Advertisment

ଦିଲ୍ଲୀରେ କମାଲ କଲେ ପଦ୍ମପୁର ଝିଅ : ୬ ଲକ୍ଷ ପ୍ରକଳ୍ପକୁ ପଛରେ ପକାଇ ପୁରସ୍କାର ଜିତିଲେ

ଏମିତି ଝିଅ ଭଗବାନ୍‌ ସମସ୍ତଙ୍କୁ ଦିଅନ୍ତୁ । ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରିଥିବା ଓଡ଼ିଶା ଝିଅ ଆଜି ଜାତୀୟ ସ୍ତରରେ ବାଜି ମାରି ନେଇଛନ୍ତି ।

ଅଦ୍ୟତନ ହୋଇଛି
Special story

Special story

Advertisment

ରାଜଧାନୀ ଦିଲ୍ଲୀରେ ପଦ୍ମପୁର ଝିଅର କମାଲ୍‌ । ଜାତୀୟ ସ୍ତରରେ ପୁରସ୍କାର ଜିତି ସେ ଗରିବ ବାପାର ଟେକ ରଖିଛନ୍ତି । ସରକାର ବେଟି ବଚାଓ ବେଟି ପଢାଓ ନାରା ସହ ଝିଅ ମାନଙ୍କର ସୁବିଧା ପାଇଁ ବିଭିନ୍ନ ପ୍ରକାର ଯୋଜନା କରୁଥିବା ବେଳେ ଝିଅମାନେ ମଧ୍ୟ କୌଣସି କ୍ଷେତ୍ରରେ ପଛରେ ନାହାନ୍ତି  ବୋଲି ପ୍ରମାଣିତ କରୁଛନ୍ତି । ପଦ୍ମପୁରର କଲ୍ୟାଣୀ ସାହୁ ଏପରି ଜଣେ ମେଧା ବିକ୍ତିତ୍ୱ । ଜାତୀୟ ବିଜ୍ଞାନ ମେଳାରେ ପୁରସ୍କାର ଜିତି ବାପାମା’ ଓ ବିଦ୍ୟାଳୟ ସହ ଅଂଚଳବାସୀଙ୍କୁ ଗୌରବାନ୍ୱିତ କରିଛନ୍ତି । 

Advertisment

ପଦ୍ମପୁର ଉପଖଣ୍ଡ ମୁରହାପାଲି ଗ୍ରାମର ଜୁଗେଶ୍ୱର ସାହୁଙ୍କ ଝିଅ କଲ୍ୟାଣୀ । ବାପା ଚାଷ କାମ କରି ଘର ଚଳାଉ ଥିବାବେଳେ ଝିଅର କିନ୍ତୁ ନୂଆ ଜିନିଷ ଶିିଖିବା ସହ ପାଠ ପଢିବାରେ ବେଶ୍ ଆଗ୍ରହ । ସ୍ଥାନୀୟ ଦେଉଳି ନୋଡାଲ ସ୍କୁଲରେ ସେ ପାଠ ପଢୁଥିବା ସହ ବିଜ୍ଞାନ ଓ ଗଣିତ ପ୍ରତି ତାଙ୍କର ଖୁବ ଆଗ୍ରହ ଯୋଗୁଁ ସାରା ଦେଶରେ ନାଁ କରିଛନ୍ତି କଲ୍ୟାଣୀ । 

ରୋଗୀ ତଥା ବୃଦ୍ଧାଙ୍କ ପାଇଁ ସୁବିଧାରେ ସବୁ କାର୍ଯ୍ୟ ହୋଇପାରିବା ପରି ଏକ ସେନ୍ସର ବେଡ ମଡେଲକୁ ବ୍ଲକ ସ୍ତରରୁ ଜାତୀୟ ସ୍ତର ପର୍ଯ୍ୟନ୍ତ ନେଇ ଦିଲ୍ଲୀ ପ୍ରଗତି ମୈଦାନ ବିଜ୍ଞାନ ଭବନ ଠାରେ ଆୟୋଜିତ ଜାତୀୟ ବିଜ୍ଞାନ ପ୍ରତିଯୋଗିତାରେ ଉପସ୍ଥାପନ କରିଥିଲେ କଲ୍ୟାଣୀ ।  ସାରା ଦେଶରୁ ଆସିଥିବା ମୋଟ ୬.୫୩ ଲକ୍ଷ ପ୍ରକଳ୍ପକୁ ପଛରେ ପକାଇ ପୁରସ୍କାର ଜିତିଛନ୍ତି ପଦ୍ମପୁରର ଝିଅ  । 

Advertisment

ଏକ ଚାଷୀ ପରିବାରରୁ ଯାଇ ଜାତୀୟ ସ୍ତରରେ ପୁରସ୍କୃତ ହୋଇଥିବା କଲ୍ୟାଣୀ ଏବେ ସାରା ଅଂଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ । ସେ ତାଙ୍କର ଏହି ପୁରସ୍କାରର ଶ୍ରେୟ ତାଙ୍କ ମା ବାପାଙ୍କ ଆଶୀର୍ବାଦ ସହ ପ୍ରକଳ୍ପକୁ ତିଆରି କରିଥିବା ନିଜର ମାର୍ଗଦର୍ଶକ ସାଜିଥିବା ଶିକ୍ଷକ ସ୍ୱର୍ଗତଃ ଧନଞ୍ଜୟ ସାହୁଙ୍କୁ ଦେଇଛନ୍ତି । ଅନ୍ୟ ପଟେ ନିଜ ଅଂଚଳର ଝିଅର କୃତିତ୍ୱକୁ ନେଇ ଗ୍ରାମବାସୀ, ସହପାଠୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟ ବେଶ୍ ଖୁସି ଅଛନ୍ତି । 

ଦିଲ୍ଲୀରୁ ପୁରସ୍କୃତ ହେବା ପରେ ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଠାରୁ ସମ୍ମାନିତ ହୋଇ ଫେରିଥିବା କଲ୍ୟାଣୀଙ୍କୁ ନିଜ ଗ୍ରାମ ଏବଂ ବିଦ୍ୟାଳୟ ତରଫରୁ ମିଳିଛି ଅଶେଷ ଅଭିନନ୍ଦନ ଓ ସମ୍ବର୍ଦ୍ଧନା । 

Advertisment

ଏହା ସହ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମଧ୍ୟ ନିଜ ପ୍ରତିକ୍ରିୟାରେ କହିଛନ୍ତି, କଲ୍ୟାଣୀ ତାଙ୍କ ବିଦ୍ୟାଳୟ ପାଇଁ ଏକ ସ୍ୱର୍ଣିମ ଇତିହାସ ରଚିବା ସହ ସମସ୍ତଙ୍କ ପାଇଁ ଏକ ପ୍ରେରଣା ପାଲଟିଛି  । ନିଜର ଉତ୍ସାହ ଓ ମନୋବଳ ଥିଲେ ପଲ୍ଲୀରୁ ଦିଲ୍ଲୀ ଯିିବା କାଠିକର ନୁହଁ, ଏହା ପ୍ରମାଣିତ କରିଛନ୍ତି ପଦ୍ମପୁର ମାଟିର ଝିଅ କଲ୍ୟାଣୀ ସାହୁ ।

(ରିପୋର୍ଟ- ସୋମେଶ ଚନ୍ଦ୍ର ମହାନ୍ତି, ପଦ୍ମପୁର)

Science Project National Level Award
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ