Advertisment

ଡରେଇବ ୨୦୨୨; ଆସୁଛି ୫ ହରର୍‌ ଫିଲ୍ମ୍

ଚଳିତ ବର୍ଷ ଦର୍ଶକଙ୍କୁ ଡରେଇବ ବଲିଉଡ୍। ଆସୁଛି ଭୟଙ୍କର ୫ ହରର୍ ଫିଲ୍ମ। ପରଦାରେ ହେବ ଭୁତମାନଙ୍କ ରାଜ। ଲୋକେ ଡରି ହେବେ ଛାନିଆ।

5 upcoming horror films which are going to be released this year

5 upcoming horror films which are going to be released this year

Advertisment

ନୂଆଦିଲ୍ଲୀ: ବଲିଉଡ୍‌ରେ ହରର୍ ଫିଲ୍ମର ଅଭାବ ନାହିଁ। ଏସବୁ ଫିଲ୍ମଗୁଡିକ ମଧ୍ୟ ଦର୍ଶକଙ୍କ ଦ୍ୱାରା ଖୁବ ପ୍ରଶଂସିତ ହୋଇଥାଏ। ନିର୍ଦ୍ଦେଶକ ଶ୍ୟାମ ରାମ୍‌ସେଙ୍କୁ ହିନ୍ଦୀ ଫିଲ୍ମ ଜଗତରେ ହରର୍ ସିନେମାର ଜନକ ବୋଲି ଧରାଯାଏ। ରାମ୍‌ସେ ବ୍ରଦର୍ସଙ୍କ ପରେ ମଧ୍ୟ ବଲିଉଡ୍‌ରେ ଅନେକ ଭୂତ ଫିଲ୍ମ ନିର୍ମିତ ହୋଇଛି, ​​ଏବଂ ଏସବୁ ହିଟ୍ ମଧ୍ୟ ହୋଇଛି। ଏହିସବୁ ଫିଲ୍ମ ମଧ୍ୟରୁ କେତେକ ଦର୍ଶକଙ୍କୁ ଏତେ ଭୟଭୀତ କରିଥିଲା ଯେ ସେମାନେ ରାତିରେ ନିଜ ସ୍ୱପ୍ନରେ ମଧ୍ୟ ସେସବୁ ଚରିତ୍ରଗୁଡିକୁ ଦେଖୁଥିଲେ। ମହଲ, ରାତ, ବିରାନା, ରାଜ, ୧୯୨୦, ଭୁତ, ଡରନା ମନା ହୈ, ଭୁଲ୍ ଭୁଲୈୟା, ସ୍ତ୍ରୀ ଏବଂ ରୁହୀ ଏହି ତାଲିକାରେ ରହିଛି। ଚଳିତ ବର୍ଷ ମଧ୍ୟ କିଛି ଫିଲ୍ମ ଦର୍ଶକଙ୍କୁ ଡରେଇବ। କାରଣ ବଲିଉଡରେ କିଛି ଜବରଦସ୍ତ ଭୁତ ଫିଲ୍ମ ମୁକ୍ତିଲାଭ କରିବାକୁ ଯାଉଛି।

Advertisment

ଭୁଲ ଭୁଲୈୟା ୨:

୨୦୦୭ରେ ମୁକ୍ତିଲାଭ କରିଥିବା ଅକ୍ଷୟ କୁମାର ଏବଂ ବିଦ୍ୟା ବାଲାନ ଅଭିନୀତ ‘ଭୁଲ ଭୁଲୈୟା’ କୁ ଦର୍ଶକମାନେ ଏତେ ପସନ୍ଦ କରିଥିଲେ ଯେ ଏହା ଏକ ଜବରଦସ୍ତ ହିଟ୍ ବୋଲି ପ୍ରମାଣିତ ହୋଇଥିଲା। ବର୍ତ୍ତମାନ ୧୪ ବର୍ଷ ପରେ ଏହି ଫିଲ୍ମର ସିକ୍ୱେଲ୍ ଆସିବାକୁ ଯାଉଛି। ‘ଭୁଲ ଭୁଲୈୟା ୨’ରେ ମୁଖ୍ୟ ଭୂମିକାରେ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ନଜର ଆସିବେ। ତାଙ୍କ ବିପକ୍ଷରେ କିୟାରା ଆଡଭାନୀଙ୍କୁ ଦେଖିବାକୁ ମିଳିବ। ଏହି ଫିଲ୍ମ ଚଳିତ ବର୍ଷ ମାର୍ଚ୍ଚରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।

Advertisment

ଭେଡିୟା:

ଚଳିତ ବର୍ଷ ବରୁଣ ଧାୱନ ଓ କୃତି ସାନନଙ୍କ ଫିଲ୍ମ ‘ଭେଡିୟା’ ମଧ୍ୟ ଲୋକଙ୍କୁ ଖୁବ୍ ଭୟଭୀତ କରିବାକୁ ଯାଉଛି। 'ଭେଡିୟା 'ର ପ୍ରଥମ ଲୁକ୍‌ରେ ବରୁଣ ଧାୱନ ଲୋକଙ୍କୁ ଭୟଭୀତ କରିବାରେ ସଫଳ ହୋଇଛନ୍ତି। ଏହି ଫିଲ୍ମ ନଭେମ୍ବରରେ ମୁକ୍ତିଲାଭ କରିବ।

Advertisment

ଫୋନ୍ ଭୁତ୍:

ଫୋନ୍ ଭୁତ୍ ହେଉଛି ଏକ ହରର କମେଡି ଡ୍ରାମା ଫିଲ୍ମ। ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ କ୍ୟାଟ୍ରିନା କୈଫ୍‌, ସିଦ୍ଧାନ୍ତ ଚତୁର୍ବେଦୀ ଓ ଇଶାନ ଖଟ୍ଟର ନଜର ଆସିବେ। ଫିଲ୍ମର ପୋଷ୍ଟରକୁ ଦେଖିଲେ ଲାଗୁଛି ଯେ ଏହା ଦର୍ଶକଙ୍କୁ ଖୁବ ଡରେଇବ ଆଉ ହସେଇବ ମଧ୍ୟ। ଏହାର ନିର୍ଦ୍ଦେଶନା ଗୁରୁମିତ ସିଂ ଦେଉଥିବା ବେଳେ ରିତେଶ ସିଦ୍ଧୱାନୀ ଓ ଫରହାନ୍ ଅଖତର ଏହାତ ନିର୍ମାତା ଅଛନ୍ତି।

କାକୁଡା:

ଡବାଙ୍ଗ ଗାର୍ଲ ସୋନାକ୍ଷୀ ସିହ୍ନା ପ୍ରଥମ ଥର ପାଇଁ ଏକ ହରର୍ କମେଡି ଫିଲ୍ମରେ ଦେଖିବାକୁ ମିଳିବେ। ନିକଟରେ ରାନୀ ସ୍କ୍ରୁବାଲାଙ୍କ ହରର୍ କମେଡି 'କାକୁଡା'ର ସୁଟିଂ ଶେଷ ହୋଇଛି। ସୋନାକ୍ଷୀଙ୍କ ସହ ଫିଲ୍ମରେ ଅଭିନେତା ରିତିଶ ଦେଶମୁଖ ଓ ସାକିବ ସଲିମ ମଧ୍ୟ ନଜର ଆସିବେ। ଏହି ଫିଲ୍ମ ଡିଜିଟାଲ ପ୍ଲାଟଫର୍ମରେ ଚଳିତ ବର୍ଷ ରିଲିଜ ହେବାକୁ ଯାଉଛି।

ରକେଟ୍ ଗ୍ୟାଙ୍ଗ୍‌:

ପ୍ରସିଦ୍ଧ କୋରିଓଗ୍ରାଫର ଯୋଡି ବାସ୍କୋ-ସୀରଙ୍କ ବାସ୍କୋ ଲେସ୍‌ଲି ମାର୍ଟିସ୍ ସେମାନଙ୍କର ନିର୍ଦ୍ଦେଶନାରେ ଡେବ୍ୟୁ କରି ପ୍ରଥମ ହରର୍‌ କମେଡି ଫିଲ୍ମ ‘ରକେଟ୍ ଗ୍ୟାଙ୍ଗ୍’ ନେଇ ଆସୁଛନ୍ତି। ଏଥିରେ ଡ୍ୟାନ୍ସ-ହରର୍-କମେଡିର ଧମାକା ଦେଖିବାକୁ ମିଳିବ। ନିର୍ମାତାଙ୍କ ଅନୁଯାୟୀ ଏହି ଫିଲ୍ମ ଦେଶର ପ୍ରଥମ ଫିଲ୍ମ ହେବ, ଯାହା 'ରିୟଲ୍ ଟାଇମ୍ ଭର୍ଚୁଆଲ୍ ରିଏଲିଟି' ଫର୍ମାଟ୍‌ରେ ସୁଟିଂ କରାଯାଉଛି।

Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ