Advertisment

Education Tips: ମାନନ୍ତୁ ଏହି ୪ ଟିପ୍ସ; ଦଶମ ବୋର୍ଡ ପରୀକ୍ଷା ଇଂରାଜୀରେ ରହିବ ୯୦ ପ୍ରତିଶତ

୨୬ ଫେବୃଆରୀ ୨୦୨୪ ରେ CBSE ବୋର୍ଡ କ୍ଲାସ୍ ଦଶମର ଇଂରାଜୀ ପରୀକ୍ଷା ହେବ। CBSE ବୋର୍ଡ ଦଶମ ଇଂରାଜୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରମାନେ ଯଦି କିଛି ଟିପ୍ସ ଆପଣେଇ ପରିଶ୍ରମ କରିବେ ତେବେ ୯୦ ପ୍ରତିଶତରୁ ଅଧିକ ମାର୍କ ହାସଲ କରିପାରିବେ।

ଅଦ୍ୟତନ ହୋଇଛି
Tips to score 90 percent marks in cbse board exam

Tips to score 90 percent marks in cbse board exam

Advertisment

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଦଶମ ପରୀକ୍ଷାରେ ଇଂରାଜୀ ଏକ ବାଧ୍ୟତାମୂଳକ ବିଷୟ ଭାବରେ ରଖାଯାଇଛି। ୨୬ ଫେବୃଆରୀ ୨୦୨୪ ରେ CBSE ବୋର୍ଡ କ୍ଲାସ୍ ଦଶମର ଇଂରାଜୀ ପରୀକ୍ଷା ହେବ। CBSE ବୋର୍ଡ ଦଶମ ଇଂରାଜୀ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଛାତ୍ରମାନେ ଯଦି କିଛି ଟିପ୍ସ ଆପଣେଇ ପରିଶ୍ରମ କରିବେ ତେବେ ୯୦ ପ୍ରତିଶତରୁ ଅଧିକ ମାର୍କ ହାସଲ କରିପାରିବେ।

Advertisment

ଯଦି ଇଂରାଜୀର ବେସିକ୍ସଗୁଡିକ କ୍ଲିଅର୍ ତେବେ ଏହାକୁ ସ୍କୋରିଂ ବିଷୟରେ ରଖାଯାଇପାରିବ। CBSE ଦଶମ ଇଂରାଜୀ ପେପର୍‌କୁ ରିଭିଜନ୍ କରିବା ପୂର୍ବରୁ ଏହାର ସିଲାବସ୍, ପରୀକ୍ଷା ପ୍ୟାଟର୍ନ ଏବଂ ମାର୍କିଂ ସ୍କିମ୍‌କୁ ଭଲ ଭାବରେ ଯାଞ୍ଚ କରନ୍ତୁ। CBSE ବୋର୍ଡ ପରୀକ୍ଷା ୨୦୨୪ ସମ୍ବନ୍ଧୀୟ ସମସ୍ତ ବିବରଣୀ ଅଫିସିଆଲ୍ ୱେବସାଇଟ୍ cbse.gov.in କୁ ଯାଇ ଯାଞ୍ଚ କରିପାରିବେ।

ସିଲାବସ୍ ଅନୁଯାୟୀ ଯୋଜନା ପ୍ରସ୍ତୁତ:

ଅନ୍ୟସବୁ ବିଷୟ ପରି, ଇଂରାଜୀ ରିଭିଜନ୍ ଆରମ୍ଭ କରିବା ପୂର୍ବରୁ ନିଶ୍ଚିତ ଭାବରେ ଏହାର ସିଲାବସ୍ ଯାଞ୍ଚ କରନ୍ତୁ। ଏହା ଆପଣଙ୍କୁ ବିଷୟଗୁଡ଼ିକ ଉପରେ ଏକ ଧାରଣା ଦେବ। ଆପଣ ମଧ୍ୟ ବୁଝିଯିବେ ଯେ କୌଣସି ପ୍ରସଙ୍ଗ ଛାଡିଦେଇ ନାହାନ୍ତି ତ। CBSE କ୍ଲାସ୍ ୧୦ ଇଂରାଜୀ ସିଲାବସ୍ ଅନୁଯାୟୀ ଏକ ରିଭିଜନ୍ ଯୋଜନା ପ୍ରସ୍ତୁତ କର। ଯଦି ଆପଣ କୌଣସି ଟପିକ୍‌ରେ ଦୁର୍ବଳ, ତେବେ ଏହାକୁ ଅଧିକ ସମୟ ଦେବା ଉଚିତ।

Advertisment

ରିଡିଂ ସେକ୍ସସନ ପ୍ରତି ଧ୍ୟାନ:

CBSE କ୍ଲାସ୍ ୧୦ ଇଂରାଜୀ ସେକ୍ସନ A ବା ରିଡିଂ ସେକ୍ସନ୍‌ରେ ଭଲ ମାର୍କ ଅଣାଯାଇ ପାରେ। ଏଥିପାଇଁ ପ୍ରସ୍ତୁତ ହେବାକୁ, ପରୀକ୍ଷା ପୂର୍ବରୁ ପ୍ରତିଦିନ ଅତି କମରେ ଦୁଇଟି Comprehension ପ୍ୟାସେଜ୍ ଅଭ୍ୟାସ କରିବାକୁ ଚେଷ୍ଟା କରିବା ଉଚିତ। ଇଂରାଜୀ ପଢିବା ଏବଂ ବୁଝିବା ସହଜ ହୋଇଗଲେ, ତେବେ ବୋର୍ଡ ପରୀକ୍ଷା ୨୦୨୪ ରେ ମାର୍କ ସ୍କୋର କରିବା ସହଜ ହୋଇଯିବ।

ଲେଖା ଓ ଗ୍ରାମାର ପ୍ରତି ଧ୍ୟାନ:

CBSE କ୍ଲାସ୍‌ ୧୦ ଇଂରାଜୀ ବିଭାଗର B ମାଧ୍ୟମରେ ଛାତ୍ରମାନଙ୍କର ଲେଖା ଏବଂ ବ୍ୟାକରଣ କୌଶଳକୁ ପରୀକ୍ଷା କରାଯାଏ। ଏଥିପାଇଁ ପ୍ରସ୍ତୁତ ହେବାକୁ ଛାତ୍ରମାନେ ଫର୍ମାଲ ଲେଟର୍ ଏବଂ ଆନାଲିଟିକାଲ୍ ପାରାଗ୍ରାଫ୍ ଲେଖିବା ଅଭ୍ୟାସ କରିବା ଦରକାର। ଫର୍ମାଲ ଲେଟର୍ ଲେଖିବା ଅଭ୍ୟାସ କରିବା ବେଳେ, ଫର୍ମାଟ୍‌ର ବିଶେଷ ଧ୍ୟାନ ଦେବା ଜରୁରୀ। ଯଦି ଏଥିରେ କୌଣସି ତ୍ରୁଟି ହୁଏ ତେବେ ମାର୍କ କଟାଯାଇପାରେ।

Advertisment

ଇଂରାଜୀ ସାହିତ୍ୟ ଉପରେ ଧ୍ୟାନ:

CBSE କ୍ଲାସ୍‌ ୧୦ ଇଂରାଜୀ ବିଭାଗ C ସାହିତ୍ୟ ଏବଂ କବିତା ଉପରେ ଆଧାରିତ। ଏହାକୁ ‘ଇଂରାଜୀ ସାହିତ୍ୟ’ ବିଭାଗ ମଧ୍ୟ କୁହାଯାଇପାରେ। ଏଥିରେ ଭଲ କରିବା ପାଇଁ, ଇଂରାଜୀ ପୁସ୍ତକରେ ଦିଆଯାଇଥିବା ସମସ୍ତ ଅଧ୍ୟାୟ, କବିତା, ସେସବୁର ସାରାଂଶ ଏବଂ ଲେଖକ ଏବଂ କବିମାନଙ୍କର ନାମକୁ ଭଲଭାବେ ମନେ ରଖିବା ଉଚିତ।

CBSE Board Exams CBSE Class 10 12 Board Exam Career Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ