Advertisment

ପ୍ରଶଂସକଙ୍କୁ ବଡ ଝଟ୍‌କା; ଗୁପ୍ତରେ ହୋଇଗଲା ଅଦିତି-ସିଦ୍ଧାର୍ଥଙ୍କ ଏନ୍‌ଗେଜ୍‌ମେଣ୍ଟ୍

ଅଦିତି ତାଙ୍କର ଦୀର୍ଘ ଦିନର ପ୍ରେମିକା ସାଉଥ୍ ହୀରୋ ସିଦ୍ଧାର୍ଥଙ୍କୁ ହାଇଦ୍ରାବାଦର ଏକ ମନ୍ଦିରରେ ଏନ୍‌ଗେଜ୍‌ମେଣ୍ଟ୍ କରିଛନ୍ତି। ଏହି ଖବର ସୋସିଆଲ ମିଡିଆରେ ଭାଇରାଲ ହେବା ମାତ୍ରେ ପ୍ରଶଂସକମାନେ ଏହି ଦମ୍ପତିଙ୍କୁ ଅନେକ ଶୁଭେଚ୍ଛା ଜଣାଉଛନ୍ତି।

ଅଦ୍ୟତନ ହୋଇଛି
Aditi Rao Hydari Engagement

Aditi Rao Hydari Engagement

Advertisment

ବର୍ତ୍ତମାନ ଅଦିତି ରାଓ ହୈଦରୀ ତାଙ୍କ ଆଗାମୀ ୱେବ୍ ସିରିଜ୍ ‘ହିରାମଣ୍ଡି’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହି ସମୟରେ କିନ୍ତୁ ଏମିତି ଏକ ଖବର ଆସିଛି ଯାହା ପ୍ରଶଂସକଙ୍କୁ ଚକିତ କରିଛି। ରିପୋର୍ଟ ଅନୁଯାୟୀ, ଅଦିତି ତାଙ୍କର ଦୀର୍ଘ ଦିନର ପ୍ରେମିକା ସାଉଥ୍ ହୀରୋ ସିଦ୍ଧାର୍ଥଙ୍କୁ ହାଇଦ୍ରାବାଦର ଏକ ମନ୍ଦିରରେ ଏନ୍‌ଗେଜ୍‌ମେଣ୍ଟ୍ କରିଛନ୍ତି। ଏହି ଖବର ସୋସିଆଲ ମିଡିଆରେ ଭାଇରାଲ ହେବା ମାତ୍ରେ ପ୍ରଶଂସକମାନେ ଏହି ଦମ୍ପତିଙ୍କୁ ଅନେକ ଶୁଭେଚ୍ଛା ଜଣାଉଛନ୍ତି।

Advertisment

ରିପୋର୍ଟ ଅନୁସାରେ ଅଭିନେତା ସିଦ୍ଧାର୍ଥ ଏବଂ ଅଦିତି ଆଜି ତେଲେଙ୍ଗାନାର ୱାନାପର୍ଥି ଜିଲ୍ଲାର ଶ୍ରୀରଙ୍ଗପୁରର ଶ୍ରୀ ରଙ୍ଗନାୟକସ୍ୱାମୀ ମନ୍ଦିରରେ ଏନ୍‌ଗେଜ୍‌ମେଣ୍ଟ୍ କରିଥିବା ଜଣାଯାଇଛି। ତେବେ ସେମାନଙ୍କ ବିବାହର ଖବର ଗତ କିଛି ଦିନ ଧରି ଚର୍ଚ୍ଚାର ଏକ ଅଂଶ ହୋଇ ରହିଥିଲା। ଅଦିତି ଏବଂ ସିଦ୍ଧାର୍ଥ ଦୀର୍ଘ ଦିନ ଧରି ଲିଭ୍-ଇନ୍ ସମ୍ପର୍କରେ ରହିଥିଲେ। ୨୦୨୧ ମସିହାରେ ଫିଲ୍ମ “ମହା ସମୁଦ୍ରମ୍” ର ସୁଟିଂ ସମୟରେ ଦୁହେଁ ପ୍ରେମରେ ପଡିଥିଲେ।

ଅଧିକ ପଢ଼ନ୍ତୁ: ନେପୋଟିଜିମ୍‌କୁ ନେଇ ଶାହୀଦଙ୍କ କଡା ପ୍ରହାର; କହିଲେ କେହି ବିଏମ୍‌ଡବ୍ଲ୍ୟୁ ସହିତ ସଂଘର୍ଷ କରେନି

Advertisment

ଅଦିତି ଏବଂ ସିଦ୍ଧାର୍ଥଙ୍କ ସମ୍ପର୍କର ଖବର ଦୀର୍ଘ ଦିନ ଧରି ଚାଲିଆସୁଛି। ଗତ ବର୍ଷ ଠାରୁ, ଶୁଣିବାକୁ ମିଳୁଛି ଯେ ଦୁହେଁ ପରସ୍ପରକୁ ଡେଟ୍ କରୁଛନ୍ତି, ଏହା ସହିତ ଉଭୟ କଳାକାରଙ୍କୁ ଅନେକ ଥର ଏକାଠି ଦେଖିବାକୁ ମଧ୍ୟ ମିଳିଛି। ଦୁହେଁ ପରସ୍ପରକୁ ପ୍ରେମ ଦେବା ପାଇଁ କୌଣସି ବି ସୁଯୋଗ ହାତ ଛଡା କରନ୍ତି ନାହିଁ। ଏବେ ଦୁହେଁ ବିବାହ କରି ନିଜ ସମ୍ପର୍କରେ ମୋହର ମାରିଛନ୍ତି। ଏହି ବିବାହ ସମାରୋହ ପରିବାର ସଦସ୍ୟ ଏବଂ ଘନିଷ୍ଠ ସମ୍ପର୍କୀୟଙ୍କ ମଧ୍ୟରେ ହୋଇଥିବା ଜଣାଯାଇଛି।

ଖବର ଅନୁଯାୟୀ, ପାରମ୍ପରିକ ରୀତିନୀତି ଅନୁଯାୟୀ ଅଭିନେତ୍ରୀ ଅଦିତି ଏବଂ ସିଦ୍ଧାର୍ଥଙ୍କ ଏନ୍‌ଗେଜ୍‌ମେଣ୍ଟ୍ ହୋଇଛି। ତାମିଲନାଡୁର ପୁରୋହିତମାନଙ୍କୁ ଏହି ଦମ୍ପତିଙ୍କ ଏନ୍‌ଗେଜ୍‌ମେଣ୍ଟ୍ ପାଇଁ ଡକାଯାଇଥିଲା।

Advertisment

ତେବେ ସିଦ୍ଧାର୍ଥ ଖୁବ ଶୀଘ୍ର କମଲ ହାସନଙ୍କ ଫିଲ୍ମ ‘ଇଣ୍ଡିଆନ୍ ୨’ ରେ ନଜର ଆସିବେ। ସେହିଭଳି ଅଦିତି ମଧ୍ୟ ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ସିରିଜ୍ ‘ହିରାମଣ୍ଡି’ରେ ଦେଖିବାକୁ ମିଳିଳେ ଏବଂ ତାଙ୍କୁ ନିକଟରେ ରିଲିଜ୍ ହୋଇଥିବା ଶୋ ‘ତାଜ୍ ଡିଭାଇଡ୍ ବାୟ ବ୍ଲଡ୍’ରେ ଦେଖିବାକୁ ମିଳିଥିଲା।

Tollywood Aditi Rao Hydari
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ