Advertisment

ଶେଖର ସୁମନ କହୁଥିଲେ ରାଜନୀତିରୁ ଦୂରେଇ ରହିଛି; ଏବେ କାହିଁକି ଧରିଲେ ପଦ୍ମ...

ଅଭିନେତା ଶେଖର ସୁମନ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ଦିଲ୍ଲୀର ବିଜେପି ମୁଖ୍ୟାଳୟରେ ଶେଖର ସୁମନ ଦଳରେ ଯୋଗ ଦେଇଛନ୍ତି। ଦିନେ କହୁଥିଲେ ସେ ନିଜକୁ ରାଜନୀତିରୁ ଦୂରେଇ ରଖିଛନ୍ତି।

ଅଦ୍ୟତନ ହୋଇଛି
shekhar suman joins BJP

Actor shekhar suman join bharatiya janata party

Advertisment

ନିକଟରେ ସଞ୍ଜୟ ଲୀଲା ଭନ୍‌ସାଲୀଙ୍କ ୱେବ୍ ସିରିଜ୍ 'ହିରାମଣ୍ଡି'ରେ ଅଭିନେତା ଶେଖର ସୁମନ ନଜର ଆସିଛନ୍ତି। ଫିଲ୍ମରେ ଶେଖର ଏକ ରାଜାର ଦମଦାର ଭୂମିକାରେ ହୃଦୟ ଜିତିଛନ୍ତି। ବର୍ତ୍ତମାନ କିନ୍ତୁ ତାଙ୍କୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାଙ୍କୁ ଆସିଛି। ଏହି ଅଭିନେତା ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ଦିଲ୍ଲୀର ବିଜେପି ମୁଖ୍ୟାଳୟରେ ଶେଖର ସୁମନ ଦଳରେ ଯୋଗ ଦେଇଛନ୍ତି।

Advertisment

ଶେଖର ସୁମନଙ୍କ ପାଇଁ ଏହା କିନ୍ତୁ ନୂଆ ନୁହେଁ। ପୂର୍ବରୁ ସେ ରାଜନୀତିରେ ନିଜର ଭାଗ୍ୟ ପରୀକ୍ଷା କରିଛନ୍ତି। ୨୦୦୯ ମସିହାରେ ଏହି ଅଭିନେତା କଂଗ୍ରେସ ଟିକେଟରେ ପାଟନା ସାହିବ ଆସନରୁ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ସେତେବେଳେ ଶତ୍ରୁଘ୍ନ ସିହ୍ନା ବିଜେପିରେ ଥିଲେ ଏବଂ ଶେଖର ସୁମନ ସେହି ନିର୍ବାଚନରେ ​​ହାରି ଯାଇଥିଲେ।

ନିକଟରେ ହୋଇଥିବା ଏକ ବାର୍ତ୍ତାଳାପରେ ଏ ବିଷୟରେ ଶେଖର ସୁମନ କହିଛନ୍ତି ଯେ, “ମୁଁ ଡିଫଲ୍ଟ ଭାବରେ ରାଜନୀତି ସହିତ ଜଡିତ ଥିଲି। ଏପରି କୌଣସି ଇଚ୍ଛା ନ ଥିଲା। କିନ୍ତୁ ବେଳେବେଳେ ଆପଣଙ୍କୁ ଭାବନାତ୍ମକ ରୂପରେ ବ୍ଲାକମେଲ୍‌ ହେବାକୁ ପଡେ ଏବଂ ମୁଁ ଏହା କରିଥିଲି କାରଣ ମୁଁ ମୋ ସହର, ମୋ ସମାଜ ଏବଂ ମୋ ରାଜ୍ୟ ପାଇଁ କିଛି କରିବାକୁ ଚାହୁଁଥିଲି।”

Advertisment

ଅଧିକ ପଢ଼ନ୍ତୁ: ଲୋକଙ୍କୁ ସଚେତନ କରିବାକୁ ନିଆରା ପ୍ରୟାସ, ଭୋଟ୍ ପାଇଁ ଦେହରେ ଟାଟୁ

ନିକଟରେ ଷ୍ଟାର୍‌ ପ୍ରଚାରକ ଖୋଜୁଥିବା ରାଜନୈତିକ ଦଳଗୁଡ଼ିକରୁ ଅଫର ପାଇବାକୁ ନେଇ ଶେଖର ସୁମନ କହିଥିଲେ, “ମତେ ଅନେକ ଅଫର ମିଳିଛି, କିନ୍ତୁ ଯେତେବେଳେ ସେମାନେ ମୋ ପାଖକୁ ଆସନ୍ତି, ମୁଁ ବଧିର ଏବଂ ଅନ୍ଧ ହୋଇଯାଏ। ମୁଁ ନିଜକୁ ରାଜନୀତିରୁ ଦୂରେଇ ରଖିଛି, କାରଣ ଏମିତିରେ ବି ଆମକୁ ଆମ ଜୀବନରେ ରାଜନୀତି ସହ ଘାଣ୍ଟିହେବାକୁ ପଡେ। ତେବେ ପ୍ରଥମେ ସେଥିରୁ ମୁକୁଳିବାର ଅଛି। ଏହି ବିବୃତ୍ତିର କିଛି ଦିନ ପରେ ଅଭିନେତା ବିଜେପିରେ ଯୋଗ ଦେଇଛନ୍ତି।

ପାର୍ଟିରେ ଯୋଗଦେବା ପରେ ଶେଖର ସୁମନ କହିଛନ୍ତି, “ଗତକାଲି ପର୍ଯ୍ୟନ୍ତ ମୁଁ ନିଜେ ଜାଣି ନଥିଲି ଯେ ମୁଁ ଆଜି ଏଠାରେ ବସିବି, କାରଣ ଜୀବନରେ ଅନେକ କିଛି ଜଣା ଅଜଣାରେ ହୋଇଯାଏ। ବେଳେବେଳେ ଆପଣ ଜାଣି ନଥାନ୍ତି ଆପଣଙ୍କର ଲକ୍ଷ କ’ଣ ଏବଂ ଉପରୁ ଏକ ପ୍ରବାହ ଆସେ ଆଉ ଆପଣ ସେହି ଆଦେଶକୁ ପାଳନ କରନ୍ତି। ମୁଁ ଏକ ସକରାତ୍ମକ ଚିନ୍ତା ସହିତ ଏଠାକୁ ଆସିଛି।”

Advertisment

ସେ ଆହୁରି କହିଛନ୍ତି, ସର୍ବପ୍ରଥମେ ମୁଁ ଭଗବାନଙ୍କୁ ଧନ୍ୟବାଦ ଦେବାକୁ ଚାହେଁ ମୁଁ ଏଠାକୁ ଆସିବାକୁ ନିର୍ଦ୍ଦେଶ ଦେଇଥିବାରୁ। ଯାହାକୁ ଶ୍ରୀରାମ ରଚନା କରିଛନ୍ତି, ଆପଣଙ୍କୁ ତାହା କରିବାକୁ ପଡିବ।” ଏହା ସହିତ ଶେଖର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହାଙ୍କ ସମେତ ଅନ୍ୟ ନେତାମାନଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି।

ଶେଖର ସୁମନ ଆହୁରି କହିଛନ୍ତି, “ଯେତେବେଳେ ଆପଣ ଏକ ଭଲ ବିଚାର ସହିତ ଆସିବେ ସବୁକିଛି ଉତ୍ତମ ହେବ। ମୋ ମନରେ କୌଣସି ନକରାତ୍ମକ ଚିନ୍ତାଧାରା ନାହିଁ, ଯାହା ଅଛି କେବଳ ଦେଶ ବିଷୟରେ। ମୁଁ ବୁଝିପାରୁଛି ଯେ ମଣିଷ ଶବ୍ଦ ଉପରେ ବହୁତ ନିର୍ଭର କରେ ଏବଂ କିଛି ମୁହୂର୍ତ୍ତ ପରେ ସେହି ଶବ୍ଦର କୌଣସି ଅର୍ଥ ନ ଥାଏ। ଯଦି ମୁଁ ଚାହିଁବି, ତେବେ ମୁଁ ଏଠାରେ ବସି ଦିନସାରା ଭାଷଣ ଦେଇପାରିବି। କିନ୍ତୁ ଏହାର କୌଣସି ମାନେ ନ ଥାଏ। ସେତେବେଳେ କୌଣସି ଅର୍ଥ ରହିବ ଯେତେବେଳେ ମୁଁ କିଛି କରିବି।”

ଅଧିକ ପଢ଼ନ୍ତୁ: ଭୋଟରଙ୍କ ପାଇଁ ପ୍ରେରଣା, ଦୁଇ ହାତ ନାହିଁ ତଥାପି ଦେଲେ ଭୋଟ ! ଦେଖନ୍ତୁ ଭିଡିଓ...

BJP Sekhar Suman Indian Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ