Advertisment

ପ୍ରକାଶ ପାଇଲା OJEE ରେଜଲ୍ଟ : MBAରେ ଶ୍ରଦ୍ଧାରବିନ୍ଦ ଓ MCAରେ ଈଶାନ୍ତ ଟପ୍ପର

www.ojee.nic.inରେ ରେଜଲ୍ଟ ଉପଲବ୍ଧ

ଅଦ୍ୟତନ ହୋଇଛି
Odisha OJEE Result 2023 Out

OJEE

Advertisment

ପ୍ରକାଶ ପାଇଲା ଚଳିତ ବର୍ଷର OJEE ରେଜଲ୍ଟ  । ୧୨ଟି ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ରେଜଲ୍ଟ ପ୍ରକାଶ ପାଇଛି । ରାଜ୍ୟ ବୈଷୟିକ ଶିକ୍ଷା ପରିଷଦ ଅଡିଟୋରିୟମରେ ବିଧିବଦ୍ଧ ଭାବେ ମନ୍ତ୍ରୀ ରେଜଲ୍ଟ ପ୍ରକାଶ କରିଛନ୍ତି । www.ojee.nic.inରେ ରେଜଲ୍ଟ ଦେଖିପାରିବେ ଛାତ୍ରଛାତ୍ରୀ । 

Advertisment

MBAରେ ଶ୍ରଦ୍ଧାରବିନ୍ଦ ସାମନ୍ତରାୟ ଟପ୍ପର ହୋଇଥିବା ବେଳେ MCAରେ ଈଶାନ୍ତ କୁମାର ନାୟକ ପରୀକ୍ଷାରେ ଟପ୍‌ କରିଛନ୍ତି । ସେହିପରି ବି.ଫାର୍ମରେ ଅରୂପ ପଣ୍ଡା ,ଏମ୍. ଫାର୍ମରେ ସଚିନ ନାୟକ, ଏମ୍.ଆର୍କରେ ସୃଷ୍ଟି ନଙ୍ଗାଲିଆ , ଏମ୍.ଟେକ୍ ସିଭିଲ ଇଂଜିନିୟରିଂରେ ସଂଜୀବ ପ୍ରଧାନ ,ଏମ୍.ଟେକ୍ ଇଲେକ୍ଟ୍ରିକାଲରେ ମିଥୁନ ଅଧିକାରୀ, ମେକାନିକାଲରେ ରାଜନ ମହାପାତ୍ର ଟପ୍ପର ହୋଇଛନ୍ତି ।

ଜୁଲାଇ ୪ ତାରିଖରେ ହୋଇଥିବା OJEEରେ୪୭ ହଜାର ୭୬୧ ପରୀକ୍ଷାର୍ଥୀ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ରାଜ୍ୟର ୩୦ ଜିଲ୍ଲାରେ ୬୧ଟି କେନ୍ଦ୍ରରେ ପରୀକ୍ଷା ହୋଇଥିଲା।  ଏହାଛଡ଼ା କୋଲକାତା, ରାଞ୍ଚି ଓ ପାଟନାରେ ଗୋଟିଏ ଗୋଟିଏ ପରୀକ୍ଷା କେନ୍ଦ୍ର କରାଯାଇଥିଲା। 

Advertisment
Odisha JEE Results
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ