Advertisment

ଏକାଠି ଆସିବେ ଅକ୍ଷୟ-ଟାଇଗର୍; ଜଣେ ବଡେ ମିଆଁ, ଜଣେ ଛୋଟେ ମିଆଁ

ପ୍ରଥମ ଥର ପାଇଁ ବଡ ପରଦାରେ ନଜର ଆସିବେ ଅକ୍ଷୟ-ଟାଇଗର୍। ଖୁବ ଶୀଘ୍ର ‘ବଡେ ମିଆଁ ଚୋଟେ ମିଆଁ’ରେ ଉଭୟଙ୍କୁ ଦେଖିବାକୁ ମିଳିବ। ଏହାର ଟିଜର ରିଲିଜ ହୋଇଥିବା ବେଳେ ଉଭୟଙ୍କ ଦମଦାର ଆକ୍ସନ ଦେଖିବାକୁ ମିଳେ।

ଅଦ୍ୟତନ ହୋଇଛି
Akshay-Tiger upcoming movie Bade Miyan Chote Miyan teaser out

Akshay-Tiger upcoming movie Bade Miyan Chote Miyan teaser out

Advertisment

ମୁମ୍ବାଇ: ବଲିଉଡ୍‌ ଖିଲାଡି ହିରୋ ଅକ୍ଷୟ କୁମାର ତାଙ୍କର ଅନେକ ଫିଲ୍ମକୁ ଗୋଟିଏ ପରେ ଗୋଟିଏ ଘୋଷଣା କରିଚାଲିଛନ୍ତି, ଯାହା ତାଙ୍କ ପ୍ରଶଂସକଙ୍କ ଉତ୍ସାହ ସ୍ତରକୁ ବଢାଇବାରେ ଲାଗିଛି। ଏଭଳି ପରିସ୍ଥିତିରେ ଅଭିନେତା ତାଙ୍କର ଆଉ ଏକ ଫିଲ୍ମର ସୂଚନା ଦେଇ ଏହାର ଟ୍ରେଲର ମଧ୍ୟ ଛାଡିଛନ୍ତି। ଅକ୍ଷୟ କୁମାରଙ୍କ ହାତରେ ବର୍ତ୍ତମାନ ପ୍ରାୟ ୫ ରୁ ୬ଟି ଫିଲ୍ମ ଅଛି। ଏହିସବୁ ଫିଲ୍ମ ଭିତରେ ଗୋଟିଏ ଫିଲ୍ମରେ ଅକ୍ଷୟ କୁମାର ଓ ଟାଇଗର ଶ୍ରଫ୍‌ ପ୍ରଥମ ଥର ପାଇଁ ଏକାଠି ନଜର ଆସିବେ। ଏହି ଦୁ‍ଇ ଫିଟ୍ ହିରୋଙ୍କ ଅଭିନୀତ ଫିଲ୍ମ 'ବଡେ ମିଆଁ ଛୋଟେ ମିଆଁ' ଖୁବ ଶୀଘ୍ର ପରଦାକୁ ଆସୁଛି।

Advertisment

ଏହି ଫିଲ୍ମରେ ଅକ୍ଷୟ କୁମାର ବଡେ ମିଆଁ ଭୂମିକାରେ ଅଭିନୟ କରୁଥିବା ବେଳେ ଟାଇଗର ଶ୍ରଫ୍‌ ଛୋଟେ ମିଆଁ ଭୂମିକାରେ ନଜର ଆସିବେ। ଫିଲ୍ମର ଟିଜରରୁ ଏହା ଜଣାପଡୁଛି ଯେ ଫିଲ୍ମଟି ନିହାତି ବକ୍ସ ଅଫିସ୍‌ରେ ହିଟ୍ ହେବ।

ଅକ୍ଷୟ କୁମାର ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଫିଲ୍ମର ଟିଜର ସେୟାର କରିଛନ୍ତି। ଟାଇଗର ଶ୍ରଫ୍‌ଙ୍କୁ ଟ୍ୟାଗ୍ କରି ଏହି ପୋଷ୍ଟରେ ସେ ଲେଖିଛନ୍ତି ଯେ “ଯେଉଁ ବର୍ଷ ତୁମେ ଏହି ଦୁନିଆରେ ଡେବ୍ୟୁ କରିଥିଲ (ଜନ୍ମଦିନ) ମୁଁ ସେହି ବର୍ଷ ଚଳଚ୍ଚିତ୍ରରେ ଡେବ୍ୟୁ କରିଥିଲି। ତୁମେ ତଥାପି ପ୍ରତିଦ୍ୱନ୍ଦ୍ୱିତା କରିବ କି, ଛୋଟ୍ ମିଆଁ? ତେବେ ଚାଲ ହେଇଯାଏ ଫୁଲ୍ ଆକ୍ସନ।”

Advertisment

ଫିଲ୍ମର ଟିଜର ଦେଖି ଏହା ଅନୁମାନ କରାଯାଇପାରେ ଯେ ଏହା ଆକ୍ସନରେ ଭରପୂର। ଏହି ଟିଜରରେ ଅମିତାଭ ବଚ୍ଚନ ଓ ଗୋବିନ୍ଦାଙ୍କ ଲୋକପ୍ରିୟ ଫିଲ୍ମ 'ବଡେ ମିଆଁ ଚୋଟେ ମିଆଁ (୧୯୯୮)' ର ଟାଇଟଲ୍‌ ଟ୍ରାକ ମଧ୍ୟ ଶୁଣିବାକୁ ମଧ୍ୟ ମିଳେ। ଏହି ଫିଲ୍ମ ୨୦୨୩ ଖ୍ରୀଷ୍ଟମାସରେ ମୁକ୍ତିଲାଭ କରିବ ବୋଲି କୁହାଯାଉଛି। ପ୍ରଥମ ଥର ପାଇଁ ଅକ୍ଷୟ କୁମାର ଓ ଟାଇଗର ଶ୍ରଫ୍‌ଙ୍କ ଯୋଡି ବଡ଼ ପରଦାରେ ଧମାଲ କରିବାକୁ ଯାଉଛନ୍ତି।

ଅକ୍ଷୟ ଓ ଟାଇଗରଙ୍କ ଫିଲ୍ମ ‘ବଡେ ମିଆଁ ଚୋଟେ ମିଆଁ’କୁ ଅଲି ଅବ୍ବାସ ଜାଫର ନିର୍ଦ୍ଦେଶନା ଦେବେ। ଅନ୍ୟପଟେ ପୂଜା ଏଣ୍ଟରଟେନ୍‌ମେଣ୍ଟ୍ ଓ ବାଶୁ ଭାଗନାନୀ ଏହି ଚଳଚ୍ଚିତ୍ରର ନିର୍ମାତା ଅଛନ୍ତି। ବାଶୁ ଭାଗନାନୀଙ୍କ କହିବା କଥା ଯେ, “ଏହି ଫିଲ୍ମଟି ମୋ ହୃଦୟର ଅତି ନିକଟତର, କାରଣ ଏଥିରେ ଦୁଇଟି କିମ୍ବଦନ୍ତୀ-ଅମିତାଭ ବଚ୍ଚନ ଓ ଗୋବିନ୍ଦା ଅଭିନୟ କରିଥିଲେ। ଏହାକୁ ମୋର ପ୍ରିୟ ଡେଭିଡ ଧାୱନ ଜୀ ନିର୍ଦ୍ଦେଶନା ଦେଇଥିଲେ। ମୁଁ ଖୁସି ଯେ ମୋର ଛୋଟ ମିଆଁ ଜ୍ୟାକି ମ୍ୟାଜିକ୍ ଅଲି ଅବ୍ବାସ ଜାଫରଙ୍କ ସହ ମିଶି କାମ କରିବେ। ଅକ୍ଷୟ କୁମାର ଓ ଟାଇଗର ଶ୍ରଫଙ୍କୁ ମୋର ବଡ ମିଆଁ ଓ ଛୋଟ ମିଆଁ ଭୂମିକାରେ ପାଇଥିବାରୁ ମୁଁ ଅତ୍ୟଧିକ କୃତଜ୍ଞ।”

Advertisment
Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ