Advertisment

ହଜାରେ କାହାଣୀ କରିପାରିବେ କିନ୍ତୁ ଆମ ଦେବୀ-ଦେବତାଙ୍କୁ ଉପହାସ କରିପାରିବେ ନାହିଁ

ବୟକଟ୍ ମାମଲାରେ ଫସିଛି 'ଆଦିପୁରୁଷ'। ବିବାଦ ବଢି ବଢି ଚାଲିଛି। ଏହି ବିବାଦ ଭିତରକୁ ଡେଇଁଛନ୍ତି ମୁକେଶ ଖାନ୍ନା। ଚରିତ୍ରକୁ ନେଇ ଉଠେଇଛନ୍ତି ଆପତ୍ତି। ଆମ ଦେବୀ-ଦେବତାଙ୍କୁ ଉପହାସ କରିବା ପ୍ରସଙ୍ଗକୁ ନେଇ ସେ କ’ଣ କହିଛନ୍ତି ଆସନ୍ତୁ ଜାଣିବା।

ଅଦ୍ୟତନ ହୋଇଛି
Adipurush controversy mukesh khanna gajendra chauhan reacts

Adipurush controversy mukesh khanna gajendra chauhan reacts

Advertisment

'ଆଦିପୁରୁଷ'କୁ ନେଇ ବିବାଦ ଥମିବାର ନାଁ ଧରୁନି। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ରାଜନେତା ଏବଂ ଭେଟେରାନ୍ ଅଭିନେତାମାନେ ଚଳଚ୍ଚିତ୍ରର ଚରିତ୍ରଗୁଡ଼ିକ ଉପରେ ନିଜର ଆପତ୍ତି ଉଠଉଛନ୍ତି। ଏହାର VFX ଏବଂ CGI ପାଇଁ ଫିଲ୍ମକୁ ସମାଲୋଚନା କରାଯାଉଛି। ମୁକେଶ ଖାନ୍ନା ଏବଂ ଗଜେନ୍ଦ୍ର ଚୌହାନ 'ଆଦିପୁରୁଷ'ର ମୁଖ୍ୟ ଚରିତ୍ରରେ ହୋଇଥିବା ପରିବର୍ତ୍ତନକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏକ ସାକ୍ଷାତକାରରେ ମୁକେଶ କହିଛନ୍ତି ଯେ ଲୋକମାନେ ହଜାର ହଜାର କାହାଣୀ ଗଠନ କରିପାରିବେ କିନ୍ତୁ 'ଆମର ଦେବୀ-ଦେବତାଙ୍କୁ ଉପହାସ କରିପାରିବେ ନାହିଁ।

Advertisment

ମୁକେଶ ଖାନ୍ନା କହିଛନ୍ତି ଯେ ସେମାନେ ହିନ୍ଦୁ ଚରିତ୍ରମାନଙ୍କୁ ସେହିଭଳି ଭାବେ ସମ୍ମାନ ଦେବା ଉଚିତ ଯେଭଳି ସେମାବେବ୍ ସାଉଥ ଫିଲ୍ମରେ କରୁଛନ୍ତି। ଗଜେନ୍ଦ୍ର ଚୌହାନ କହିଛନ୍ତି ଯେ “ରାବଣ ହେଉଛି ଆମ ଇତିହାସର ଏକ ଅବିଚ୍ଛେଦ୍ୟ ଚରିତ୍ର। ଯଦି ତାଙ୍କର ରୂପକୁ ପରିବର୍ତ୍ତନ କରିଦିଆଯାଏ ତେବେ ଦର୍ଶକ ଏହାକୁ ଗ୍ରହଣ କରିବେ ନାହିଁ।” ମୁକେଶ ଖାନ୍ନା ସାକ୍ଷାତକାରରେ କହିଛନ୍ତି ଯେ ସେମାନେ କଳିଯୁଗକୁ ମହାଭାରତର ବ୍ୟାଖ୍ୟା ଭାବରେ ତିଆରି କରିଛନ୍ତି। କିନ୍ତୁ ସେମାନେ କେବେ ବି କହି ନାହାନ୍ତି ସେମାନେ ଏହାକୁ ପୁନରାବୃତ୍ତି କରୁଛନ୍ତି ବୋଲି।

ମୁକେଶ ଖାନ୍ନା ଆହୁରି କହିଛନ୍ତି, “ରାମାୟଣ ଏବଂ ମହାଭାରତ ଭଳି ମହାଲାବ୍ୟ ଟେକ୍ନୋଲୋଜି ଦ୍ୱାରା ତିଆରି ହୋଇପାରିବ ନାହିଁ। କିଛି ଲୋକ କହୁଛନ୍ତି ଯେ, 'ଆପଣମାନେ କିଏ ଏହାକୁ ବିରୋଧ କରିବା ପାଇଁ ଯେତେବେଳେ ସେନ୍ସର ବୋର୍ଡ ଏହାକୁ ପାଶ୍‌ କରିଛି? କିନ୍ତୁ ସେନ୍ସର ବୋର୍ଡ ଆମର ମୁଖ୍ୟ ପିତା ନୁହଁନ୍ତି। ଏହା ସୁପ୍ରିମକୋର୍ଟ ନୁହନ୍ତି। ହଜାର ହଜାର କାହାଣୀ ଗଠନ କର, କିନ୍ତୁ ଆମର ଦେବୀ ଦେବତାଙ୍କୁ ଉପହାସ କର ନାହିଁ। ତେବେ ଯାଇ ଆପଣ ଫିଲ୍ମ କାମ କରିବ।”

Advertisment

ମୁକେଶ ଖାନ୍ନା ଆହୁରି ମଧ୍ୟ କହିଛନ୍ତି, “ଦେଖନ୍ତୁ ଯେତେବେଳେ ଏଠାରେ ‘ବୟକଟ୍‌’ ମାମଲା ଚାଲିଥିଲା ସେତେବେଳେ ବି 'କାର୍ତ୍ତିକେୟ ୨' ଭଲ କାମ କରିଥିଲା। ଯଦି ବି ଆପଣ କେବେ ହିନ୍ଦୁ ଚରିତ୍ରମାନଙ୍କୁ ବ୍ୟବହାର କରୁଛନ୍ତି ସେତେବେଳେ ଏସବୁକୁ ସମ୍ମାନ କରନ୍ତୁ ଯେପରି ଦକ୍ଷିଣ ସାଉଥ୍ ଫିଲ୍ମରେ କରୁଛନ୍ତି।

ସେହିପରି ଗଜେନ୍ଦ୍ର ଚୌହାନ କହିଛନ୍ତି ଯେ ଯେତେବେଳେ ବି ରାମ ଲୀଲା ହୁଏ, ରାମଙ୍କୁ ରାମ ରୂପରେ ଦେଖାଯାଏ। ଏନେଇ ଯେପର୍ଯ୍ୟନ୍ତ କହିବା ଏବଂ ପ୍ରତିକ୍ରିୟା କରିବାରେ ସ୍ୱାଧୀନତା ଅଛି, ତୁମେ କାହାର ଭାବନାକୁ ଆଘାତ କରିପାରିବ ନାହିଁ।"

Advertisment
Prabhas Saif Ali Khan Bollywood Adipurush Mukesh Khanna
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ