Advertisment

ବିଶ୍ୱକପରୁ ବିଦା ହେବା ପରେ ଜଳୁଛି ପାକିସ୍ତାନ; ଐଶ୍ୱର୍ଯ୍ୟାଙ୍କୁ ନେଇ ରଜାକ୍‌ଙ୍କ ଅଶାଳୀନ ମନ୍ତବ୍ୟ

ବିଶ୍ୱକପରୁ ପାକିସ୍ତାନ ବାହାର ହୋଇଛି। ଏଭଳି ପରିସ୍ଥିତିରେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଅବଦୁଲ ରଜାକ୍‌ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ବିଷୟରେ ଏକ ଅଶ୍ଳୀଳ ମନ୍ତବ୍ୟ ଦେଇଛନ୍ତି, ଯେଉଁଥିପାଇଁ ସେ ସୋସିଆଲ ମିଡିଆରେ ତୀବ୍ର ସମାଲୋଚନାର ସମ୍ମୁଖୀନ ହେଉଛନ୍ତି।

abdul razzaq disrespectful comments on aishwarya rai bachchan

abdul razzaq disrespectful comments on aishwarya rai bachchan

Advertisment

୨୦୨୩ ବିଶ୍ୱକପରୁ ପାକିସ୍ତାନ ବାହାର ହୋଇଛି। ଏଥର ଲିଗ୍‌ରେ ପାକିସ୍ତାନର ବହୁତ ଖରାପ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। କେବଳ ଏତିକି ନୁହେଁ ବ୍ୟାଟିଂ, ବୋଲିଂ ଏବଂ ଫିଲ୍ଡିଂ ହେତୁ ପାକିସ୍ତାନକୁ ସୋସିଆଲ ମିଡିଆରେ ଟ୍ରୋଲ୍‌ର ସାମ୍ନା କରିବାକୁ ମଧ୍ୟ ପଡିଥିଲା। ଏବେ ପାକିସ୍ତାନୀ ଟିମ୍ ଘର ବାହୁଡା ହୋଇଛି।

Advertisment

ଏଭଳି ପରିସ୍ଥିତିରେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଅବଦୁଲ ରଜାକ୍‌ ଆଇସିସି କ୍ରିକେଟ୍ ବିଶ୍ୱକପ ୨୦୨୩ରେ ପାକିସ୍ତାନର ଖରାପ ପ୍ରଦର୍ଶନ ବିଷୟରେ କଥାବାର୍ତ୍ତା କରୁଥିବାବେଳେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ବିଷୟରେ ଏକ ଅଶ୍ଳୀଳ ମନ୍ତବ୍ୟ ଦେଇଛନ୍ତି, ଯାହା ‘ଔଷଧ ବିକଳରେ ତାଟିଆ କାମୁଡିବା’ ନୀତି ହୋଇଛି। ଯେଉଁଥିପାଇଁ ସେ ସୋସିଆଲ ମିଡିଆରେ ତୀବ୍ର ସମାଲୋଚନାର ସମ୍ମୁଖୀନ ହେଉଛନ୍ତି।

ଇଣ୍ଟର୍‌ନେଟ୍‌ରେ ଅବଦୁଲ ରଜାକ୍‌ଙ୍କ ବିବୃତ୍ତିର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ ପାକିସ୍ତାନର ପୂର୍ବତନ ଖେଳାଳି ସହିଦ ଆଫ୍ରିଦି, ଉମର ଗୁଲ ଏବଂ ଅନ୍ୟମାନଙ୍କ ସହ ଏକ ଇଭେଣ୍ଟ୍‌ରେ ନଜର ଆସିଥିଲେ। ଏହି କାର୍ଯ୍ୟକ୍ରମରେ ଅବଦୁଲ ରଜାକ୍‌ ଭାରତୀୟ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇଛନ୍ତି। ପାକିସ୍ତାନୀ ଖେଳାଳିଙ୍କ ଏହି ବିବୃତ୍ତିକୁ ସମସ୍ତେ ସମାଲୋଚନା କରୁଛନ୍ତି। ଏହା ବ୍ୟତୀତ ତାଙ୍କୁ ବହୁତ ଟ୍ରୋଲ୍‌ ମଧ୍ୟ କରାଯାଉଛି।

Advertisment

ରଜାକ୍‌ କହିଛନ୍ତି, “ଯଦି ଆପଣମାନେ ଭାବିନିଅନ୍ତି ଯେ ମୁଁ ଐଶ୍ୱର୍ଯ୍ୟା ରାୟଙ୍କୁ ବିବାହ କରିବେ  ଏବଂ ତାଙ୍କଠାରୁ ଏକ ଭଲ (ଆଦର୍ଶ ଏବଂ ସଂଯମିଜ) ସନ୍ତାନ ଜନ୍ମ ହେବ, ତେବେ ତାହା କେବେ ହୋଇପାରିବ ନାହିଁ। ତେଣୁ ଆପଣମାନଙ୍କୁ ପ୍ରଥମେ ଆପଣଙ୍କ ଉଦ୍ଦେଶ୍ୟ ସ୍ଥିର କରିବାକୁ ପଡିବ, କେବଳ ସେତେବେଳେ ଟିମ୍ ଏବଂ ଏହାର ପ୍ରଦର୍ଶନ ଭଲ ହେବ।”

Advertisment

ସୂଚନାଯୋଗ୍ୟ ଯେ ଆଇସିସି ବିଶ୍ୱକପ୍‌ ୨୦୨୩ରେ ପାକିସ୍ତାନ କ୍ରିକେଟ୍ ଟିମ୍ ପଏଣ୍ଟ ଟେବୁଲରେ ପଞ୍ଚମ ସ୍ଥାନ ହାସଲ କରିଛି ଏବଂ ନଅ ମ୍ୟାଚ୍‌ ମଧ୍ୟରୁ ପାଞ୍ଚଟି ପରାଜୟ ସହ ଟୁର୍ନାମେଣ୍ଟର ନକ୍ ଆଉଟ୍ ପର୍ଯ୍ୟାୟରେ ପହଞ୍ଚିବାରେ ବିଫଳ ହୋଇଛି। ବାବର ଆଜାମଙ୍କ ନେତୃତ୍ୱରେ ଟିମ୍‌କୁ ଭାରତ, ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ଏବଂ ଇଂଲଣ୍ଡ ଦ୍ୱାରା ସାଙ୍ଘାତିକ ଭାବେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା।

ବିଶ୍ୱକପରୁ ବାହାରିବା ମାତ୍ରେ ପାକିସ୍ତାନ କ୍ରିକେଟ୍‌ରେ ଉତ୍ତେଜନା ଦେଖାଦେଇଛି। ଟିମ୍‌ର ବୋଲିଂ ପ୍ରଶିକ୍ଷ ଦକ୍ଷିଣ ଆଫ୍ରିକାର ପୂର୍ବତନ ବୋଲର ମୋର୍ନେ ମର୍କେଲ ଇସ୍ତଫା ଦେଇଛନ୍ତି। ଜୁନ୍ ୨୦୨୩ରେ ମୋର୍ନେ ମର୍କେଲ ପାକିସ୍ତାନ କ୍ରିକେଟ୍‌ର ବୋଲିଂ କୋଚ୍ ଭାବରେ ନିଯୁକ୍ତ ହୋଇଥିଲେ। ତାଙ୍କୁ ୬ ମାସ ପାଇଁ ପାକିସ୍ତାନ ଟିମ୍‌ର ବୋଲିଂ କୋଚ୍ କରାଯାଇଥିଲା।

Bollywood Cricket Aishwarya Rai Bachchan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ