Advertisment

Tribute to Ajit Das: ଅଭିନୟ ପାଇଁ ସମର୍ପିତ ମଣିଷଟିଏ ଥିଲେ ଅଜିତ ଦାସ; ଗଢିଛନ୍ତି ଅନେକ ଛାତ୍ର

ଆଜି ସ୍ୱର୍ଗତ ଅଭିନେତା ଅଜିତ ଦାସଙ୍କ ଶ୍ରାଦ୍ଧବାର୍ଷିକୀ। ସେ ଏକାଧାରରେ ଜଣେ ଓଡ଼ିଆ ନାଟ୍ୟକାର, ମଞ୍ଚ ଅଭିନେତା, ନିର୍ଦ୍ଦେଶକ ଏବଂ ନାଟ୍ୟଗୁରୁ ଥିଲେ। ଆଜିର ଦିନରେ ଆସନ୍ତୁ ତାଙ୍କୁ ମନେପକେଇବା।

A tearful tribute to Ajit Das on his death Anniversary

A tearful tribute to Ajit Das on his death Anniversary

Advertisment

ଆଜି ସ୍ୱର୍ଗତ ଅଭିନେତା ଅଜିତ ଦାସଙ୍କ ଶ୍ରାଦ୍ଧବାର୍ଷିକୀ। ସେ ଏକାଧାରରେ ଜଣେ ଓଡ଼ିଆ ନାଟ୍ୟକାର, ମଞ୍ଚ ଅଭିନେତା, ନିର୍ଦ୍ଦେଶକ ଏବଂ ନାଟ୍ୟଗୁରୁ ଥିଲେ। ଅଭିନୟ ପାଇଁ ତାଙ୍କ ଜୀବନ ଥିଲା ସମର୍ପିତ। ସେ ମଞ୍ଚ ଅଭିନୟ ଶିକ୍ଷାନୁଷ୍ଠାନ ‘ଅଭିନୟ ଜାଗୃତି ଇନଷ୍ଟିଚ୍ୟୁଟ ଅଫ ଥିଏଟର’ର ପ୍ରତିଷ୍ଠାତା। ନ୍ୟାସ୍‌ନାଲ୍ ସ୍କୁଲ୍ ଅଫ୍ ଡ୍ରାମାରୁ ଅଭିନୟରେ ଡିପ୍ଲୋମା ଶେଷ କରିବା ପରେ ୧୯୭୬ ମସିହାରେ ସେ ଓଡ଼ିଆ ଫିଲ୍ମ ‘ସିନ୍ଦୁର ବିନ୍ଦୁ’ ଜରିଆରେ ଓଡ଼ିଆ ସିନେମା ଜଗତରେ ପାଦ ଦେଇଥିଲେ।

Advertisment

ଅଜିତ ଦାସ ୧୯୪୯ ମସିହା ଜାନୁଆରୀ ୨୦ ତାରିଖରେ ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର କରଞ୍ଜିଆଠାରେ ଜନ୍ମଗ୍ରହଣ କରିଥିଲେ। ଅଜିତ ପିଲା ଦିନରୁ ନାଟକ ସହିତ ଜଡ଼ିତ ଥିଲେ। ତାଙ୍କ ବଡ଼ବାପା ସୁଧୀର ଚନ୍ଦ୍ର ଦାସ ଜଣେ ନାଟକ ଅଭିନେତା ଥିଲେ ଓ ମୟୂରଭଞ୍ଜରେ ତାଙ୍କର ଏକ ନାଟକ ଟିମ୍ ମଧ୍ୟ ଥିଲା। ସେଠାରେ ନାଟକ ଦେଖୁ ଦେଖୁ ସେ ନାଟକ ଅଭିନୟ ପ୍ରତି ଆକର୍ଷିତ ହୋଇଥିଲେ।

ଅଜିତ ଦାସ ସିନ୍ଦୂର ବିନ୍ଦୁ’ ଚଳଚ୍ଚିତ୍ରରେ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ, ଯାହାର ନିର୍ଦ୍ଦେଶନା ଦେଇଥିଲେ ଧୀର ବିଶ୍ୱାଳ। ଏହାପରେ ସେ ନାୟକ ଓ ଚରିତ୍ର ଅଭିନେତା ଭାବରେ ଅନେକ ଓଡ଼ିଆ ଫିଲ୍ମରେ କାମ କରିଛନ୍ତି। ଫିଲ୍ମ ବ୍ୟତୀତ ଅଜିତ ଦୂରଦର୍ଶନ ଓ ମଞ୍ଚ ନାଟକ ଆଦିରେ ଅଭିନୟ କରି ଦର୍ଶକଙ୍କୁ ବେଶ ପ୍ରଭାବିତ କରିଥିଲେ।

Advertisment

ସେ ଉତ୍କଳ ସଙ୍ଗୀତ ନାଟକ ମହାବିଦ୍ୟାଳୟର ବିଭାଗୀୟ ମୁଖ୍ୟ ଭାବରେ କାର୍ଯ୍ୟ କରୁଥିଲେ। ସେ, AJIT (ଅଭିନୟ ଜାଗୃତି ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଥିଏଟର) ନାମକ ନାଟ୍ୟସଂସ୍ଥା ଗଠନକରି ନାଟକ ପରିବେଷଣ ଓ ନାଟ୍ୟଶିକ୍ଷା ପ୍ରଦାନ କରି ଅନ୍ୟକ ଅଭିନେତା ତିଆରି କରିଛନ୍ତି।

ଅଜିତ ୨୦୧୨ରେ ‘କେବେ ତମେ ନାହଁ କେବେ ମୁଁ ନାହିଁ’, ୧୯୭୮ରେ ‘କୁଳ ଚନ୍ଦ୍ରମା’, ୧୯୭୭ରେ ‘ପୁନର୍ମିଳନ’, ୧୯୭୭ରେ ‘ଆହୁତି’, ୧୯୭୭ରେ ‘ସନ୍ଧ୍ୟା ତାରା’, ୧୯୭୬ରେ ‘ସିନ୍ଦୂର ବିନ୍ଦୁ’ ରେ ଅଭିନୟ କରି ପ୍ରତି ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଛନ୍ତି।

Advertisment

୧୯୮୫ରେ ତାଙ୍କ ଅଭିନୀତ ‘ହାକିମ ବାବୁ’ ପାଇଁ ତାଙ୍କୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା।

ଅଜିତ ୨୦୨୦ ମସିହାର ସେପ୍ଟେମ୍ବର ମାସ ୧୩ ତାରିଖରେ ମୃତ୍ୟୁବରଣ କରିଥିଲେ। ମୃତ୍ୟୁ ବେଳକୁ ସେ କରୋନା ଭାଇରସ୍ ସହ କିଛି ଅନ୍ୟାନ୍ୟ ରୋଗରେ ପୀଡ଼ିତ ଥିଲେ। ମୃତ୍ୟୁବେଳକୁ ତାଙ୍କୁ ୭୧ ବର୍ଷ ବୟସ ହୋଇଥିଲା।

Ollywood Ajit Das
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ