Advertisment

+୨ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ: ଆଗରେ ରେଭେନ୍ସା

ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ଆଜି ପ୍ରକାଶ ପାଇଛି। ଚଳିତ ବର୍ଷ କଳା, ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ଶୀର୍ଷରେ ରହିଥିବା ବେଳେ ବାଣିଜ୍ୟରେ ରେଭେନ୍ସା ଓ ରାଉରକେଲା HSS ମିଳିତ ଭାବେ ଶୀର୍ଷରେ ରହିଛନ୍ତି।

ଅଦ୍ୟତନ ହୋଇଛି
CHSE Cut Off

CHSE Cut Off

Advertisment

ବାହାରିଲା ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍। କଳା, ବାଣିଜ୍ୟ ଓ ବିଜ୍ଞାନରେ ଛାତ୍ରଛାତ୍ରୀଙ୍କର ପ୍ରଥମ ପସନ୍ଦ ରେଭେନ୍ସା। ପ୍ରଥମ ପର୍ଯ୍ୟାୟ କଟ୍ ଅଫରେ ଆଗରେ ରହିଛି ରେଭେନ୍ସା ଜୁନିଅର କଲେଜ। ବିଜ୍ଞାନରେ ୯୧.୫୦, କଳାରେ ୭୫.୧୭ ପ୍ରତିଶତ ଓ ବାଣିଜ୍ୟରେ କଟ୍ ଅଫ୍ ମାର୍କ ରହିଛି ୭୭ ପ୍ରତିଶତ।

Advertisment

ସେହିପରି ବିଜେବି କଲେଜରେ ବିଜ୍ଞାନରେ କଟ୍ ଅଫ୍ ରହିଛି ୮୭ ପ୍ରତିଶତ। କଳାରେ ୭୨.୩୩ ଓ ବାଣିଜ୍ୟରେ କଟ୍ ଅଫ୍ ମାର୍କ ରହିଛି ୭୦ ପ୍ରତିଶତ। ପ୍ରଥମ ପର୍ଯ୍ୟାୟ କଟ୍ ଅଫରେ କଳା ଓ ବାଣିଜ୍ୟରେ ରେଭେନ୍ସା ପରେ ଛାତ୍ରଛାତ୍ରୀଙ୍କ ପସନ୍ଦ କଲେଜ ରାଉରକେଲା ସରକାରୀ କଲେଜ। ୨୦୨୪-୨୫ ଶିକ୍ଷା ବର୍ଷ ପାଇଁ ମୋଟ ୪ଲକ୍ଷ ୭୬ ହଜାର ୯୩ଜଣ ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ୪ଲକ୍ଷ ୨୬ ହଜାର ୪୭୨ ଜଣଙ୍କ ନାଁ ମେଧା ତାଲିକାରେ ଆସିଛି।

ତେବେ ୪୯ ହଜାର ୬୧୧ ଜଣ ମେଧା ତାଲିକାରୁ ବାଦ ପଡିଛନ୍ତି। କଳାରେ ୨ଲକ୍ଷ ୭୧ ହଜାର ୪୯୨, ବିଜ୍ଞାନରେ ୧ଲକ୍ଷ ୧୭ ହଜାର ୨୭୩ ଜଣ ଓ ବାଣିଜ୍ୟରେ ୨୪ ହଜାର ୩୫୪ଜଣ ମନୋନୀତ ହୋଇଛନ୍ତି। ଅଗଷ୍ଟ ପହିଲାରୁ ଆରମ୍ଭ ହେବ ପାଠପଢ଼ା।

Advertisment

ସେପଟେ ନିଟ୍ ୟୁଜି ରେଜଲ୍ଟ ପ୍ରକାଶ ପାଇଛି। NTA ପକ୍ଷରୁ ଏହି ରେଜଲ୍ଟ ପ୍ରକାଶ ପାଇଛି। ଏନଟିଏର ୱେବସାଇଟ୍ nta.nic.inରେ ରେଜଲ୍ଟ ଉପଲବ୍ଧ ହେଉଛି। ଆଜି ନିଟ୍ ରେଜଲ୍ଟ ପ୍ରକାଶ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏନଟିଏ ପକ୍ଷରୁ ୱେବସାଇଟରେ ସିଟି ଓ ସେଣ୍ଟର ସ୍ତରରେ ରେଜଲ୍ଟ ଅପଲୋଡ୍ କରାଯାଇଛି । ଏଥିରେ ଛାତ୍ର ମାନଙ୍କ ଗୋପନୀୟତାକୁ ଗୁରୁତ୍ୱ ଦିଆଯାଇଛି।

ଏନଟିଏ ପକ୍ଷରୁ ଛାତ୍ର ମାନଙ୍କ ନାଁ, ମାତା-ପିତାଙ୍କ ନାମ ଓ ବ୍ୟକ୍ତିଗତ ତଥ୍ୟ ପ୍ରଦାନ କରାଯାଇନାହିଁ। କେବଳ ପରୀକ୍ଷାର୍ଥୀ ମାନ ସିରିଆଲ ନମ୍ବର ଓ ମାର୍କ ଜାରି କରାଯାଇଛି। ତେବେ ଆସନ୍ତା ୨୨ ତାରିଖରେ ନିଟ୍ ବିବାଦ ନେଇ ପରବର୍ତ୍ତୀ ଶୁଣାଣି କରିବେ ସୁପ୍ରିମକୋର୍ଟ।

Advertisment
CHSE Cut Off
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ