Advertisment

ପୁଣି ଏକାଠି ଫଟୋ ପୋଜ୍‌ ଦେଲେ ଆମିର ଓ ରିନା, ଭାଇରାଲ ହେଲା ଭିଡିଓ..

ଆମିର ଓ ତାଙ୍କ ପ୍ରଥମ ପତ୍ନୀ ରିନା ଦତ୍ତା ମୁମ୍ବାଇରେ ଫିଲ୍ମ ନିର୍ମାତା ମନସୁର ଖାନ୍‌ଙ୍କ ପୁସ୍ତକ ‘ଦ ଷ୍ଟୋରୀ ଅଫ୍‌ ଅଲଟିମେଟ୍‌ ମାଇଥ୍‌’ ପ୍ରକାଶନରେ ଏକାଠି ହୋଇଛନ୍ତି ।

ଅଦ୍ୟତନ ହୋଇଛି
Aamir Khan ex-wife Reena Dutta

Aamir Khan ex-wife Reena Dutta

Advertisment

ଆମ ଥମ୍ବନେଲରେ ପ୍ରଦର୍ଶିତ ଫଟୋ ଦେଖି ଆପଣ ଭାବୁଥିବେ ସମିକରଣ ହୁଏତ ବଦଳି ଯାଇଛି। ଯେଉଁଥିପାଇଁ ଆମୀର ଓ ରୀନା ଏକାଠି ନଜର ଆସିଛନ୍ତି। ହୁଏତ ପୁରୁଣା ଦିନର କଥା ମନେପଡିଛି। ପୁରୁଣା ପ୍ରେମ ପୁଣି ଡାକିଛି। କିନ୍ତୁ ପାଠକବନ୍ଧୁ ଏ କଥା ଆଦୗ ସେମିତି କିଛି ନୁହେଁ। ଏକ ପୁସ୍ତକ ପ୍ରକାଶନ କାର୍ଯ୍ୟକ୍ରମ ବେଳେ ଦୁହେଁ ଏକାଠି ହୋଇଥିଲେ। ଯାହାର ଭିଡିଓ ସାମ୍ନାକୁ ଆସିଥିଲା । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଦୁହେଁ ପରସ୍ପରଠୁ ଅଲଗା ହୋଇଯାଇଥିଲେ ମଧ୍ୟ ବନ୍ଧୁତାର ସମ୍ପର୍କ ରହିଆସିଛି । ସେମାନେ ଫଟୋ ପୋଜ୍‌ ଦେଉଥିବାର ମଧ୍ୟ ଭିଡିଓରେ ଦେଖିବାକୁ ମିଳିଛି ।

Advertisment

ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ, ଆମିର ଓ ତାଙ୍କ ପ୍ରଥମ ପତ୍ନୀ ରିନା ଦତ୍ତା ମୁମ୍ବାଇରେ ଫିଲ୍ମ ନିର୍ମାତା ମନସୁର ଖାନ୍‌ଙ୍କ ପୁସ୍ତକ ‘ଦ ଷ୍ଟୋରୀ ଅଫ୍‌ ଅଲଟିମେଟ୍‌ ମାଇଥ୍‌’ ପ୍ରକାଶନରେ ଯାଇଥିଲେ । ଯେଉଁଠି ଦୁହେଁ ଏକାଠି ହସୁଥିବା ଅବସ୍ଥାରେ ଫଟୋ ପୋଜ୍‌ ଦେଇଛନ୍ତି। ଏହା ସାଙ୍ଗକୁ ପରସ୍ପର ସହ କିଛି ସମୟ କଥା ମଧ୍ୟ ହୋଇଛନ୍ତି। ଏହାପରେ ଦୁହେଁ ନିଜ ଗାଡ଼ିରେ ସେଠାରୁ ଚାଲି ଯାଉଛନ୍ତି।  ଯାହାର ଭିଡିଓ ଭାଇରାଲ ହେବା ସହ ଫ୍ୟାନ୍ସ ମଧ୍ୟ ଏହାକୁ ପସନ୍ଦ କରିଛନ୍ତି ।

Advertisment

ଆମିର ୧୯୮୬ ରେ ରିନାଙ୍କୁ ବିବାହ କରିଥିଲେ ଏବଂ ୨୦୦୨ ରେ ଛାଡ଼ପତ୍ର ଦେଇଥିଲେ । । ୧୬ ବର୍ଷର ବୖବାହିକ ସମ୍ପର୍କରେ ତିକ୍ତତା ଆସିବାରୁ ଦୁହେଁ ଅଲଗା ହୋଇଯାଇଥିଲେ । ଦୁହିଁଙ୍କ ଦୁଇଟି ସନ୍ତାନ ମଧ୍ୟ ରହିଛି । ପୁଅର ନାମ ଜୁନେଦ୍‌ ଖାନ୍‌ ଓ ଝିଅର ନାଁ ଇରା ଖାନ୍‌ । ଆମିର୍‌ ରିନାଙ୍କ ପରେ ୨୦୦୫ ରେ କିରନ୍‌ ରାଓଙ୍କୁ ବିବାହ କରିଥିଲେ । ତାଙ୍କ ସହ ମଧ୍ୟ ୨୦୨୧ ରେ ବିବାହ ବିଚ୍ଛେଦ ହୋଇଥିଲା । ତାଙ୍କର ଏକ ପୁଅ ରହିଛି, ଯାହାଙ୍କ ନାମ ଆଜାଦ ରାଓ ଖାନ୍‌ । ୨୦୦୫ରୁ ଆମର କୀରଣ ରାଓଙ୍କ ସହ ବିହାହ ବନ୍ଧନରେ ବାନ୍ଧି ହୋଇଛନ୍ତି। 

ଆମିର୍‌ ତାଙ୍କ ଶେଷ ଫିଲ୍ମ ଲାଲ୍‌ ସିଂ ଚଡ୍ଡା ପରେ ବଡ଼ ବ୍ରେକ୍‌ ନେଇଛନ୍ତି । ନିଜ ପରିବାର ସହ ସମୟ ବିତାଉଥିବା ନେଇ ଗଣମାଧ୍ୟମକୁ ସାକ୍ଷାତକାରରେ କହିଥିଲେ । ତାଙ୍କର ଆଗାମୀ ଫିଲ୍ମ ବିଷୟରେ କୌଣସି ସୂଚନା ଦେଇନାହାନ୍ତି । କୁହାଯାଉଛି କି ଆମିର୍‌ଙ୍କ ଆଗାମୀ ଫିଲ୍ମ ୨୦୨୪ ରେ ରିଲିଜ୍‌ ହେବାକୁ ଯାଉଛି ।

Advertisment
Aamir Khan Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ