Advertisment

ବାପା ଟ୍ୟାକ୍ସି ଡ୍ରାଇଭର୍‌, ପୁଅ ଦେଖୁଛି ଡାକ୍ତର ସ୍ୱପ୍ନ; ମାଟ୍ରିକ୍‌ରେ ରଖିଛି A1

ପରିବାରରେ ଅନେକ ବାଧାବିଘ୍ନ ପରେ ବି ତାଙ୍କର ଏହି ସଫଳତା ସମସ୍ତଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛି। ଆଶୁତୋଷ ପିଲାଟିଦିନରୁ ଜଣେ ମେଧାବୀ ଛାତ୍ର ହୋଇଥିବା ବେଳେ ଅନେକ ଆର୍ଥିକ ଅନଟନ ମଧ୍ୟରେ ବି ସେ ଏହି ସଫଳତା ପାଇଛନ୍ତି।

Odisha Matric Results

Odisha Matric Results

Advertisment

ବାପା ଗରିବ ଟ୍ୟାକ୍ସି ବାଲା। ହେଲେ ପୁଅ ଦେଖୁଛି ଡାକ୍ତର ହେବାର ସ୍ୱପ୍ନ। କାରଣ ଗରିବ ବାପାଙ୍କୁ ଉପହାର ଦେଇଛି ପୁଅ। ଅସୀମ ଧୈର୍ଯ୍ୟ ଆଣି ଦେଇଛି ବଡ଼ ସଫଳତା। ସେଇଥି ପାଇଁ ତ ଆଖିରେ ଅସରନ୍ତି ସ୍ୱପ୍ନକୁ ରଖି ଆଗକୁ ବଢ଼ିଚାଲିଛନ୍ତି ଆଶୁତୋଷ ସାହୁ। ଦଶମ ବୋର୍ଡ ପରୀକ୍ଷାରେ ୫୫୨ନମ୍ୱର ରଖିବା ସହିତ ଏ ୧ ଗ୍ରେଡ ହାସଲ କରିଛନ୍ତି।

Advertisment

ଆଜି ପ୍ରକାଶ ପାଇଛି ମାଟ୍ରିକ ପରୀକ୍ଷା ଫଳ। ଏନେକ ଛାତ୍ରଛାତ୍ରୀ ଏଥିରେ କୃତକାର୍ଯ୍ୟ ହୋଇଛନ୍ତି। ସେଥିମଧ୍ୟରୁ କିଛି ଜଣଙ୍କ ସଂଘର୍ଷ କାହାଣୀ ବେଶ୍‌ ପ୍ରେରଣାଦାୟୀ। ସେହିପରି ଜଣେ ଛାତ୍ର ହେଉଛନ୍ତି କଟକ ରେଭେନ୍ସା କଲିଜିଏଟ ହାଇସ୍କୁଲ୍‌ର ଆଶୁତୋଷ ସାହୁ। ପ୍ରକାଶ ପାଇଥିବା ଦଶମ ବୋର୍ଡ ପରୀକ୍ଷାରେ ୫୫୨ନମ୍ୱର ରଖିବା ସହିତ ଏ ୧ ଗ୍ରେଡ ହାସଲ କରିଛନ୍ତି।

ପରିବାରରେ ଅନେକ ବାଧାବିଘ୍ନ ପରେ ବି ତାଙ୍କର ଏହି ସଫଳତା ସମସ୍ତଙ୍କ ପାଇଁ ପ୍ରେରଣା ସୃଷ୍ଟି କରିଛି। ଆଶୁତୋଷ ପିଲାଟିଦିନରୁ ଜଣେ ମେଧାବୀ ଛାତ୍ର ହୋଇଥିବା ବେଳେ ଅନେକ ଆର୍ଥିକ ଅନଟନ ମଧ୍ୟରେ ବି ସେ ଏହି ସଫଳତା ପାଇଛନ୍ତି। ତାଙ୍କ ବାପା ଅଶୋକ ସାହୁ ପେଶାରେ ଜଣେ ଟ୍ୟାକ୍ସି ଡ୍ରାଇଭର ହୋଇଥିବା ବେଳେ ମା ସୁକାନ୍ତି ସାହୁ ଜଣେ ଗୃହିଣୀ। ପରୀକ୍ଷା ପାଇଁ ସେ କଠିନ ପରିଶ୍ରମ କରିଥିବା ବେଳେ ଦୈନିକ ୮ ଘଣ୍ଟାରୁ ଅଧିକ ସମୟ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ।

Advertisment

ତାଙ୍କର ଏହି ସଫଳତା ପାଇଁ ସେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ମଧ୍ୟ ଶ୍ରେୟ ଦିଅନ୍ତି। ଭବିଷ୍ୟତରେ ଜଣେ ଡାକ୍ତର ହେବା ପାଇଁ ଲକ୍ଷ୍ୟ ରଖିଥିବା ଆଶୁତୋଷଙ୍କ ଏହି ସଫଳତା ପାରେ ତାଙ୍କ ଅଞ୍ଚଳରେ ଖୁସିର ମାହୋଲ୍ ଖେଳିଯାଇଛି। ଚଳିତ ବର୍ଷ ଛାତ୍ରଙ୍କୁ ପଛରେ ପକାଇ ବାଜି ମାରିଛନ୍ତି ଛାତ୍ରୀ। ରାଜ୍ୟରେ ଏବର୍ଷ ୫ ଲକ୍ଷ ୪୧ ହଜାର ରେଗୁଲାର୍ ଛାତ୍ରଛାତ୍ରୀ ମାଟ୍ରିକ ପରୀକ୍ଷା ଦେଇଥିବା ଚଳିତଥର ପାସ୍‌ହାର ୯୬.୦୭% ରହିଛି। ସେହିପରି ଛାତ୍ରଙ୍କ ପାସ୍‌ହାର ୯୫.୩୯ %ଥିବାବେଳେ ଛାତ୍ରୀଙ୍କ ପାସ୍‌ହାର ୯୩.୭୩ %ରହିଛି। ତେବେ କୌଣସି ସ୍କୁଲରେ ପରୀକ୍ଷା ଫଳ ଶୂନ ନାହିଁ।ସମସ୍ତ ୨୬୪୪ଟି ସ୍କୁଲରେ ଶତ ପ୍ରତିଶତ ରେଜଲ୍ଟ ହୋଇଛି।

ଚଳିତବର୍ଷ ରେଗୁଲାର୍‌ରେ ୫ଲକ୍ଷ ୪୧ହଜାର ୦୬୧ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ବେଳେ ୫ଲକ୍ଷ ୩୦ହଜାର ୧୫୩ଜଣ ପାସ୍‌ କରିଛନ୍ତି। ସେହିପରି SOSCରେ ୬ହଜାର ୪୫୭ଜଣ ପରୀକ୍ଷା ଦେଇଥିବା ବେଳେ ୩ହଜାର ୮୪୪ ଜଣ ପାସ୍‌ କରିଛନ୍ତି। SOSCରେ ପାସ୍‌ହାର ରହିଛି ୫୯.୮୮ %। ମଧ୍ୟମାରେ ପାସ୍‌ହାର ରହିଛି ୯୮.୧୨ %। ମଧ୍ୟମାରେ ମୋଟ୍ ୩ହଜାର ୨୫୨ଜଣ ପରୀକ୍ଷା ଦେଇଥିବା ବେଳେ ୩ହଜାର ୧୯୧ଜଣ ପାସ୍‌ କରିଛନ୍ତି।

Advertisment
Odisha Matric Results
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ