ଦିନଟେ ହେଲେ ସ୍କୁଲ୍‌ ମାଟି ମାଡ଼ିନାହାନ୍ତି; ହେଲେ ରେଜିଷ୍ଟର୍‌ରେ ନାଁ ଗଡ଼ୁଛି

ରାଜ୍ୟରେ କେମିତି ବଞ୍ଚିଛି ଆମ ଆଦିଭାଷା ସଂସ୍କୃତ ? କେମିତି ବଂଚିଛି ସଂସ୍କୃତ ବିଦ୍ୟାଳୟ ? ଜୟପୁର ସହରର ବିଦ୍ୟାଭୂଷଣ ନଗରରେ ଥିବା ସର୍ବପୁରାତନ ସ୍କୁଲ ମହାରାଜା ସଂସ୍କୃତ ବିଦ୍ୟାଳୟରେ ଏବେ ଅଷ୍ଟମରୁ ଦଶମ ଶ୍ରେଣୀ ଯାଏଁ ଉପସ୍ଥାନ ଖାତାକୁ ଦେଖିଲେ ଆଶ୍ଚର୍ଯ୍ୟ ହେବେ ।

Odisha's Oldest Sanskrit School

ପିଲା ୪୨କୁ ଶିକ୍ଷକ ୫ ଜଣ । ଅର୍ଥାତ୍ ପ୍ରାୟ ୮ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ଅଛନ୍ତି ଜଣେ ଶିକ୍ଷକ । ଆପଣ ଶୁଣି ଆଶ୍ଚର୍ଯ୍ୟ ହେଉଥିବେ, ସତରେ ଏମିତି ସ୍କୁଲ ଆମ ରାଜ୍ୟରେ ଅଛି । ସଂସ୍କୃତ ଭାଷାର ବିକାଶ ପାଇଁ କୋରାପୁଟ ଜିଲ୍ଲା ଜୟପୁର ସହରରେ ଥିବା ମହାରାଜା ସଂସ୍କୃତ ବିଦ୍ୟାଳୟରେ ହିଁ ଏଭଳି ସ୍ଥିତି ଦେଖିବାକୁ ମିଳିଛି । ବଡ଼ କଥା ହେଉଛି ତିନିଟି କ୍ଲାସ୍‌ରେ ଥିବା ୪୨ ପିଲାଙ୍କ ଭିତରୁ ଅଧିକାଂଶଙ୍କର ଖାଲି ନାଁ ଗଡୁଛି, ପିଲାଏ କିନ୍ତୁ ସ୍କୁଲ ମାଟି ମାଡ଼ି ନାହାନ୍ତି । ଏଭଳି ସ୍ଥିତିରେ ସେ ସ୍କୁଲ କାହିଁକି ଅଛି ? ଯଦି ଆଦିଭାଷା ସଂସ୍କୃତକୁ ରାଜ୍ୟରେ ବଞ୍ଚାଇ ରଖିବା ଲାଗି ପ୍ରକୃୃତରେ ବ୍ୟବସ୍ଥାର ଆନ୍ତରିକତା ଅଛି, ତାହେଲେ ଅବ୍ୟବସ୍ଥା ଦୂର ପାଇଁ କାହିଁକି ପଦକ୍ଷେପ ନିଆଯାଉନି, ତାକୁ ନେଇ ଉଠିଛି ପ୍ରଶ୍ନ ।

ରାଜ୍ୟ ରେ କେମିତି ବଞ୍ଚିଛି ଆମ ଆଦିଭାଷା ସଂସ୍କୃତ ? କେମିତି ବଂଚିଛି ସଂସ୍କୃତ ବିଦ୍ୟାଳୟ ? ଜୟପୁର ସହର ର ବିଦ୍ୟାଭୂଷଣ ନଗରରେ ଥିବା ସର୍ବପୁରାତନ ସ୍କୁଲ ମହାରାଜା ସଂସ୍କୃତ ବିଦ୍ୟାଳୟରେ ଏବେ ଅଷ୍ଟମରୁ ଦଶମ ଶ୍ରେଣୀ ଯାଏଁ ଉପସ୍ଥାନ ଖାତାକୁ ଦେଖିଲେ ଆଶ୍ଚର୍ଯ୍ୟ ହେବେ । ଅଷ୍ଟମରେ ୪ ଜଣ, ନବମରେ ୨୦, ଦଶମରେ ୧୮ ଜଣ ମୋଟ୍ ୫ ଜଣ ଶିକ୍ଷକଙ୍କୁ ସର୍ବମୋଟ୍ ୪୨ ପିଲା ସ୍କୁଲରେ ନାଁ ତ ଗଡୁଛି, ହେଲେ ଏମାନେ ସମସ୍ତେ ପ୍ରକୃତରେ ସ୍କୁଲ ଆସୁଛନ୍ତି ତ ?

ସ୍କୁଲରେ ଦଶମ ଶ୍ରେଣୀ ରେଜିଷ୍ଟର୍‌ରେ ଜୟପୁର ବ୍ଲକ୍ କୁସୁମପୁଟ ଗାଁର ବଜରଙ୍ଗୀଙ୍କ ନାଁ ଗଡୁଛି, ହେଲେ ସେ କିନ୍ତୁ ଦିନଟିଏ ସ୍କୁଲ ବାରଣ୍ଡା ମାଡ଼ିନାହାନ୍ତି । ଏମିତିକି ସ୍କୁଲ ନାଁ ବି ଜାଣିନାହାନ୍ତିି । ସ୍କୁଲରେ ନାଁ ଗଡୁଥିବା ସେଇ ଗାଁର ଦଶମ ଶ୍ରେଣୀରେ ପଢୁଥିବା ଦୁଇ ଭାଇ-ଭଉଣୀ କୌଶଲ୍ୟା ବିଷୋଇ ଓ ସୁମନ ବିଷୋଇଙ୍କ କାହାଣୀ ବି ଏକଦମ୍ ଏକାଭଳି ।

 

ଯେଉଁମାନେ କଦବା କ୍ୱଚିତ୍ ସ୍କୁଲକୁ ଆସୁଛନ୍ତି, ସେମାନେ କେଉଁଭଳି ସ୍ଥିତିରେ ପାଠ ପଢୁଥିବେ ତାହା ଆପଣ ଜାଣିପାରୁଥିବେ । କେଉଁ କ୍ଲାସ୍‌ରେ ଗୋଟିଏ ଦୁଇଟି ଟେବୁଲ୍ ବେଞ୍ଚ, ତ କେଉଁଠି ତଳେ ଦରି ପକେଇ ଚାଲିଛି ପାଠପଢ଼ା । ଶ୍ରେଣୀ ଗୃହ କଥା ଛାଡନ୍ତୁ, ପିଲା ସଂସ୍କୃତରେ ପାଠପଢ଼ିବେ,ହେଲେ ସଂସ୍କୃତ ବ୍ୟାକରଣଠୁ ନେଇ ସଂସ୍କୃତ ସାହିତ୍ୟ, ଆୟୁର୍ବେଦ ଯୋଗ ଯାଏଁ- ପିଲାଙ୍କ ପାଖରେ ବହି ହିଁ ନାହିଁ । ସ୍କୁଲରେ ଯେଉଁ ଗୋଟିଏ ଲେଖାଏଁ ବହି ଅଛି, କେତେବେଳେ କେମିତି ସେଇ ବହିରୁ ଯାହା ପାଠପଢ଼ା ହେଉଛି । ଆଜିକାଲି ନୁହେଁ ଗତ ପ୍ରାୟ ୨୫ ବର୍ଷ ଧରି ଏଠି ଏମିତି ସ୍ଥିତି । ବ୍ୟବସ୍ଥା ଯାହା ସେଥିରୁ ଶିକ୍ଷକ ବି ଏକଦମ୍‌ ନାଚାର।

ଆଦିଭାଷା ସଂସ୍କୃତିକୁ ପ୍ରୋତ୍ସାହନ ସାଙ୍ଗକୁ ପିଲାଙ୍କ ଭିତରେ ଏଥିପ୍ରତି ଆଗ୍ରହ ସୃଷ୍ଟି କରିବା ଉଦ୍ଦେଶ୍ୟରେ ୧୯୩୮ରେ ତତ୍କାଳୀନ ମହାରାଜା ବିକ୍ରଦେବ ବର୍ମା ପ୍ରତିଷ୍ଠା କରିଥିଲେ ଏହି ସ୍କୁଲ । ଏକଦା ସାରା ରାଜ୍ୟରେ ନାଁ ଡାକ ଥିବା ଏହି ସ୍କୁଲ ବହୁ ବିଦ୍ୱାନଙ୍କୁ ତିଆରି କରିଛି । ହେଲେ କାଳକ୍ରମେ ସରକାରୀ ପ୍ରୋତ୍ସାହନ ଅଭାବରୁ ଭୁଶୁଡ଼ିବାକୁ ବସିଛି ।

ସଂସ୍କୃତ ଶିକ୍ଷା ସ୍କୁଲ ଓ ଗଣଶିକ୍ଷା ବିଭାଗ ଅଧିନରେ ଥିବା ଏହି ବିଦ୍ୟାଳୟରେ ପୂର୍ବରୁ ୬ଷ୍ଠରୁ ୧୦ମ ଯାଏଁ କ୍ଲାସ୍ ଥିଲା ବେଳେ ୨୦୧୯ରୁ ୬ଷ୍ଠ ଓ ୭ମ ଶ୍ରେଣୀକୁ ଏଥିରୁ ହଟାଇ ଦିଆଯାଇଥିଲା । ଆଉ ଏବେ ବାକିଥିବା ୩ଟି କ୍ଲାସ୍‌ର ଏ ଅବସ୍ଥା ଶିକ୍ଷାବିତ୍‌ଙ୍କ ମତରେ ଯଦି ପ୍ରକୃତରେ ରାଜ୍ୟରେ ଆଦିଭାଷା ସଂସ୍କୃତକୁ ସରକାର ବଞ୍ଚାଇବାକୁ ଚାହୁଁଛନ୍ତି, ତାହେଲେ ଏଥିପାଇଁ ଭିତ୍ତିଭୂମିର ବିକାଶ ସାଙ୍ଗକୁ ଉପଯୁକ୍ତ ପରିବେଶ ଓ ପରିବେଷ୍ଟନୀ ତିଆରି କରିବା ଦିଗରେ ପଦକ୍ଷେପ ନେଉ ନାହାନ୍ତି କାହିଁକି? ଯଦି ଚାହୁଁନାହାନ୍ତି, ତାହେଲେ ଅଯଥା ମାନବ ସମ୍ବଳକୁ ନଷ୍ଟ ନକରି ସ୍କୁଲକୁ ସାଧାରଣ ସ୍କୁଲ ସହ ମିଶାଇ ଦେଉ ନାହାନ୍ତି କାହିଁକି ?