Advertisment

‘ତାରକ ମେହେଟ୍ଟା କା ଉଲ୍‌ଟା ଚଷ୍‌ମା’ ଛାଡିଲେ ଶୈଲେଶ ଲୋଧା; ଏଥର ନଜର ଆସିବେ…

‘ତାରକ ମେହେଟ୍ଟା କା ଉଲ୍‌ଟା ଚଷ୍‌ମା’କୁ ବିଦାୟ ଦେଇଛନ୍ତି ଶୈଲେଶ ଲୋଧା। ବର୍ତ୍ତମାନ ନୂଆ ଟିଭି ଓ ନୂଆ ଶୋ’ରେ ତାଙ୍କୁ ଦେଖିବାକୁ ମିଳିବ। ତେବେ ଆସନ୍ତୁ ଜାଣିବା ସେ କାହିଁକି ଏହି ଶୋ’ ଛାଡିଲେ ଆଉ କେଉଁ ଶୋ’ରେ ଦେଖାଦେବେ।

ଅଦ୍ୟତନ ହୋଇଛି
After Taarak Mehta ka Ooltah Chashma Shailesh Lodha will do comedy in this new show

After Taarak Mehta ka Ooltah Chashma Shailesh Lodha will do comedy in this new show

Advertisment

ଦୀର୍ଘ ୧୪ ବର୍ଷ ଧରି ‘ତାରକ ମେହେଟ୍ଟା କା ଉଲ୍‌ଟା ଚଷ୍‌ମା’ରେ ତାରକ ମେହେଟ୍ଟାର ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଅଭିନେତା ତଥା କବି ଶୈଲେଶ ଲୋଧା ଏହି ଶୋ’କୁ ବିଦାୟ ଦେଇଛନ୍ତି। ଗତ ୧ ମାସ ଧରି ଶୈଲେଶ ଏହି ଶୋ’ ପାଇଁ କୌଣସି ସୁଟିଂ କରିନାହାଁନ୍ତି ଏବଂ ବର୍ତ୍ତମାନ ଖବର ମୁତାବକ ସେ ଆଉ ଶୋ’କୁ ନ ଫେରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

Advertisment

ବର୍ତ୍ତମାନ ନୂଆ ଖବର ହେଉଛି ଯେ ଶୈଲେଶ କେବଳ ପୁରୁଣା ଶୋ’ ଛାଡି ନାହାଁନ୍ତି, ବରଂ ତାଙ୍କ ନୂଆ ଶୋ’ ପାଇଁ ସୁଟିଂ ମଧ୍ୟ ଆରମ୍ଭ କରି ଦେଇଛନ୍ତି। ତେବେ ଶୈଳେଶ ପୁଣି ଥରେ ଟିଭିରେ ଦର୍ଶକଙ୍କୁ ହସାଉଥିବାର ନଜର ଆସିବେ। ଶୈଲେଶ ଲୋଡା ବର୍ତ୍ତମାନ ‘ସବ୍’ ଟିଭି ଛାଡି ‘ଶେମାରୋ’ ଟିଭିରେ ଯୋଗ ଦେଇଛନ୍ତି।

ଏହି ଶୋ’ରେ ଶୈଲେଶ ଜେଠାଲାଲ(ଦିଲୀପ ଯୋଶୀ)ଙ୍କ ବନ୍ଧୁ ତାରକ ମେହେଟ୍ଟା ଭୂମିକାରେ ଅଭିନୟ କରୁଥିଲେ। ଏହି ଶୋ’ ଆରମ୍ଭରୁ ଶୈଲେଶ ଲୋଧା ଏହାର ଏକ ପ୍ରମୁଖ ଭୂମିକାରେ ରହିଆସିଥିଲେ। ସେ ତାଙ୍କ ବନ୍ଧୁଙ୍କ ପ୍ରତ୍ୟେକ ସମସ୍ୟାର ସମାଧାନ କରୁଥିବା ସୋ’ରେ ଦେଖାଯାଏ। ଏହି ଦୁଇଜଣଙ୍କର ବନ୍ଧୁତା ଏବଂ ସଂଯୋଗକୁ ମଧ୍ୟ ପ୍ରଶଂସକମାନେ ଖୁବ୍ ପସନ୍ଦ କରୁଥିଲେ।

Advertisment

ତାରକ ମେହେଟ୍ଟାଙ୍କ ଚରିତ୍ରରେ ଅଭିନୟ କରିଥିବା କବି ତଥା ଅଭିନେତା ଶୈଲେଶ ଲୋଧା ବର୍ତ୍ତମାନ ଏକ ନୂଆ ସୋ’ରେ ଦେଖିବାକୁ ଯାଉଛନ୍ତି, ଯେଉଁଥିପାଇଁ ସେ ସୁଟିଂ ମଧ୍ୟ ଆରମ୍ଭ କରିଛନ୍ତି। ଶୋ ସମ୍ବନ୍ଧୀୟ ଉତ୍ସରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଶୋ’ ଏକ ହାସ୍ୟ କବି ସମ୍ମିଳନୀ ହେବ, ଯାହାକୁ ଶୈଲେଶ ଲୋଧା ହୋଷ୍ଟିଂ କରିବେ। ଏହି ଶୋ’ରେ କୌଣସି ପ୍ରତିଯୋଗିତା ହେବ ନାହିଁ, ଦେଶର ଅନେକ ଜଣାଶୁଣା କବି ଏହାର ଏକ ଅଂଶ ହେବେ। ଶୋ’ର ନାମ ଏପର୍ଯ୍ୟନ୍ତ ପ୍ରକାଶ ହୋଇ ନଥିଲେ ମଧ୍ୟ ଏହା ଜୁନ୍ ମାସରେ ଶେମାରୋ ଟିଭିରେ ପ୍ରସାରଣ ହେବ।

ଏହାପୂର୍ବରୁ ମଧ୍ୟ ଶୈଲେଶ ସବ୍ ଟିଭିରେ 'ୱାହ ୱାହ କ୍ୟା ବାତ୍‌ ହୈ' ନାମକ ଏକ ହାସ୍ୟ କବି ସମ୍ମିଳନୀକୁ ହୋଷ୍ଟ୍‌ କରିଛନ୍ତି।

Advertisment

ସୂଚନା ମୁତାବକ 'ତାରକ ମେହେଟ୍ଟା'ର ନିର୍ମାତା ଦେଇଥିବା ଚୁକ୍ତିରେ ଶୈଲେଶ ଲୋଧା ଖୁସି ନଥିଲେ ଏବଂ ଏହି କାରଣରୁ ସେ ଶୋ’ ଛାଡିବାକୁ ନିଷ୍ପତ୍ତି ନେଇଥିଲେ।

ପୂର୍ବରୁ ତାରକ ମେହେଟ୍ଟାଙ୍କ ପତ୍ନୀ ଅଞ୍ଜଲି ତାରକ ମେହେଟ୍ଟା ଭୂମିକାରେ ଥିବା ଅଭିନେତ୍ରୀ ନେହା ମେହେଟ୍ଟା, ସୋଢୀ ଭୂମିକାରେ ଥିବା ଗୁରୁଚରଣ ସିଂ, ଦିଶା ୱାକାନି ଭଳି ଅନେକ ଚରିତ୍ର ଏହି ସୋ’ରୁ ନିଜକୁ ଦୂରେଇ ନେଇଥିଲେ।

Shailesh Lodha Taarak Mehta Ka Ooltah Chashma
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ