Odisha Mass Education Dept. Concerned With High Dropout Rate
ଗାଏବ ମାଟ୍ରିକ ପରୀକ୍ଷାର୍ଥୀଙ୍କ ପରେ ଏବେ ଗଣଶିକ୍ଷା ବିଭାଗକୁ ଗାଏବ ଛାତ୍ରଛାତ୍ରୀଙ୍କ ଚିନ୍ତା ଘାରିଛି। ରାଜ୍ୟର ୭୦% ପିଲା ଏବେ ସ୍କୁଲ୍ ଯାଉଥିବା ବେଳେ ୩୦% ପିଲା ସ୍କୁଲ୍ ଯାଉ ନାହାନ୍ତି।
୩୦ ପ୍ରତିଶତଙ୍କୁ ଖୋଜିବା ଲାଗି ଗଣଶିକ୍ଷା ବିଭାଗ ୫ ସୂତ୍ରୀ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି। ଏହି ୫ ସୁତ୍ରୀ ନିୟମ ପାଳନ ଲାଗି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
କାହିଁକି ପିଲା ସ୍କୁଲ୍ ଆସୁ ନାହାନ୍ତି, ସେନେଇ ଜୁନିଅର ଟିଚର ଘର ଘର ବୁଲି ଏହାର କାରଣ କାରଣ ଖୋଜିବେ। ମାଇକ୍ରୋ ଲେବଲରେ ସର୍ଭେ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଏହାସହ ସରକାରୀ ଯୋଜନା ସମ୍ପର୍କରେ ଅବଗତ କରାଇବା ସହ ଡ୍ରପ୍ଆଉଟ୍ ଛାତ୍ରଛାତ୍ରୀଙ୍କୁ ସ୍କୁଲ୍କୁ ଫେରାଇବାକୁ ପଦକ୍ଷେପ ନେବା ପାଇଁ ମଧ୍ୟ କୁହାଯାଇଛି।
ରିପୋର୍ଟ ଅନୁସାରେ, ୪୩ ହଜାର ୪୮୯ ପିଲା ମାଟ୍ରିକ ପରୀକ୍ଷା ଦେଇନାହାନ୍ତି। ଏତେ ସଂଖ୍ୟକ ପିଲା ମାଟ୍ରିକ ପରୀକ୍ଷା ନଦେବା ଅତ୍ୟନ୍ତ ଚିନ୍ତାର ବିଷୟ। ତେବେ ଏହାର କାରଣ କ’ଣ ହୋଇପାରେ ସେନେଇ ଶୀଘ୍ର ରିପୋର୍ଟ ଦେବାକୁ କୁହାଯାଇଛି। ଏଥିପାଇଁ କିଏ ଦାୟୀ ସେନେଇ ମଧ୍ୟ ଆଲୋଚନା କରାଯାଉଛି।
ଅନ୍ୟପକ୍ଷେ, ମାଟ୍ରିକ ପରୀକ୍ଷାରେ ପ୍ରାୟ ୪୩ ହଜାର ପିଲା ଅନୁପସ୍ଥିତ ରହିବା ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀ ସ୍ପଷ୍ଟୀକରଣ ଦେଇଛନ୍ତି। ମନ୍ତ୍ରୀ ସମୀର ଦାଶ କହିଛନ୍ତି, କୋଭିଡ୍ ହେତୁ ସବୁ ପିଲାଙ୍କ ଫର୍ମ ଫିଲପ୍ ଫି’ ସରକାର ଛାଡ୍ କରିଥିଲେ। ଅଷ୍ଟମରୁ ଦଶମ ପର୍ଯ୍ୟନ୍ତ ପିଲା ସିଧାସଳଖ ଯାଇଥିବାରୁ ସମସ୍ତଙ୍କ ଫର୍ମ ଫିଲପ ହୋଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1652498358.jpg)