Advertisment

ପୁଣି OSSC ପରିଚାଳିତ ପରୀକ୍ଷା ପ୍ରଶ୍ନପତ୍ର ଲିକ୍

OSSCର ULB ଆକାଉଣ୍ଟାଣ୍ଟ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଅଭିଯୋଗ । ପ୍ରଶ୍ନପତ୍ର ଲିକ ଅଭିଯୋଗରେ ଭଦ୍ରକରେ ପରୀକ୍ଷାର୍ଥୀଙ୍କ ବିକ୍ଷୋଭ ।

ଅଦ୍ୟତନ ହୋଇଛି
exam question paper leaked

exam question paper leaked

Advertisment

ପ୍ରଶ୍ନପତ୍ର ଲିକ୍ ଅଭିଯୋଗରେ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଉତ୍ତେଜନା । OSSCର ୟୁଏଲବି ଆକାଉଣ୍ଟାଣ୍ଟ ପରୀକ୍ଷା ବେଳେ ହଲରୁ ବାହାରି ହୋହାଲା କରିବା ସହ ପାଟିତୁଣ୍ଡ କରିଛନ୍ତି ପରୀକ୍ଷାର୍ଥୀ। ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ହୋଇଥିବା ନେଇ ଅଭିଯୋଗ କରିଛନ୍ତି ପରୀକ୍ଷାର୍ଥୀ। ଏହାକୁ ନେଇ ମହାବିଦ୍ୟାଳୟ ପରିସରରେ ଉତ୍ତେଜନା ଦେଖାଦେଇଛି।

Advertisment

ଘଟଣାସ୍ଥଳରେ ଟାଉନ ପୋଲିସ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛି । ବାଲେଶ୍ୱର ଉପଜିଲ୍ଲାପାଳ ପହଞ୍ଚି ପିଲାଙ୍କ ସହ ଆଲୋଚନା କରିଛନ୍ତି। OSSCର ୟୁଏଲବି ଆକାଉଣ୍ଟାଣ୍ଟ ପରୀକ୍ଷା ଲାଗି ରାଜ୍ୟର ୧୭ଟି ସେଣ୍ଟର ମଧ୍ୟରୁ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟ ଏକ ସେଣ୍ଟର ହୋଇଥିଲା। ଏଥିରେ ୭୦୦ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବା ଲାଗି ବ୍ୟବସ୍ଥା ହୋଇଥିଲା।ପରୀକ୍ଷା ଆରମ୍ଭ ହେବା ମାତ୍ରେ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ କରି କିଛି ପରୀକ୍ଷାର୍ଥୀ ହୋ-ହାଲ୍ଲା କରିଥିଲେ।

ଏହାପରେ ପରୀକ୍ଷା ୧୫ ମିନଟ ବିଳମ୍ବ ହୋଇଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି। ସେପଟେ ଉପଜିଲ୍ଲାପାଳ ସମସ୍ତ ଭିଯୋଗକୁ ଖଣ୍ଡନ କରିବା ସହ ସମସ୍ତ ନିୟମ ପ୍ରକାରେ ପରୀକ୍ଷା ହୋଇଥିବା କହିଛନ୍ତି। ପ୍ରଶ୍ନପତ୍ର ଆସିବା ବେଳେ ଏହାର ସିସିଟିଭି ଫୁଟେଜ ରହିଛି। ଅନ୍ୟପଟେ ପରକ୍ଷା ୧୫ ମିନୟ ବିଳମ୍ବ ହୋଇଥିବାରୁ ଛାତ୍ରଛାତ୍ରୀଙ୍କୁ ୧୫ ମିନଟ ଅତିରିକ୍ତ ସମୟ ଦିଆଯାଇଥିବା ଉପଜିଲ୍ଲାପାଳ କହିଛନ୍ତି।...

Advertisment
OSSC Question Paper Leaked
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ