତ୍ତିଟି ୪୧୮.୦୫ ବର୍ଗ ମିଟରରେ ବ୍ୟାପିଥିବାର କୁହାଯାଉଛି । ଗତ ବର୍ଷ ଡିସେମ୍ବର ୭ ରୁ ଏହି ଚୁକ୍ତି ଅର୍ତାତ କାଗଜପତ୍ର କାମ ସମାପ୍ତ ହୋଇଯାଇଥିବାର ଶୁଣିବାକୁ ମିଳିଛି ।

ସୂଚନାନୁଯାୟୀ ଏହି ଘରକୁ କିଣିଥିବା ଅବନୀ କହିଛନ୍ତି ଯେ, ଘରଟି ଅତି ପୁରୁଣା ଢାଞ୍ଚାର, ଏହାକୁ ପ୍ରଥମେ ଆବଶ୍ୟକତା ଅନୁଯାୟୀ ପୁନଃନିର୍ମାଣ କରିବାକୁ ପଡିବ । ଅମିତାଭ ମାୟାନଗରୀ ମୁମ୍ବାଇ ଯିବା ପରଠାରୁ ହିଁ ସେ ଘରଟି ଖାଲି ପଡିଥିଲା । ଅମିତାଭଙ୍କ ସହ ତାଙ୍କ ପିତାମାତା ମଧ୍ୟ ମୁମ୍ବାଇରେ ରହୁଥିଲେ ।

Advertisment

ବିଗ୍ ବି ବର୍ତ୍ତମାନ ନିଜ ପତ୍ନୀ ଜୟା ବଚ୍ଚନ, ପୁଅ ଅଭିଷେକ ବଚ୍ଚନ, ବୋହୂ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ନାତୁଣୀ ଆରାଧ୍ୟା ବଚ୍ଚନଙ୍କ ସହ ମୁମ୍ବାଇର ଜୁହୁ ଅଞ୍ଚଳରେ ରହୁଛନ୍ତି। ତାଙ୍କ ବାସଭବନର ନାମ ଜଲସା ମଧ୍ୟ ଦେଇଛନ୍ତି । ମୁମ୍ବାଇରେ ଜନକ ସମେତ ତାଙ୍କର ଏକାଧିକ ସମ୍ପତ୍ତି ରହିଛି । ଯେପରିକି ତାଙ୍କ ଅଫିସ, ବଙ୍ଗଲୋ ପ୍ରତିକ୍ଷା ଓ ଭସ୍ତା । କେବଳ ଏତିକି ନୁହଁ ବରଂ ଅମିତାଭଙ୍କ ଆଲ୍ହାବାଦରେ ଏକ ପୈତୃକ ଘର ଓ ଦୁବାଇଅରେ ଏକ ଭିଲ୍ଲା ରହିଛି ।

ଅମିତାଭ ବର୍ତ୍ତମାନ ତାଙ୍କର ଆଗାମୀ ଫିଲ୍ମ ‘ଝୁନ୍ଦ୍’ ପାଇଁ ବ୍ୟସ୍ତ ଥିବାର ଦେଖିବାକୁ ମିଳିଛି, ଯାହାକ୍ଇ ମାର୍ଚ୍ଚ ୪ ରେ ବଡ ପରଦାକୁ ଆସିବ । ବିଗ୍ ବିଙ୍କ ପାଖରେ ଏତେ ସମ୍ପତ୍ତି ଥାଇ ମଧ୍ୟ କ’ଣ ପାଇଁ ନିଜ ପୈତୃକ ଘର ବିକିଲେ ତାହା ଏବେ ପ୍ରଶ୍ନବାଚୀ ରହିଛି। ଏନେଇ ଅମିତାଭଙ୍କ ପାଖରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।

Advertisment
Amitabh Bachhan House Sold
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ