Advertisment

ଫେଲ୍ ମାରୁଛି ସରକାରଙ୍କ ମାଗଣା ଆଇଏଏସ୍ କୋଚିଂ,ସଫଳତା ପାଉନାହାଁନ୍ତି ଓଡ଼ିଆ ପିଲା

କୋଟି କୋଟି ଟଙ୍କା ନେଇ ପାର୍ ହେଉଛନ୍ତି ଘରୋଇ କୋଚିଂ ସଂସ୍ଥା..ସିଭିଲ ସର୍ଭିସ ପରୀକ୍ଷାରେ ସଫଳତା ପାଉନାହାଁନ୍ତି ଓଡିଆ ପିଲା... ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଉଚ୍ଚ ଶିକ୍ଷା ବିଭାଗ ସଚିବ..

ଅଦ୍ୟତନ ହୋଇଛି
Odisha Government Free IAS Coaching Fails

Odisha government’s free IAS coaching fails to produce desired results for aspirants

Advertisment

ଫେଲ୍ ମାରୁଛି ସରକାରଙ୍କ ମାଗଣା ଆଇଏଏସ୍ କୋଚିଂ । ଆଶାନୁରୂପ ସଫଳତା ପାଉନି ଉଚ୍ଚ ଶିକ୍ଷା ବିଭାଗର ମାଗଣା ଆଇଏଏସ୍ କୋଚିଂ। ଏନେଇ ଅସନ୍ତୋଷ ଝାଡିଛନ୍ତି ଖୋଦ୍ ଉଚ୍ଚ ଶିକ୍ଷା ସଚିବ। କିପରି ଆଇଏଏସ୍ କୃତକାର୍ଯ୍ୟଙ୍କ ସଂଖ୍ୟା ବଢିବ ସେନେଇ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଶାୟୀ, ମାଗଣା କୋଚିଂ ବ୍ୟବସ୍ଥାକୁ ଭେଳିକି କହିଥବା ବେଳେ ଉଚ୍ଚ ସ୍ତରର କୋଚିଂର ଆବଶ୍ୟକତା ରହିଥିବା ମତ ରଖିଛନ୍ତି ଶିକ୍ଷାବିତ। ...

Advertisment

ଗତ ୯ ତାରିଖରେ ଉଚ୍ଚ ଶିକ୍ଷା ବିଭାଗର ସିନିୟର ଅଫିସରଙ୍କ ବୈଠକରେ ଏନେଇ ଖୋଲାଖୋଲି ଅସନ୍ତୋଷ ଜାହିର କରିଛନ୍ତି ଉଚ୍ଚ ଶିକ୍ଷା ସଚିବ ଅରବିନ୍ଦ ଅଗ୍ରଓ୍ୱାଲ୍। ସରକାର ଅର୍ଥ ଖର୍ଚ୍ଚ କରୁଥିଲେ ବି କାହିଁକି ସଫଳତା ହାର ବଢୁନି ସେନେଇ ଚିନ୍ତା ବ୍ୟକ୍ତ କରିଛନ୍ତି। ବିଭାଗୀୟ ଅଧିକାରୀ ମାନେ ଏଦିଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ବି ଦିଆଯାଇଛି। ସେପଟେ ସିଭିଲ୍ ସର୍ଭିସ ଲାଗି ପ୍ରସ୍ତୁତି କରୁଥିବା ଆଶାୟୀ କହିଛନ୍ତି, କୋଚିଂ ଉପରେ ଗୁରୁତ଼୍ବ ଦିଆଯାଉନଥିବାରୁ ସଫଳତା ମିଳୁନି।

ରାଜ୍ୟର ୮ଟି ବିଶ୍ୱବିଦ୍ୟାଳୟ ଓ ୫୦ରୁ ଅଧିକ ଡିଗ୍ରୀ କଲେଜରେ ମାଗଣା କୋଚିଂ ସେଣ୍ଟର ଖୋଲିଥିଲା ଉଚ୍ଚ ଶିକ୍ଷା ବିଭାଗ। ୨୦୧୬ ରୁ ୨୦୧୮ ଯାଏ କ୍ୟାମ୍ପସରେ ମାଗଣା ଆଇଏଏସ୍ କୋଚିଂ ବ୍ୟବସ୍ଥା ପ୍ରଚଳନ କରାଯାଇଥିଲା। ଯେଉଁଠି ପିଲାଏ ପାଠ ପଢିବା ସହ ଆଇଏଏସ୍ ପାଇଁ ପ୍ରସ୍ତୁତି କରୁଥିଲେ। ତେବେ ଏହି ବ୍ୟବସ୍ଥା ଫେଲ୍ ମାରିଲା। ଯେଉଁଥିଲାଗି ଦ୍ୱିତୀୟ ପର୍ଯ୍ୟାୟରେ ୨୦୧୯-୨୦ରେ ଘରୋଇ ସଂସ୍ଥା ଧ୍ୟେୟ ଇନଷ୍ଟିଚ୍ୟୁଟ ସହ ଚୁକ୍ତି ସ୍ୱାକ୍ଷରିତ କରି ପିଲାଙ୍କୁ ଭୁବନେଶ୍ୱରରେ କୋଚିଂ ଦେଲେ। ଏଥିରେ ୯୯ ଜଣ ପିଲା ଆଡମିଶନ୍ କରି କୋଚିଂ ନେଇଥିଲେ।

Advertisment

ହେଲେ କେହି ଜଣେ ବି ସଫଳ ହେଲେନି। ଆଉ ଏବେ ଆଉ ଏକ ଘରୋଇ ସଂସ୍ଥା ସହ ଚୁକ୍ତି ସ୍ୱାକ୍ଷରିତ କରି ୨୦୦ ପିଲାଙ୍କ ଲାଗି କୋଚିଂ ବ୍ୟବସ୍ଥା କରିଛି ବିଭାଗ। ବିହାର ଓ ପଶ୍ଚିମବଙ୍ଗ ଭଳି ମାଗଣା କୋଚିଂ ବ୍ୟବସ୍ଥା କାହିଁକି ଆମ ରାଜ୍ୟରେ ଫଳପ୍ରଦ ହେଉନି?

କାହିଁକି ସରକାରୀ ଅର୍ଥ ପାଣିରେ ପଡୁଛି ? ସିଭିଲ୍ ସର୍ଭିସ କୋଚିଂ ଏକ୍ସପର୍ଟଙ୍କ ମତ ହେଲା, ସରକାରଙ୍କ ଉଦ୍ଦେଶ୍ୟ ଭଲ କିନ୍ତୁ ଆହୁରି ଉଚ୍ଚ ସ୍ତରର କୋଚିଂ ଯୋଗାଇଦେଲେ ସଫଳତା ହାର ମିଳିପାରିବ।

Advertisment

ରାଜ୍ୟରେ ଆଇଏଏସ୍ କୃତକାର୍ଯ୍ୟଙ୍କ ସଂଖ୍ୟା ବଢାଇବାକୁ ମାଗଣା କୋଚିଂ ଲାଗି ଗୋଟିଏ ପରେ ଗୋଟିଏ ଘରୋଇ ସଂସ୍ଥା ସହ ଅନୁବନ୍ଧିତ କରି ଅର୍ଥ ଖର୍ଚ୍ଚ କରୁଛି ଉଚ୍ଚ ଶିକ୍ଷା ବିଭାଗ। ତେବେ ସଫଳତା କେବେ ମିଳୁଛି ତାକୁ ଅପେକ୍ଷା।

Coaching
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ