Advertisment

ପିଲାଙ୍କର ପ୍ରାଥମିକ ଶିକ୍ଷା ମାତୃଭାଷାରେ ହେବା ଉଚିତ୍‌: ଉପରାଷ୍ଟ୍ରପତି

ପିଲାଙ୍କ ପ୍ରାଥମିକ ଶିକ୍ଷା ମାତୃଭାଷାରେ ହେବା ଉଚିତ୍‌ । ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ଉତ୍ସବର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିବାବେଳେ ଏହା କହିଛନ୍ତି ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ ।

Vice President M Venkaiah Naidu Pitches For Early Education Of Children In Mother Tongue

Vice President M Venkaiah Naidu Pitches For Early Education Of Children In Mother Tongue

Advertisment

ମାତୃଭାଷା ଶିକ୍ଷା ଉପରେ ଗୁରୁତ୍ୱ ଦେଇଛନ୍ତି ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁ । ଏନେଇ ସେ କହିଛନ୍ତି ପିଲାଙ୍କ ପ୍ରାଥମିକ ଶିକ୍ଷା ମାତୃଭାଷାରେ ହେବା ଉଚିତ୍‌ । ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ଉତ୍ସବର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିବାବେଳେ ନାଇଡୁ ଏହା କହିଛନ୍ତି ।

Advertisment

ଏହାସହ ଉପରାଷ୍ଟ୍ରପତି କହିଛନ୍ତି ଯେ, “ଯଦି ପିଲାମାନଙ୍କୁ ମାତୃଭାଷାରେ ପ୍ରାଥମିକ ଶିକ୍ଷା ଦିଆଯାଏ, ତେବେ ସେମାନେ ଏହାକୁ ସହଜରେ ବୁଝିପାରିବେ ହେଲେ ଯଦି ପ୍ରାଥମିକ ଶିକ୍ଷା ଅନ୍ୟ କେତେକ ଭାଷାରେ ଦିଆଯାଏ, ତେବେ ପ୍ରଥମେ ସେମାନଙ୍କୁ ସେହି ଭାଷା ଶିଖିବାକୁ ପଡ଼ିବ ଏବଂ ତା’ପରେ ସେମାନେ ବୁଝିବେ ’ । ପିଲାମାନେ ପ୍ରଥମେ ସେମାନଙ୍କର ମାତୃଭାଷା ଶିଖିବା ଏବଂ ପରେ ଅନ୍ୟ ଭାଷା ଶିଖିବା ଉଚିତ୍ ବୋଲି ଗୁରୁତ୍ୱାରୋପ କରିଛନ୍ତି ।

ସୂଚନା ଅନୁସାରେ, ଦିଲ୍ଲୀ ବିଶ୍ୱବିଦ୍ୟାଳୟର କୁଳପତି ଭେଙ୍କୟା ନାଇଡୁ ଶତବାର୍ଷିକୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବାବେଳେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅତିଥି ଭାବରେ ଯୋଗ ଦେଇଥିଲେ । ଦିଲ୍ଲୀ ବିଶ୍ୱବିଦ୍ୟାଳୟକୁ ୧୦୦ ବର୍ଷ ପୂର୍ତ୍ତି ଅବସରରେ ଉପରାଷ୍ଟ୍ରପତି ଅଭିନନ୍ଦନ ଜଣାଇଛନ୍ତି । ଏହି ଅବସରରେ ଉପରାଷ୍ଟ୍ରପତି ସ୍ମରଣୀୟ ମୁଦ୍ରା, ଏକ ସ୍ମରଣୀୟ ଶତାବ୍ଦୀ ଷ୍ଟାମ୍ପ ଏବଂ ଏକ ସ୍ମରଣୀୟ ଶତାବ୍ଦୀ ପୁସ୍ତିକାକୁ ଉନ୍ମୋଚନ କରିଛନ୍ତି ।

Advertisment

ଏହାସହ ସେ କହିଛନ୍ତି ଯେ, 'ଏହି ବିଶ୍ୱବିଦ୍ୟାଳୟର ଅଗ୍ରଗତି, ବିକାଶ ଏବଂ ପ୍ରଗତି ପାଇଁ ତଥା ଏହାକୁ ଏକ ପ୍ରତିଷ୍ଠିତ ଅନୁଷ୍ଠାନରେ ପରିଣତ କରିଥିବାରୁ ମୁଁ ସମସ୍ତ ଲୋକଙ୍କୁ ଅଭିନନ୍ଦନ ଜଣାଉଛି।'

M Venkaiah Naidu Education News School Education
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ