Advertisment

ଜିତିଲା ଇଚ୍ଛାଶକ୍ତି...ଗୁପ୍‌ଚୁପ୍‌ ବିକାଳିଙ୍କ ଝିଅ ବୋର୍ଡ ପରୀକ୍ଷାରେ ରଖିଲେ ୯୯.୭୨ ପର୍ସେଣ୍ଟାଇଲ୍ ମାର୍କ

ଅନେକ ପ୍ରତିକୁଳ ପରିସ୍ଥିତି ଦେଇ ପୁନମ୍‌ ପାଠ ପଢ଼ିଛନ୍ତି ଆଉ ସଫଳ ହୋଇଛନ୍ତି । ଆଜି ତାଙ୍କ ପାଇଁ ସମସ୍ତେ ଗର୍ବିତ । ପରିବାରର ମାନ ସମ୍ମାନ ବଢ଼ାଇଛନ୍ତି ପୁନମ ।

ଅଦ୍ୟତନ ହୋଇଛି
Poonam Kushua

Poonam Kushua

Advertisment

ଗୁଜରାଟରେ ଗୁପ୍‌ଚୁପ୍ ବିକାଳିଙ୍କ ଝିଅ ୯୬ ପ୍ରତିଶତ ମାର୍କ ରଖି ଦଶମ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଖାଲି ସେତିକି ନୁହେଁ ୯୬ ପ୍ରତିଶତ ସହ ୯୯.୭୨ ପରସେଣ୍ଟାଇଲ୍‌ ମାର୍କ ରଖି ରେକର୍ଡ କରିଛି । ତେବେ ଆଜି କେନ୍ଦ୍ର ମାଧ୍ୟମିକ ଶିକ୍ଷା ତଥା ସିବିଏସ୍‌ଇ ୧୦ମ ବୋର୍ଡ ରେଜଲ୍ଟ ପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନେ CBSE https://cbseresults.nic.in କୁ ଯାଇ ସେମାନଙ୍କର ବୋର୍ଡ ଫଳାଫଳ ଯାଞ୍ଚ କରିପାରିବେ। CBSE ଦଶମ ଫଳାଫଳ ଯାଞ୍ଚ କରିବାକୁ ଛାତ୍ରଛାତ୍ରୀ ମାନଙ୍କୁ ସେମାନଙ୍କର ରୋଲ୍ ନମ୍ବର ବ୍ୟବହାର କରିବାକୁ ପଡିବ।

Advertisment

ଚଳିତ ବର୍ଷ ସିବିଏସ୍‌ଇ ଦଶମ ପାସ୍‌ ହାର ୯୩.୬୦ ପ୍ରତିଶତ ରହିଛି। ଗତ ବର୍ଷ ତୁଳନାରେ ଏହା ୦.୪୮ ପ୍ରତିଶତ ଅଧିକ ରହିଛି। ଗତ ବର୍ଷ ୯୩.୧୨ ପ୍ରତିଶତ ପିଲା ଦଶମ ଶ୍ରେଣୀରେ ପାସ୍ କରିଥିଲେ।  

ତେବେ ଏହାରି ଭିତରେ ସବୁଠାରୁ ବଡ଼ କଥା ସାମ୍ନାକୁ ଆସିଛି ଯେ, ଜଣେ ଗୁପ୍‌ଚୁପ୍ ବିକାଳିଙ୍କ ଝିଅ ରଖିଛି ୯୯.୭୨ ପ୍ରତିଶତ ମାର୍କ । 

Advertisment

ଏହି ଛାତ୍ରୀ ଜଣଙ୍କ ହେଉଛନ୍ତି ପୁନମ କୁଶୱାହା । ସେ ଗୁଜରାଟ ଭଦୋଦରାର ମୂଳବାସିନ୍ଦା । ସେ ଏଥର ଦଶମ ବୋର୍ଡ ପରୀକ୍ଷା ଦେଇଥିବା ବେଳେ ଏଭଳି ରେକର୍ଡ ପରିମାଣର ମାର୍କ ରଖି, ପରିବାର ଲୋକଙ୍କ ମୁଣ୍ଡ ଉଚ୍ଚ କରିଛନ୍ତି । ତାଙ୍କ ପାଇଁ ଆଜି କେବଳ ତାଙ୍କ ପରିବାର ନୁହେଁ ପୂରା ଅଞ୍ଚଳ ଗର୍ବିତ । 

ତେବେ ତାଙ୍କ ପରୀକ୍ଷା ଫଳକୁ ନେଇ ଏତେ ଚର୍ଚ୍ଚାର କାରଣ ସେ କୌଣସି ବଡ଼ ଘର କି ପଇସା ବାଲା ଘରର ଛୁଆ ନୁହନ୍ତି । ସେ ହେଉଛନ୍ତି ଜଣେ ସାଧାରଣ ଗୁପ୍‌ଚୁପ୍‌ ବିକାଳି ପ୍ରକାଶ କୁଶୱାହାଙ୍କ ଝିଅ । ତାଙ୍କ ବାପା ଦୀର୍ଘ ୨୫ ବର୍ଷ ହେବ ସେହି ଅଞ୍ଚଳରେ ଗୁପ୍‌ଚୁପ୍‌ ବେପାର କରି ଆସିଛନ୍ତି । ପିଢ଼ି ପରେ ପିଢ଼ି ତାଙ୍କ ପରିବାରର ଏଭଳି ଗୁପ୍‌ଚୁପ୍‌ ବ୍ୟବସାୟ କରି ଆସୁଛନ୍ତି ।  ଅନେକ ପ୍ରତିକୂଳ ପରିସ୍ଥିତି ଦେଇ ପୁନମ୍‌ ପାଠ ପଢ଼ିଛନ୍ତି ଆଉ ସଫଳ ହୋଇଛନ୍ତି । ଆଜି ତାଙ୍କ ପାଇଁ ସମସ୍ତେ ଗର୍ବିତ । ପରିବାରର ମାନ ସମ୍ମାନ ବଢ଼ାଇଛନ୍ତି ପୁନମ ।

Advertisment

ତେବେ ପୁନମ ଖାଲି ପାଠ ପଢ଼ୁନଥିଲେ, ଦଶମ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ବେଳେ ମଧ୍ୟ ସେ ନିଜ ବାପାଙ୍କ ବ୍ୟବସାୟରେ ସହଯୋଗ କରୁଥିଲେ । ପୁନମଙ୍କ କହିବାନୁଯାୟୀ, ସେ ସବୁଦିନ ସକାଳ ୫.୩୦ରୁ ୬ଟାର ମଧ୍ୟରେ ଉଠିଥାନ୍ତି । ତାପରେ ଘର କାମ ସାରି ସ୍କୁଲ ବାହାରିଥାନ୍ତି । ସ୍କୁଲରୁ ଦିନ ୨.୩୦ରେ ଫେରିବା ପରେ ହାତ ମୁହଁ ଧୋଇ ମାଆଙ୍କୁ ଘର କାମରେ ସାହାଯ୍ୟ କରିଥାନ୍ତି ଆଉ ବାପାଙ୍କ ପାଇଁ ମଧ୍ୟ କାମ କରିଥାନ୍ତି । ଏତେ ସବୁ କାମ କରିବା ପରେ ନିଜ ପାଠ ପଢ଼ା ପାଇଁ ସେ ଦିନକୁ ୩ ଘଣ୍ଟା ସମୟ ବାହାର କରିଥାନ୍ତି ।

ରେଜଲ୍‌ଟ ବାହାରିବା ପରେ ପୁନମ କହିଛନ୍ତି, ମେଡିକାଲ ଲାଇନ୍‌ରେ ପାଠ ପଢ଼ିବା ପାଇଁ ଆଗ୍ରହ ରହିଛି । ମେଡିସିନ୍‌ କ୍ଷେତ୍ରରେ ସେ ନିଜକୁ ଆଗକୁ ନେବାକୁ ଇଚ୍ଛା ରଖିଛନ୍ତି ଆଉ ଜଣେ ଭଲ ଡାକ୍ତର ହେବେ ବୋଲି ତାଙ୍କର ଆଶା ।

Board Exam
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ