Advertisment

ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲା: କେମିତି ହୁଏ ପେପର ଲିକ୍ କହିଲା ମାଫିଆ...

ନିଟ୍ ବିବାଦ ଯେତେ ଘନଉଛି, ନୂଆ ନୂଆ ତଥ୍ୟ ପଦାକୁ ଆସିବାରେ ଲାଗିଛି । ପେପର ଲିକ୍ ନେଟୱର୍କର ଜଣେ ପ୍ରମୁଖ ସଦସ୍ୟ ଅପରେସନର ବିଷୟରେ ବୁଝାଇଛନ୍ତି । କେମିତି ହୁଏ ପେପର ଲିକ୍...

ଅଦ୍ୟତନ ହୋଇଛି
NEET controversy

NEET controversy

Advertisment

ଥମୁନି ନିଟ୍ ବିବାଦ । ନିଟ୍ ବିବାଦ ଯେତେ ଘନଉଛି, ନୂଆ ନୂଆ ତଥ୍ୟ ପଦାକୁ ଆସିବାରେ ଲାଗିଛି । ନିଟ୍ ପରୀକ୍ଷାକୁ ନେଇ ସାରା ଦେଶରେ ଅଶାନ୍ତିର ବାତାବରଣ ଲାଗି ରହିଥିବା ବେଳେ ଆସିଛି ବଡ଼ ଚାଞ୍ଚଲ୍ୟକର ଖବର, ଜାଣିଲେ ଉଡ଼ିଯିବ ଆପଣଙ୍କ ହୋସ୍ । ପେପର ଲିକ୍ ନେଟୱର୍କର ଜଣେ ପ୍ରମୁଖ ସଦସ୍ୟ ଅପରେସନ ବିଷୟରେ ବୁଝାଇଛନ୍ତି। ସେ ହେଉଛନ୍ତି, ବିଜେନ୍ଦ୍ର ଗୁପ୍ତା ଯିଏ ଅତୀତରେ ଏକାଧିକ ପେପର ଲିକ୍ ମାମଲାରେ ସମ୍ପୃକ୍ତ ଥିଲେ ଓ ଦୁଇଥର ଗିରଫ ହୋଇଥିଲେ ମଧ୍ୟ ପୁଲିସ କାର୍ଯ୍ୟାନୁଷ୍ଠାନ ଏଡ଼ାଇବାରେ ସଫଳ ହୋଇଥିଲେ ।

Advertisment

ପେପର ଲିକ୍ କାରବାରରେ ୨୪ ବର୍ଷର ଅଭିଜ୍ଞତା ଥିବା ଗୁପ୍ତା ୨୦୨୩ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିସନ (ଓଏସ୍ଏସ୍‌ସି) ପରୀକ୍ଷା, ବିହାର ଲୋକସେବା ଆୟୋଗ ଓ ମଧ୍ୟପ୍ରଦେଶ ଲୋକସେବା ଆୟୋଗ ସହ ଜଡ଼ିତ ମାମଲାରେ ସମ୍ପୃକ୍ତ ଥିଲେ। ତେବେ ନିଟ୍-ୟୁଜି ୨୦୨୪ ପରୀକ୍ଷା ପୂର୍ବରୁ ମେଡିକାଲ ପ୍ରବେଶିକା ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହେବ ବୋଲି ସେ ମାର୍ଚ୍ଚ ମାସରୁ ଭବିଷ୍ୟବାଣୀ କରୁଥିବାର ଏକ ଭିଡିଓ ଭାଇରାଲ୍ ହୋଇଥିଲା । ଭିଡିଓରେ ଗୁପ୍ତା ଦାବି କରିଛନ୍ତି ଯେ ବିହାର ଲୋକସେବା ଆୟୋଗ (ବିପିଏସ୍‌ସି) ଶିକ୍ଷକ ନିଯୁକ୍ତି ପରୀକ୍ଷା ଏବଂ ଓଡ଼ିଶା କନିଷ୍ଠ ଯନ୍ତ୍ରୀ ପ୍ରଶ୍ନପତ୍ର ଲିକ୍ ମାମଲାରେ ଜେଲରେ ଥିବା ବିଶାଲ ଚୌରାସିଆ ମଧ୍ୟ ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍ କରିପାରନ୍ତି ।

କେମିତି ହୁଏ ପେପର୍‌ ଲିକ୍‌ର ଯୋଜନା ? 

ବିଜେନ୍ଦ୍ର ଗୁପ୍ତାଙ୍କ କହିବା ଅନୁଯାୟୀ, ଦେଶରେ ପେପର୍‌ ଲିକ୍‌ର ମାଫିଆର ବଡ଼ ନେଟୱାର୍କ ରହିଛି, ଯେଉଁମାନେ ପ୍ରତ୍ୟେକ ପରୀକ୍ଷା, କେନ୍ଦ୍ରୀୟ ଓ ରାଜ୍ୟରେ ଅନିୟମିତତା କରିବାକୁ ପ୍ରସ୍ତୁତ ରହିଥାନ୍ତି । ଯଦି କୌଣସି ବଡ ପରୀକ୍ଷା ହେବାକୁ ଯାଉଛି, ତେବେ ଏହି ସମସ୍ତ ମାଫିଆମାନେ ଏକାଠି ହୋଇ ପେପର୍‌ ଲିକ୍ କରିବାକୁ ଯୋଜନା ଆରମ୍ଭ କରନ୍ତି । ଯଦି କୌଣସି କମ୍ପାନୀକୁ ପେପର୍‌ ପରିଚାଳନା ପାଇଁ NTA ​​ଟେଣ୍ଡର ଦିଏ । ତେବେ ଏହି ଲୋକମାନେ ପ୍ରଥମେ ସେହି କମ୍ପାନୀ ବିଷୟରେ ଜାଣନ୍ତି । ଏହା ପରେ, କମ୍ପାନୀ କେଉଁଠାରୁ ଏହି ପେପର୍‌ ପ୍ରିଣ୍ଟ କରୁଛି ତାହାକୁ ତଦାରଖ କରନ୍ତି, ଏଥିପାଇଁ ପ୍ରିଣ୍ଟିଂ ପ୍ରେସ୍‌କୁ ଚିହ୍ନଟ କରନ୍ତି । ପେପର୍‌ ପ୍ରିଣ୍ଟ ପରେ ବ୍ୟାଙ୍କର୍‌କୁ ବିତରଣ କରିବାକୁ ପଡିଥାଏ । ଏଭଳି ପରିସ୍ଥିତିରେ ବାଟରେ ଯିବା ସମୟରେ ପେପର୍‌କୁ ଲିକ୍‌ କରନ୍ତି ।

Advertisment

କେମିତି ଭଙ୍ଗାଯାଏ ପେପର୍‌ ବାକ୍ସ ? 

ବିଜେନ୍ଦ୍ର ଗୁପ୍ତା କହିଛନ୍ତି ଯେ, ଫେରାର ଥିବା ନିଟ୍-ୟୁଜି ଦୁର୍ନୀତିର ମୁଖ୍ୟ ଅଭିଯୁକ୍ତ ସଞ୍ଜୀବ ମୁଖିଆ ଧରାପଡ଼ିବେ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ପ୍ରଶ୍ନପତ୍ର ଲିକ୍ ୭୦୦ ଛାତ୍ରଛାତ୍ରୀଙ୍କୁ ଟାର୍ଗେଟ କରିଥିଲା ଏବଂ ଏହି ରାକେଟ୍ ୨୦୦-୩୦୦ କୋଟି ଟଙ୍କା ରୋଜଗାର କରିବାକୁ ଲକ୍ଷ୍ୟ ରଖିଥିଲା। ପେପର ଲିକ୍ ସମ୍ପର୍କରେ ବିସ୍ତୃତ ସୂଚନା ଦେଇ ବିଜେନ୍ଦ୍ର ଗୁପ୍ତା କହିଛନ୍ତି, ପରିବହନ ସମୟରେ ପ୍ରଶ୍ନ ଥିବା ବାକ୍ସ ଭଙ୍ଗାଯାଏ । ଆଶ୍ଚର୍ଯ୍ୟଜନକ ବିଷୟ ହେଉଛି ଯେ ପେପର୍‌କୁ ସାତ ସ୍ତରରେ ବନ୍ଦ ବାକ୍ସରେ ସିଲ୍ ରଖାଯାଏ, ତଥାପି ମାଫିଆଙ୍କ ପାଇଁ ଏହି ବାକ୍ସକୁ ଭାଙ୍ଗିବା ବହୁତ ସହଜ କାରଣ ଏଥିପାଇଁ ସ୍ବତନ୍ତ୍ର ତାଲିମ ପାପ୍ତ ଲୋକ ବାକ୍ସ ଭାଙ୍ଗିବାକୁ ଆସିଥାନ୍ତି । UPSTF ଟିମ୍ ନିକଟରେ କନଷ୍ଟେବଳ ନିଯୁକ୍ତି ପେପର୍‌ ଲିକ୍ ମାମଲାରେ ଶୁଭମ୍ ମଣ୍ଡଳଙ୍କୁ ଗିରଫ କରାଯାଇଥିଲା । ତେବେ  NEET ପେପର୍‌ ବାକ୍ସ ଭାଙ୍ଗିବା ପାଇଁ ଶୁଭମ୍‌କୁ ୟୁପିରୁ ବିହାରକୁ ଡକାଯାଇଥିଲା । 

ଗୁପ୍ତା ଆହୁରି କହିଛନ୍ତି, ଜେଲ୍ ଜାଏଙ୍ଗେ, ଫିର୍‌ ବେଲ୍, ଔର ଫିର୍ ସୁରୁ ହୋଗା ଖେଲ। ଅର୍ଥାତ୍ ଜେଲ୍ ଯିବା ପରେ ଜାମିନ ମିଳେ ଓ ତା’ପରେ ପୁଣି ପେପର ଲିକ୍‌ର ଖେଳ ଚାଲେ। ନିଟ୍-ୟୁଜି ପ୍ରଶ୍ନପତ୍ର ଲିକ୍ ହେବ ବୋଲି ତାଙ୍କ ଭାଇରାଲ ଭିଡିଓ ପରେ ତାଙ୍କୁ କିଛି କଲ୍ ଆସିଛି କି ବୋଲି ପଚରାଯିବାରୁ ଗୁପ୍ତା କହିଛନ୍ତି ଯେ ତାଙ୍କ ନମ୍ବର କାହା ପାଖରେ ନାହିଁ।

Advertisment

କଳା ତାଲିକାଭୁକ୍ତ କମ୍ପାନିଗୁଡ଼ିକୁ ଟେଣ୍ଡର ମିଳିଥାଏ ବୋଲି ଦାବି କରି ପରିବହନ ସମୟରେ ପ୍ରଶ୍ନପତ୍ର ଥିବା ବାକ୍ସ କିପରି ଭାଙ୍ଗିଯାଏ ସେ ବିଷୟରେ ମଧ୍ୟ ସେ ବୁଝାଇଥିଲେ । ଗୁପ୍ତା କହିଛନ୍ତି, ଯେତେବେଳେ ଲଜିଷ୍ଟିକ୍ କମ୍ପାନିଗୁଡିକ ପ୍ରଶ୍ନପତ୍ରକୁ ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ପରିବହନ କରନ୍ତି ସେତେବେଳେ ବିଭ୍ରାଟ ହୁଏ । ବଡ଼ ବଡ଼ ବ୍ୟକ୍ତି ପ୍ରିଣ୍ଟିଂ ପ୍ରେସ୍ ସହିତ ଯୋଡ଼ି ହେବା ମଧ୍ୟ ପେପର ଲିକ୍‌ର ଅନ୍ୟତମ କାରଣ ବୋଲି ବିଜେନ୍ଦ୍ର ଗୁପ୍ତା କହିଛନ୍ତି। ସେ କହିଛନ୍ତି, ମେ ୫ରେ ଡାକ୍ତରୀ ପରୀକ୍ଷା ଆରମ୍ଭ ହେବାର ଦୁଇ ଘଣ୍ଟା ପୂର୍ବରୁ ସେ ନିଜେ ପ୍ରଶ୍ନପତ୍ର ପାଇଥିଲେ। 

NEET NEET UG
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ