Aamir khan video calls vinesh phogat after paris Olympics disappointment
ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ଭିନେଶ ଫୋଗଟ୍ ଅଯୋଗ୍ୟ ଘୋଷିତ ହେବା ପରେ ତାଙ୍କର ଅଲିମ୍ପିକ୍ ଯାତ୍ରା ବିନା ମେଡାଲ୍ରେ ଶେଷ ହୋଇଗଲା। ଭିନେଶଙ୍କ ସହ ସେଦିନ ସମଗ୍ର ଦେଶ ଭାଙ୍ଗିପଡିଲା। ଭିନେଶ ଫୋଗଟ୍ଙ୍କ ଏହି କଠିନ ପରିସ୍ଥିତିରେ ଅନେକ ବଲିଉଡ ତାରକା ଆଗକୁ ଆସି ତାଙ୍କୁ ସମର୍ଥନ କରିଛନ୍ତି ଏବଂ ଉତ୍ସାହିତ କରିଛନ୍ତି। ଏଥିରେ ଆମୀର ଖାନ ମଧ୍ୟ ସାମିଲ ଅଛନ୍ତି। 'ଦଙ୍ଗଲ' ଅଭିନେତା ଭିନେଶ ଫୋଗଟ୍ଙ୍କୁ ଏକ ଭିଡିଓ କଲ୍ କରି ତାଙ୍କୁ ଉତ୍ସାହିତ କରିଛନ୍ତି।
ଆମୀର ଖାନଙ୍କ 'ଦଙ୍ଗଲ' ହେଉଛି ସେହି ଫିଲ୍ମ ଯାହା ଭାରତୀୟ ସିନେମାରେ ହଙ୍ଗାମା ସୃଷ୍ଟି କରିଥିଲା। ୨୦୧୯ ମସିହାରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମଟି ମହିଳା କୁସ୍ତି ଉପରେ ଆଲୋକପାତ କରିଥିଲା। ଏହା ମହାବୀର ସିଂହ ଫୋଗଟ ଏବଂ ତାଙ୍କ ଝିଅ ଗୀତା ଏବଂ ବବିତାଙ୍କ ବାସ୍ତବ ଜୀବନ କାହାଣୀ ଉପରେ ଆଧାରିତ ଥିଲା, ଯେଉଁମାନେ ଶୀର୍ଷ ରେସଲର୍ ହୋଇଥିଲେ।
ମହାବୀର ଭାବରେ ଆମୀର ଖାନ ଅଭିନୟ କରିଥିଲେ ଯିଏ ନିଜ ଝିଅମାନଙ୍କୁ ତାଲିମ ଦିଅନ୍ତି। ଏହି ଫିଲ୍ମ ଲିଙ୍ଗଗତ ସମାନତା ଏବଂ ମହିଳା ଆଥ୍ଲେଟ୍ସଙ୍କ ସଂଘର୍ଷ ଭଳି ପ୍ରସଙ୍ଗକୁ ଦେଖାଇଥିଲା। ଏହାର ଦମଦାର କାହାଣୀ ଏବଂ ପ୍ରଦର୍ଶନ ପାଇଁ ଏହି ଫିଲ୍ମକୁ ଖୁବ ପ୍ରଶଂସା କରାଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1725276328.jpg)