Advertisment

ଏ‍ବେ ରିଲିଜ୍‌ ହେବନି ‘ପୁଷ୍ପା-୨’; ଜାଣନ୍ତୁ ପରଦାକୁ ଆସୁଛି କେବେ ?

ପୁଷ୍ପା ଝୁକେଗା ନହିଁ ହେଲେ ଏବେ ପୁଷ୍ପା ଖାଲି ନଇନି ବରଂ ୪ ମାସ ଘୁଞ୍ଚି ଯାଇଛି । ଯାହା ଅନୁମାନ କରାଯାଉଥିଲା ତାହା ସତ ହୋଇଛି । ପୁଷ୍ପା-୨ର ରିଲିଜ୍ ଡେଟକୁ ଘୁଞ୍ଚାଇଛିପ୍ରଯୋଜନା ସଂସ୍ଥା ।

ଅଦ୍ୟତନ ହୋଇଛି
Pushpa 2

Pushpa 2

Advertisment

ଅଗଷ୍ଟରେ ରିଲିଜ୍ ହେବନି ପୁଷ୍ପା-ଟୁ । ଯାହାକୁ ଅପେକ୍ଷା କରିଥିଲେ ସାରା ଦେଶର ଫ୍ୟାନ୍, ଯାହାର ରିଲିଜ୍କୁ ଚାହିଁ ବସିଥିଲେ ଓଡ଼ିଶାର ଅଗଣିତ ଦର୍ଶକ ତାର ରିଲିଜ୍ ଡେଟ୍ଘୁଞ୍ଚା ଯାଇଛି । ପୁଷ୍ପା ନଇଁବନି ବୋଲି କହୁଥିଲା କିନ୍ତୁ ଏଠି ୪ ମାସ ପଛକୁ ପଳାଇଛି...

Advertisment

ପୁଷ୍ପା ଝୁକେଗା ନହିଁ ହେଲେ ଏବେ ପୁଷ୍ପା ଖାଲି ନଇନି ବରଂ ୪ ମାସ ଘୁଞ୍ଚି ଯାଇଛି । ଯାହା ଅନୁମାନ କରାଯାଉଥିଲା ତାହା ସତ ହୋଇଛି । ପୁଷ୍ପା-୨ର ରିଲିଜ୍ ଡେଟକୁ ଘୁଞ୍ଚାଇଛିପ୍ରଯୋଜନା ସଂସ୍ଥା । ଏଣିକି ଅଗଷ୍ଟ ୧୫ରେ ନୁହେଁ ୪ ମାସ ପରେ ଅର୍ଥାତ ଡିସେମ୍ବର ୬ତାରିଖରେ ରିଲିଜ୍ ହେବ। କୁହାଯାଉଛି ଅନେକ ଗୁଡ଼ିଏ ପୋଷ୍ଟ ପ୍ରଡକସନ୍ କାମ ବାକି ରହିଛି । ସିନେମା ପ୍ରେମୀଙ୍କୁ ଭଲ ସ୍ବାଦ ଦେବା ସହ ନିଆରା ଅନୁଭୂତି ଦେବାରେ ଯେପରି ଗୋଟିଏ ବି ସୁଯୋଗ ମିସ୍ ନହୁଏ ସେଥିପାଇଁ ଆହୁରି ସମୟ ଆବଶ୍ୟକ। ଏହାକୁ ଦୃଷ୍ଟିରେ ରଖି ସିନେମାକୁ ଘୁଞ୍ଚାଇ ଦିଆଯାଇଛି।

ଅନ୍ୟପଟେ କିନ୍ତୁ ଚର୍ଚ୍ଚା କିଛି ଅଲଗା। ଏମାସ ୨୭ ତାରିଖରେ କଲକୀ-2898 AD ବଡ଼ ପରଦାକୁ ଆସୁଛି । ୬୦୦ କୋଟିରୁ ଅଧିକ ଟଙ୍କାରେ ନିର୍ମାଣ ହୋଇଥିବା ପ୍ରଭାସଙ୍କ ଏହି ଫିଲ୍ମ ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ପ୍ରଭାସ ଓ ଅଲ୍ଲୁଅର୍ଜୁନ୍ ଉଭୟ ପାନ୍ ଇଣ୍ଡିଆର ଦୁଇ ବଡ଼ ଷ୍ଟାର୍। ବିଶେଷ ଭାବେ ଦକ୍ଷିଣ ଭାରତରେ ଏମାନଙ୍କ ରହିଛି ସବୁଠୁ ବଡ଼ ଫ୍ୟାନ୍ ବେସ୍ । ତେଣୁ ଦୁହିଁଙ୍କ ଫିଲ୍ମର ବ୍ୟବସାୟ ଯେପରି ପ୍ରଭାବିତ ନହୁଏ ଏହାକୁ ଧ୍ୟାନରେ ରଖି ଏତେ ବଡ଼ ନିଷ୍ପତ୍ତି ନିଆଯାଇଛି 

Advertisment

କଲକୀ-2898 AD ହେଉଛି ପୁରାଣ ଓ ଭବିଷ୍ୟତକୁ ଯୋଡ଼ୁଥିବା ଏକ ବଡ଼ କାନଭାସର ସିନେମା । ପ୍ରଭାସଙ୍କ ସହ ଅମିତାଭ ବଚ୍ଚନ, ଦୀପିକା ପାଦୁକୋନ୍, କମଲ ହସନଙ୍କ ଭଳି ଦିଗଜ୍ ଗୋଟିଏ ସ୍କ୍ରିନରେ ନଜର ଆସିବେ। ସେପଟେ ପୁଷ୍ପା-୨ ହେଉଛି ପାର୍ଟ ୱାନ୍ ପରର କାହାଣୀ, ଯେଉଁଠି ଚନ୍ଦନ କାଠ ସ୍ମଗଲିଂ କରୁଥିବା ଡ୍ରାକ୍ ସେଡ୍ ହିରୋର ଚରିତ୍ରରେ ନଜର ଆସିଛନ୍ତି ଅଲ୍ଲୁ ଅର୍ଜୁନ୍ । ସବୁଠୁ ବଡ଼ କଥା ହେଉଛି ପୁଷ୍ପା-୨ର ଅନେକାଂଶ ଓଡ଼ିଶାର ମାଲକାନଗିରିରେ ସୁଟିଂ ହୋଇଛି।

Allu Arjun Postponed
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ