Advertisment

Viral Video: ଉର୍ଫିଙ୍କୁ ଦେଖି ରାଗିଗଲେ ଅଙ୍କଲ, ମୁହେଁ ମୁହେଁ ଏମିତି କହିଦେଲେ; ଆଉ ତା’ ପରେ…

ପୋଷାକ ପାଇଁ ଉର୍ଫିଙ୍କୁ ଅନେକ ଥର ଲୋକଙ୍କ ଅସନ୍ତୋଷର ସାମ୍ନା କରିବାକୁ ପଡିଛି। ବର୍ତ୍ତମାନ ପୁଣିଥରେ ଉର୍ଫି ଜାଭେଦଙ୍କ ସହ ସମାନ ଘଟଣା ଘଟିଛି। ଏହି ପୋଷାକ କାରଣରୁ ସେ ବିମାନବନ୍ଦରରେ ଜଣେ ବ୍ୟକ୍ତିଙ୍କ ସହ ଯୁକ୍ତିତର୍କ କରିଛନ୍ତି।

ଅଦ୍ୟତନ ହୋଇଛି
A man got angry after seeing urfi javed

A man got angry after seeing urfi javed

Advertisment

ଅଭିନେତ୍ରୀମାନେ ହୁଏତ ନିଜ ନିଜ କାମ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରୁହନ୍ତି, କିନ୍ତୁ ଉର୍ଫି ଜାଭେଦ୍‌ଙ୍କ ଚର୍ଚ୍ଚା କେବଳ ତାଙ୍କ ପୋଷାକ ପାଇଁ। ଏହି ପୋଷାକ ହିଁ ତାଙ୍କୁ କରିଦେଇଛି ସେଲିବ୍ରେଟି। ବେଳେ ବେଳେ ସେ ଏମିତି ପୋଷାକ ପିନ୍ଧନ୍ତି ଯାହାକୁ ଦେଖି କାହାର ମୁଣ୍ଡ ଘୁରିଯାଏ ତ ପୁଣି ଆଉ କିଏ ଆଶ୍ଚର୍ଯ୍ୟ ହୋଇ ଆଖି ଫାଡି ରହିଯାଆନ୍ତି।

Advertisment

ଏହି ପୋଷାକ ପାଇଁ ଉର୍ଫିଙ୍କୁ ଅନେକ ଥର ଲୋକଙ୍କ ଅସନ୍ତୋଷର ସାମ୍ନା କରିବାକୁ ପଡିଛି। ବର୍ତ୍ତମାନ ପୁଣିଥରେ ଉର୍ଫି ଜାଭେଦଙ୍କ ସହ ସମାନ ଘଟଣା ଘଟିଛି। ଏହି ପୋଷାକ କାରଣରୁ ସେ ବିମାନବନ୍ଦରରେ ଜଣେ ବ୍ୟକ୍ତିଙ୍କ ସହ ଯୁକ୍ତିତର୍କ କରିଛନ୍ତି।

ଉର୍ଫି ବିମାନବନ୍ଦରରେ ପ୍ରାୟତଃ ନଜର ଆସିଥାନ୍ତି। ଏଥର ମଧ୍ୟ ସେ ବିମାନବନ୍ଦରକୁ ଯାଇଥିଲେ। ପାର୍ଥକ୍ୟ କେବଳ ଏତିକି ଥିଲା ଯେ ଉର୍ଫି ଜାଭେଦଙ୍କ ପୋଷାକ ଏଥର ସମ୍ପୂର୍ଣ୍ଣ ସ୍ୱାଭାବିକ ଥିଲା। କିନ୍ତୁ କଥା ଏତିକି ଥିଲା ଯେ ତାଙ୍କ ସବୁଜ ମ୍ୟାକ୍ସିର ବେକ ପଛର କଟିଂ ବହୁତ ତଳକୁ ଥିଲା। ଯାହା ଫଳରେ ତାଙ୍କର ପୂରା ପିଠି ଦେଖାଯାଉଥିଲା।

Advertisment

ତାଙ୍କର ଏହି ପୋଷାକ ଦେଖି ସେଠାରେ ଥିବା ଜଣେ ବ୍ୟକ୍ତି ରାଗିଯାଇଥିଲେ। ଉର୍ଫି ଜାଭେଦଙ୍କଠାରୁ ବୟସରେ ବଡ ଏହି ବ୍ୟକ୍ତି ଜଣଙ୍କ ତାଙ୍କୁ ମୁହେଁ ମୁହେଁ କହିଦେଇଥିଲେ। ସେ ତାଙ୍କୁ କହିଥିଲେ “ତୁମେ ଯଦି ଏପରି ପୋଷାକ ପିନ୍ଧିବ, ତେବେ ଆମ ଭାରତକୁ ନେଇ ଲୋକମାନେ କ’ଣ କହିବେ! ଏହା ଦ୍ୱାରା ଆମ ନାମ ଖରାପ ହେଉଛି।

ଉର୍ଫି ଜାଭେଦ୍ ମଧ୍ୟ ଚୁପ୍ ରହିବାର ମହିଳା ନୁହେଁ। ସେ ମଧ୍ୟ ତାଙ୍କୁ ଜବାବ ଦେଇ କହିଲେ “ତୁମ ବାପାର କ’ଣ କରିଛି କି। କିଛି କରିନି ନା। ଯାଅ ନିଜ କାମ କର।”

Advertisment

ଏହି ବିତର୍କ କାଳେ ବଡ ଝଗଡାରେ ପରିଣତ ହେଇଯିବ ତେଣୁ ଏହାପୂର୍ବରୁ କିଛି ଲୋକ ବୁଝାମଣା କରିବା ଆରମ୍ଭ କରିଦେଇଥିଲେ। ଜଣେ ଯୁବତୀ ପ୍ରଥମେ ସେହି ବ୍ୟକ୍ତିଙ୍କୁ ଦୂରେଇ ଦେଲେ ଆଉ ଉର୍ଫିଙ୍କୁ ଶାନ୍ତ କଲେ।

ତେବେ ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ଶାନ୍ତ କରିବା ସହଜ ନୁହେଁ। ଉର୍ଫି ଜାଭେଦଙ୍କ ଏହି ଭିଡିଓ ଦେଖି ଅନେକ ଉର୍ଫି ଜାଭେଦଙ୍କ ଉପରେ କ୍ରୋଧ ପ୍ରକାଶ କରୁଛନ୍ତି। ଜଣେ ଲେଖିଛନ୍ତି ଯେ “ଯାହା ହେଉ, କେହି ତ ଜଣେ ଉର୍ଫିଙ୍କ ମୁହଁ ଉପରେ କହିଲା।” ଅନ୍ୟ ଜଣେ ଲେଖିଛନ୍ତି “ଅଙ୍କଲ୍‌ଙ୍କ ପାଇଁ ସମ୍ମାନ।” ସେହିପରି ଆଉ ଜଣେ ଲେଖିଛନ୍ତି, “ବାହାଦୁର ଅଙ୍କଲଙ୍କୁ ସଲାମ୍।”

Social Media Viral Video Urfi Javed
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ