ଭୁବନେଶ୍ୱର : ଆଜି ଦିନ ୧ଟାରେ ପ୍ରକାଶ ପାଇବ ୨ କଳା ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ । CHSE କାର୍ଯ୍ୟାଳୟରେ ପରୀକ୍ଷା ଫଳ ପ୍ରକାଶ ପାଇବ । orissaresults.nic.in ୱେବସାଇଟକୁ ଯାଇ ରେଜଲ୍ଟ ଚେକ୍ କରିପାରିବେ ଛାତ୍ରଛାତ୍ରୀ । ଛାତ୍ରଛାତ୍ରୀ ନିଜର ରୋଲ୍ ନମ୍ବର ଦେଇ ରେଜଲ୍ଟ ଜାଣିପାରିବେ। କଳାରେ ୨ ଲକ୍ଷରୁ ଅଧିକ ଏବଂ ଧନ୍ଦାମୂଳକ ଶିକ୍ଷାରେ ପ୍ରାୟ ୫ ହଜାର ପିଲାଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । କରୋନା ପାଇଁ ଏଥର ପରୀକ୍ଷା ବାତିଲ ହୋଇଥିବାରୁ ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ଫଳ ପ୍ରକାଶ କରାଯିବ ।
ଗତ ଜୁଲାଇ ୩୧ ତାରିଖରେ ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇଥିଲା । ସମୁଦାୟ ୯୪୫୩୨ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ । ବିଜ୍ଞାନରେ ସମୁଦାୟ ୮୯ ହଜାର ୯୫୧ ଜଣ ପାସ୍ କରିଥିଲେ । ସେଥିରୁ ୫୫୪୬୮ ପିଲା ପ୍ରଥମ ଶ୍ରେଣୀରେ ପାସ୍ କରିଛନ୍ତି। ଦ୍ୱିତୀୟ ଶ୍ରେଣୀରେ ୧୬୯୪୩, ତୃତୀୟ ଶ୍ରେଣୀରେ ୧୪୬୩୧ ଉତ୍ତୀର୍ଣ୍ଣ ହୋଇଥିଲେ । ବିଜ୍ଞାନରେ ରେଗୁଲାର ପାସ୍ ହାର ୯୯.୮୮% । ସେହିପରି ବାଣିଜ୍ୟରେ ୯୪.୯୬ ପ୍ରତିଶତ ପାସ୍ କରିଥିଲେ । ବାଣିଜ୍ୟରେ ରେଗୁଲାର ପାସ୍ ହାର ୯୯.୯୫% ଥିବା ବେଳେ ପ୍ରଥମ ଶ୍ରେଣୀରେ ପାସ୍ ୮ ହଜାର ୩୫୫ ଜଣ ପାସ୍ କରିଥିଲେ। ବାଣିଜ୍ୟରେ ଦ୍ୱିତୀୟ ଶ୍ରେଣୀରେ ପାସ୍ ୫ ହଜାର ୬୯୨ ଥିବାବେଳେ ତୃତୀୟ ଶ୍ରେଣୀରେ ପାସ ହାର ୯୦୬୬ ଜଣ ।
Also Read
ଜୁଲାଇ ୩୧ ସୁଦ୍ଧା +୨ ରେଜଲ୍ଟ ପ୍ରକାଶ ପାଇଁ ପୂର୍ବରୁ ସବୁ ରାଜ୍ୟ ସରକାରଙ୍କୁ କହିଥିଲେ ସୁପ୍ରିମକୋର୍ଟ । ଚଳିତ ବର୍ଷ କରୋନା କଟକଣା ପାଇଁ ଯୁକ୍ତଦୁଇ ପରୀକ୍ଷା ଅନୁଷ୍ଠିତ ହୋଇନଥିବା ବେଳେ ଛାତ୍ରଛାତ୍ରୀଙ୍କ ପାଇଁ ବିକଳ୍ପ ମୂଲ୍ୟାୟନ ପଦ୍ଧତି ଅବଲମ୍ବନ କରାଯାଇଛି । ତେଣୁ ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ଏ ବର୍ଷ ରାଜ୍ୟର ସାଢେ ୩ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ । ଅନ୍ୟପଟେ କଳା ଓ ଧନ୍ଦାମୂଳକ ଶିକ୍ଷାର ରେଜଲ୍ଟ ବିଳମ୍ବ ହେବା ନେଇ ସୁପ୍ରିମକୋର୍ଟରେ ସ୍ୱତନ୍ତ୍ର ପିଟିସନ ଦାୟର କରାଯାଇଥିବା ପୂର୍ବରୁ ସରକାରଙ୍କ ପକ୍ଷରୁ ସୂଚନା ଦିଅଯାଇଥିଲା ।