Advertisment

The Kerala Story: ଅଦା ଶର୍ମାଙ୍କ ଜେଜେମା’ ଦେଖିଲେ 'ଦ କେରଳ ଷ୍ଟୋରୀ', ରେପ୍ ସିନ୍ ଦେଖି ଯାହା କହିଲେ ଆଶ୍ଚର୍ଯ୍ୟ ହେବେ

'ଦ କେରଳ ଷ୍ଟୋରୀ'କୁ ଦେଖିଲେ ଅଦା ଶର୍ମାଙ୍କ ଜେଜେମା’। ଏଥିରେ ଥିବା ରେପ୍ ସିନ୍‌କୁ ଦେଖି ଯାହା କହିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ଏହି ରିପୋର୍ଟରେ ପଢନ୍ତୁ ସେ କ’ଣ କହିଛନ୍ତି।

ଅଦ୍ୟତନ ହୋଇଛି
Adah Sharma grandmother watched the kerala story and appeal

Adah Sharma grandmother watched the kerala story and appeal

Advertisment

ରିଲିଜ୍ ହେବାର ଦୁଇ ସପ୍ତାହ ପରେ ମଧ୍ୟ 'ଦ କେରଳ ଷ୍ଟୋରୀ' ଚର୍ଚ୍ଚାରେ ରହିଛି। ଫିଲ୍ମର ଟ୍ରେଲର ରିଲିଜ୍‌ ହେବା ପର ଠାରୁ ଏହା ବିବାଦରେ ଛନ୍ଦି ହୋଇପଡିଛି। ଏହି ଫିଲ୍ମର କାହାଣୀ ହେଉଛି କେରଳର ହିନ୍ଦୁ ଝିଅମାନଙ୍କର, ଯେଉଁମାଙ୍କୁ ଇସଲାମ୍‌ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରାଯାଇଛି ଏବଂ ଜଣେ ଝିଅକୁ ଇସ୍‌ଲାମିକ୍ ଷ୍ଟେଟ୍ ଅଫ୍ ଇରାକ୍‌ ଏବଂ ସିରିଆ (ଆଇଏସ୍ ଆଇଏସ୍)ରେ ଯୋଗଦେବାକୁ ପଠାଯାଉଛି।

Advertisment

'ଦ କେରଳ ଷ୍ଟୋରୀ' ରେକର୍ଡ ଭଙ୍ଗା ରୋଜଗାର ମଧ୍ୟ କରୁଛି। ଏହି ଫିଲ୍ମରେ ଅଦା ଶର୍ମା ମୁଖ୍ୟ ଭୂମିକାରେ ଅଛନ୍ତି ଏବଂ ଫିଲ୍ମର ସଫଳତାକୁ ସେ ଖୁବ୍ ଉପଭୋଗ କରୁଛନ୍ତି। ଏହି ସମୟରେ ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ ଯେତେବେଳେ ସେ ତାଙ୍କ ଜେଜେମା’ଙ୍କୁ ଫିଲ୍ମ ଦେଖାଇବାକୁ ଯାଉଥିଲେ ସେତେବେଳେ ସେ ବହୁତ ନର୍ଭସ ଥିଲେ। ଫିଲ୍ମରେ ଥିବା 'ରେପ୍' ଏବଂ 'ବିବ୍ରତ କଲା ଭଳି ସିନ୍' ଉପରେ ଜେଜେମା’ଙ୍କ ପ୍ରତିକ୍ରିୟାକୁ ନେଇ ସେ ଚିନ୍ତିତ ଥିଲେ।

ଏକ ୱେବ୍ ପୋର୍ଟାଲ୍‌କୁ ସାକ୍ଷାତକାର ଦେଇ ଅଦା ଶର୍ମା କହିଛନ୍ତି, “ମୋର ମା’ ଏବଂ ଜେଜେମା’ ଏହି କାହାଣୀ ଜାଣିଥିଲେ। ବିଶେଷକରି ସେହି ‘ରେପ୍ ସିନ୍’ ବିଷୟରେ ମୁଁ ଜେଜେମା’ଙ୍କ ପ୍ରତିକ୍ରିୟାକୁ ନେଇ ଚିନ୍ତିତ ଥିଲି। ଫିଲ୍ମରେ ଦେଖାଯାଇଥିବା ଅସହଜ ମୁହୂର୍ତ୍ତରେ ସେ କିପରି ପ୍ରତିକ୍ରିୟା କରିବେ ସେସବୁକୁ ନେଇ ମୁଁ କେବଳ ଚିନ୍ତିତ ଥିଲି। ଅଦା ଆହୁରି କହିଛନ୍ତି ଯେ ଫିଲ୍ମ ଦେଖିବା ପରେ ତାଙ୍କ ଜେଜେମା’ ଏହାକୁ ଏକ ଶିକ୍ଷଣୀୟ ତଥା ଜ୍ଞାନରେ ଭରପୂର ଚଳଚ୍ଚିତ୍ର ବୋଲି କହିଥିଲେ।

Advertisment

ଅଦା ଶର୍ମା କହିଛନ୍ତି, “ମୋର ବିଶ୍ୱାସ ଯେ ୯୦ ବର୍ଷ ବୟସ୍କା ଜେଜେମା ହେଉଛନ୍ତି ଘରର ସବୁଠାରୁ ଶକ୍ତିଶାଳୀ ସଦସ୍ୟ। ଫିଲ୍ମ ଦେଖିବା ପରେ ସେ ଏହାକୁ ଏକ ଶିକ୍ଷଣୀୟ ତଥା ସୂଚନାପୂର୍ଣ୍ଣ ଅନୁଭବ ଭାବରେ ବର୍ଣ୍ଣନା କରି କହିଥିଲେ ଯେ ‘ମୁଁ ଚାହୁଁଛି ମୋର ସମସ୍ତ ଛାତ୍ର ଏହାକୁ ଦେଖନ୍ତୁ’।”

ଏହାପରେ ଅଦା କହିଛନ୍ତି, “ମୁଁ ତାଙ୍କୁ କହିଲି ଯେ ଏହା ଏକ ଆଡଲ୍ଟ ଫିଲ୍ମ୍, ଏବଂ ତା’ପରେ ସେ ପରାମର୍ଶ ଦେଇଥିଲେ ଯେ ଏହା U / A ହେବା ଉଚିତ। ଯାହା ଫଳରେ ଏହାକୁ ଛୋଟ ଝିଅମାନେ ମଧ୍ୟ ଦେଖିବେ, ଏଥିପ୍ରତି ସଚେତନ ହେବେ ଏବଂ ଏହା ସେମାନଙ୍କୁ ଅଧିକ ସରତ୍କ ରହିବାକୁ ସାହାଯ୍ୟ କରିବ।"

Advertisment

ପ୍ରକାଶଥାଉ ଯେ 'ଦ କେରଳ ଷ୍ଟୋରୀ' ପ୍ରଥମ ଦୁଇ ସପ୍ତାହରେ ୧୭୧.୭୨ କୋଟି ଟଙ୍କା ରୋଜଗାର କରିଛି। ଚଳଚ୍ଚିତ୍ରଟି ଏବେ ବି ପ୍ରେକ୍ଷାଳୟରେ ରହିଛି। ଏହି ଫିଲ୍ମ ଖୁବ୍ ଶୀଘ୍ର ୨୦୦ କୋଟି ସଂଗ୍ରହ କରିବ ବୋଲି ଆଶା କରାଯାଉଛି। ଫିଲ୍ମକୁ ମିଳିଥିବା ପ୍ରଶଂସାକୁ ନେଇ ଅଦା ଶର୍ମା ନିକଟରେ କହିଥିଲେ ଯେ ଦର୍ଶକ ଏହାକୁ ଏତେ ଭଲପାଇନା ଦେବେ ବୋଲି ସେ ଆଶା ମଧ୍ୟ କରି ନଥିଲେ।

Bollywood Actress Adah Sharma Adah Sharma
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ