Advertisment

ସବୁ ସ୍କୁଲର ପିଲା ଘର ଭିତରେ ବସୁଛନ୍ତି, ଆମେ କାହିଁକି ବାହାରେ ବସିବୁ ? ୫-ଟିର ଗୁମର ଖୋଲିଦେଲେ ସ୍କୁଲ ପିଲା

ସ୍କୁଲ ଭିତ୍ତିଭୂମିକୁ ସୁଦୃଢ କରିବାକୁ ଫାଇଭ-ଟିରେ ସ୍କୁଲକୁ ସାମିଲ କରାଗଲା। ହେଲେ ସ୍ଥିତିରେ କୌଣସି ସୁଧାର ଆସିନି। ଏମିତିକି ଅନ୍ୟ ସ୍କୁଲର ପିଲାମାନେ ଭଲରେ ପଢୁଛନ୍ତି। ଆମେ କାହିଁକି ବାରଣ୍ଡାରେ ବସିବୁ? ଖରା ବର୍ଷାରେ ପାଠ ପଢିବୁ ବୋଲି ପ୍ରଶ୍ନ କଲେଣି ସ୍କୁଲ ପିଲା।

ଅଦ୍ୟତନ ହୋଇଛି
School

School

Advertisment

ଖାଲି ନାଁକୁ ୫-ଟି ସ୍କୁଲ। ଯୁଆଡେ ଦେଖିବେ ସିଆଡେ କେବଳ ଗଛଲତା ଆଉ ଘାସ। ଘରର କାନ୍ଥ ଫାଟି ଆଁ କଲାଣି। ବର୍ଷେ କି ଦୁଇବର୍ଷ ନୁହେଁ ବରଂ ୧୦ ବର୍ଷ ହେଲାଣି ଏମିତି ସ୍କୁଲ ଘର ତିଆରି ଚାଲିଛି ଯେ ସରିବାର ନା ନେଉନି।

Advertisment

ସ୍କୁଲ ଭିତ୍ତିଭୂମିକୁ ସୁଦୃଢ କରିବାକୁ ଫାଇଭ-ଟିରେ ସ୍କୁଲକୁ ସାମିଲ କରାଗଲା। ହେଲେ ସ୍ଥିତିରେ କୌଣସି ସୁଧାର ଆସିନି। ଏମିତିକି ଅନ୍ୟ ସ୍କୁଲର ପିଲାମାନେ ଭଲରେ ପଢୁଛନ୍ତି। ଆମେ କାହିଁକି ବାରଣ୍ଡାରେ ବସିବୁ? ଖରା ବର୍ଷାରେ ପାଠ ପଢିବୁ ବୋଲି ପ୍ରଶ୍ନ କଲେଣି ସ୍କୁଲ ପିଲା।

ଏମିତି କିଛି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ମୋହନା ବ୍ଲକ୍ ଉପାନ୍ତ ଡେଙ୍ଗେସ୍ଖାଲ ଗାଁର ସରକାରୀ ଉଚ୍ଚ ବିଦ୍ୟାଳୟରେ । ସ୍କୁଲରେ ମାତ୍ର ଦୁଇଟି ଶ୍ରେଣୀରେ ପ୍ରଥମରୁ ୧୦ମ ଶ୍ରେଣୀ ପିଲାଙ୍କୁ ପାଠ ପଢା ଚାଲିଛି। ପିଲାଙ୍କ ସଂଖ୍ୟା ପୁଣି ୧୦୦ ଉପରେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପ୍ରଥମରୁ ୧୦ମ ପର୍ଯ୍ୟନ୍ତ ପିଲା ପଢୁଥିବା ବେଳେ ଶିକ୍ଷକଙ୍କ ସଂଖ୍ୟା ମାତ୍ର ୭। ଥରେ ଚିନ୍ତା କରନ୍ତୁ...ମାତ୍ର ଦୁଇଟି ଶ୍ରେଣୀରେ ୧୦୦ ପିଲା ତାହା ପୁଣି ପ୍ରଥମଠୁ ଦଶମ। କେମିତି ପଢାଯାଉଥିବ ଆଉ କେମିତି ପିଲାମାନେ ପାଠ ପଢୁଥିବେ?

Advertisment

ଖାଲି କୋଠରୀ କି ଶିକ୍ଷକ ନୁହେଁ ବରଂ ନାହିଁନାହିଁରେ ଏଇ ସ୍କୁଲ ଚାଲିଛି। ପିଲାଙ୍କ ପାଇଁ ଖେଳ ପଡିଆ, ଶୌଚାଳୟ, ପାଚେରୀ କିଛି ନାହିଁ। ପରିତ୍ୟକ୍ତ ଅବସ୍ଥାରେ ଚାଲିଛି ପାଠପଢା। ପିଲାଙ୍କ ସୁବିଧା ଲାଗି ୫୦ ଲକ୍ଷ ଟଙ୍କା ବ୍ୟୟରେ ସ୍କୁଲ ଘର ତିଆରି ହେଲା। ହେଲେ କୋଠା ହସ୍ତାନ୍ତର ପ୍ରକ୍ରିୟା ଶେଷ ନହେବାରୁ ଘର ମୂଳରୁ ବ୍ୟବହାର ହୋଇନି କିନ୍ତୁ ପାଣି ଗଳିଲାଣି।

ପିଲାଙ୍କ ପାଠ ପଢାରେ ସାଙ୍ଘାତିକ ଅବ୍ୟବସ୍ଥା ହେଉଥିବାରୁ ପ୍ରଶାସନକୁ ଅଭିଯୋଗ କଲେଣି ଗାଁ ଲୋକେ। ବାରମ୍ବାର ଅଭିଯୋଗ ହେବା ପରେ ଖୁବଶୀଘ୍ର ଅନୁଧ୍ୟାନ କରି ନୂଆ କୋଠରୀରେ ପାଠପଢା ଆରମ୍ଭ ହେବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ।  ଶିକ୍ଷା ବ୍ୟବସ୍ଥା ସୁଧାରିବାକୁ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି ରାଜ୍ୟ ସରକାର। ହେଲେ ବାସ୍ତବରେ ଶିକ୍ଷାବ୍ୟବସ୍ଥା କେତେ ସୁଧୁରିଛି ତାହା ଏହି ଘଟଣାରୁ ସ୍ପଷ୍ଟ ଅନୁମେୟ ।

Advertisment

(ରିପୋର୍ଟ-ମିହିର ଯତି, ମୋହନା)

Education Department 5 T School
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ