Advertisment

ଫ୍ୟାମିଲି କୋର୍ଟରେ ହାଜର ହେଲେ ଅଭିନେତ୍ରୀ ବର୍ଷା

ଫ୍ୟାମିଲି କୋର୍ଟରେ ହାଜର ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷାଙ୍କ ପାରିବାରିକ ବିବାଦ ମାମଲାକୁ ନେଇ ଆଜି କଟକ ସ୍ଥିତ ଫ୍ୟାମିଲି କୋର୍ଟରେ ବର୍ଷା ହାଜର ହୋଇଛନ୍ତି।

ଅଦ୍ୟତନ ହୋଇଛି
ଫ୍ୟାମିଲି କୋର୍ଟରେ ହାଜର ହେଲେ ଅଭିନେତ୍ରୀ ବର୍ଷା

anubhav-varsha

Advertisment

କଟକ: ଫ୍ୟାମିଲି କୋର୍ଟରେ ହାଜର ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷାଙ୍କ ପାରିବାରିକ ବିବାଦ ମାମଲାକୁ ନେଇ ଆଜି କଟକ ସ୍ଥିତ ଫ୍ୟାମିଲି କୋର୍ଟରେ ବର୍ଷା ହାଜର ହୋଇଛନ୍ତି। ଉଭୟଙ୍କ ମଧ୍ୟରେ ବୁଝାମଣା ପାଇଁ ବର୍ଷା ହାଜର ହୋଇଥିବା ଜଣାପଡ଼ିଛି। 

Advertisment

ଏହା ପୂର୍ବରୁ ଗତ ୯ ତାରିଖରେ ଅନୁଭବ ଓ ବର୍ଷା ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ। କୋର୍ଟର ମଧ୍ୟସ୍ଥତା କେନ୍ଦ୍ରରେ ଉଭୟ ହାଜର ହୋଇଥିଲେ। ବିବାଦକୁ ଏଡାଇ ସ୍ୱାମୀ-ସ୍ତ୍ରୀ ଭାବେ ପୁଣିଥରେ ପରିବାରକୁ ଆଗକୁ ବଢାଇବା ପାଇଁ କନସିଲେସନ କମିଶନରଙ୍କ ପକ୍ଷରୁ ଉଦ୍ୟମ କରାଯାଇଥିଲା। ହେଲେ ସେଭଳି କୌଣସି ସୁଫଳ ମିଳିନଥିଲା।

ସୂଚନାଥାଉ କି, କିଛିଦିନ ପୂର୍ବେ ଅନୁଭବ-ବର୍ଷା ଉଭୟ ପୁରୀଘାଟ ଥାନାର ଦ୍ୱାରସ୍ଥ ହୋଇଥିଲେ। ସେ ରହୁଥିବା ଘର ଆଡ଼କୁ ମନ୍ଦ ଉଦ୍ଦେଶ୍ୟରେ ସିସିଟିଭି ଲଗାଯାଇଛି ବୋଲି ବର୍ଷା ଅଭିଯୋଗ କରିଥିବା ବେଳେ ଘରେ ଅଜଣା ଲୋକ ପଶୁଥିବା ନେଇ ଅନୁଭବ ଅଭିଯୋଗ କରିଥିଲେ। ଘରେ ଅଜଣା ଲୋକ ପଶୁଥିବା ନେଇ ଅନୁଭବ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସେମାନଙ୍କୁ ସେ ଚିହ୍ନି ନଥିବା ମଧ୍ୟ ଅଭିଯୋଗପତ୍ରରେ ଉଲ୍ଲେଖ କରିଥିଲେ ଅନୁଭବ। ଅନୁଭବଙ୍କ ଏହି ଅଭିଯୋଗକୁ ପୋଲିସ୍‌ ଗୁରୁତ୍ୱର ସହ ନେଇଥିଲେ।

Advertisment

ସୂଚନାଥାଉ କି, କିଛିଦିନ ପୂର୍ବେ ପାରିବାରିକ ବିବାଦ ମାମଲାକୁ ନେଇ ଅନୁଭବ-ବର୍ଷା ମୁହାଁମୁହିଁ ହୋଇଥିଲେ। ଅନୁଭବ ଅଭିଯୋଗ କରିଥିଲେ ଯେ, ଦୁହିଙ୍କ ମଧ୍ୟରେ ଚାଲିଥିବା ମାମଲା ସରୁ ବୋଲି ବର୍ଷା ଚାହୁଁ ନାହାନ୍ତି ଏବଂ ଜାଣିଶୁଣି ଶୁଣାଣି ପ୍ରକ୍ରିୟାକୁ ବିଳମ୍ବ କରୁଛନ୍ତି। ଏଥିପାଇଁ ସେ ଶୁଣାଣି ବେଳେ କୋର୍ଟକୁ ଆସୁ ନାହାନ୍ତି। ତେବେ ଅନୁଭବଙ୍କ ଏଭଳି ଅଭିଯୋଗର ଜବାବ ରଖିଛନ୍ତି ବର୍ଷାଙ୍କ ଓକିଲ ଆରକେ ରଥ। ସେ କହିଛନ୍ତି, ବର୍ଷା ଆଗରୁ ସମସ୍ତ ଡେଟ୍‌ରେ କୋର୍ଟକୁ ଯାଇଛନ୍ତି। ହେଲେ ଅନୁଭବ ଆସୁନଥିଲେ। ଏଥିପାଇଁ ଏସଡିଜେଏମ୍ କୋର୍ଟରେ ବର୍ଷାଙ୍କ ଅପିଲ ପଡ଼ି ରହିଛି। ବର୍ଷା କୋର୍ଟଙ୍କୁ ସହଯୋଗ କରୁନଥିବା କଥା ଅନୁଭବ ଯେଉଁ ଅଭିଯୋଗ କରୁଛନ୍ତି, ତାହା ସମ୍ପୂର୍ଣ୍ଣ ମିଛ ଓ ମନଗଢ଼ା ବୋଲି ବର୍ଷାଙ୍କ ଓକିଲ କହିଥିଲେ।

Advertisment
Varsha Priyadarshini Anubhav Mohanty Anubhav- Varsha Marital Discord
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ