Advertisment

ସ୍କୁଲ ମିଶ୍ରଣ ମାମଲାରେ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି; ୨୦ରୁ କମ୍ ପିଲା ଥିଲେ ବନ୍ଦ ହେବ

ରାଜ୍ୟ ସରକାରଙ୍କ ସ୍କୁଲ ମିଶ୍ରଣ ନିଷ୍ପତ୍ତି କାଏମ ରଖିଲେ ହାଇକୋର୍ଟ। ୨୦ରୁ କମ୍ ପିଲା ଥିବା ସ୍କୁଲକୁ ବନ୍ଦ କରି ପାଖ ସ୍କୁଲରେ ମିଶ୍ରଣ ଲାଗି ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ହାଇକୋର୍ଟ କାଏମ ରଖିଛନ୍ତି।

Odisha HC

Odisha HC

Advertisment

ରାଜ୍ୟ ସରକାରଙ୍କ ସ୍କୁଲ ମିଶ୍ରଣ ନିଷ୍ପତ୍ତି କାଏମ ରଖିଲେ ହାଇକୋର୍ଟ। ୨୦ରୁ କମ୍ ପିଲା ଥିବା ସ୍କୁଲକୁ ବନ୍ଦ କରି ପାଖ ସ୍କୁଲରେ ମିଶ୍ରଣ ଲାଗି ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ହାଇକୋର୍ଟ କାଏମ ରଖିଛନ୍ତି। ତେବେ ମିଶ୍ରଣକୁ ବିରୋଧ କରୁଥିବା ଆବେଦନକାରୀ ଜିଲ୍ଲା ଅଭିଯୋଗ ସେଲ୍ ରେ ଅଭିଯୋଗ କରିପାରିବେ। ଆବେଦନକାରୀଙ୍କ ଅଭିଯୋଗ ଉପରେ ପ୍ରଶାସନକୁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ହାଇକୋର୍ଟ କହିଛନ୍ତି ।

Advertisment

ସୂଚନା ଅନୁସାରେ, ୨୦ କିମ୍ବା ତା ଠାରୁ କମ୍ ପିଲା ଥିବା ସ୍କୁଲକୁ ବନ୍ଦ କରି ପାଖ ସ୍କୁଲରେ ମିଶ୍ରଣ ପାଇଁ ୨୦୧୮ରେ ଏକ ଗାଇଡଲାଇନ ପ୍ରସ୍ତୁତ କରିବା ପରେ, ୨୦୨୦ରେ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ ରାଜ୍ୟ ସରକାର । ତେବେ ଏହି ନିଷ୍ପତ୍ତିକୁ ବିରୋଧ କରି ହାଇକୋର୍ଟରେ ୧୬୮ଟି ମାମଲା ହୋଇଥିଲା। ମାମଲାକୁ ଏକାଠି ଶୁଣାଣି କରି ହାଇକୋର୍ଟର ଜଣିକିଆ ବିଚାରପତି ସରକାରଙ୍କ ବିଜ୍ଞପ୍ତିକୁ ୨୦୨୧ରେ ରଦ୍ଦ କରି ଦେଇଥିଲେ।

ଏହାକୁ ବିରୋଧ କରି ରାଜ୍ୟ ସରକାର ରିଟ୍ ପିଟିସନ ଦାଖଲ କରିଥିଲେ। ଯାହା ଉପରେ ଗତକାଲି ଶୁଣାଣି କରି, ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂ ଏବଂ ଜଷ୍ଟିସ୍ ଏମ୍.ଏସ୍. ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ, ଜଣିକିଆ ବିଚାରପତିଙ୍କ ଆଦେଶକୁ ଖାରଜ କରିବା ସହିତ ସରକାରଙ୍କ ସ୍କୁଲ ମିଶ୍ରଣ ନିଷ୍ପତ୍ତିକୁ କାଏମ ରଖିଛନ୍ତି।

Advertisment

Odisha High Court
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ