Odisha Abhibhabak Mahasangha
ରାଜ୍ୟରେ ଘରୋଇ ବିଦ୍ୟାଳୟ ଗୁଡ଼ିକ ମାନୁନାହାନ୍ତି ସରକାରୀ ନିୟମ । ଘରୋଇ ସ୍କୁଲରେ ଏନସିଇଆରଟି ବହି ବ୍ୟବହାର କରି ପାଠ ପଢାଇବା ପରିବର୍ତ୍ତେ ନିୟମ ଭଙ୍ଗ କରି ବେଆଇନ ଭାବେ ଭୁଲ ବହି ବିକ୍ରି କରୁଛନ୍ତି । ପ୍ରାଇଭେଟ ସ୍କୁଲ୍ ଆଉ ନିଜ ପବ୍ଳିକେସନ୍ ବହି ପଢାଉଥିବା ଅଭିଯୋଗ କରିଛି ଅଭିଭାବକ ମହାସଂଘ । ଏନେଇ ବାରମ୍ବାର ଅଭିଯୋଗ ପରେ ବି ବ୍ଲକ ଶିକ୍ଷାଧିକାରୀ ଶୁଣୁନଥିବା ଅଭିଯୋଗ ହୋଇଛି ।
ତେବେ ଏହି ଦାବି ନେଇ ବ୍ଳକ ଶିକ୍ଷାଧିକାରୀ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛି ଓଡ଼ିଶା ଅଭିଭାବକ ମହାସଂଘ । ଅଯଥା ମୋଟା ଅଙ୍କର ପଇସାରେ ବହିକିଣିବା ପାଇଁ ବାଧ୍ୟ କରିବା ସହ ପିଲାଙ୍କୁ ବସ୍ତାନୀ ବୋଝ ବୁହାଉଥିବା ଅଭିଯୋଗ କରିଛି ଅଭିଭାବକ ମହାସଂଘ । ସରକାରଙ୍କ ସବୁ ନିର୍ଦ୍ଦେଶକୁ ବେଖାତିର କରି ଘରୋଇ ସ୍କୁଲ ସହ ସଲାସୁତୁରା ଓ ଭିତିରି ବୁଝାମଣାରେ ଭୁବନେଶ୍ୱର ବିଇଓ ଜାଣିଶୁଣି କାଯର୍ୟାନୁଷ୍ଠାନ କରୁନଥିବା ଅଭିଯୋଗ ହୋଇଛି ।
ଅଭିଯୋଗର ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ନେହେଲେ ଅନଶନରୁ ହଟିବେନି ବୋଲି ଚେତାବନୀ ଦେଇଛି ଅଭିଭାବକ ମହାସଂଘ । ତେବେ ଏନେଇ ଖୋର୍ଦ୍ଧା ବ୍ଳକ୍ ଶିକ୍ଷା ଅଧିକାରିଣୀ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି । ତେବେ ରାଜ୍ୟରେ ଦିନକୁ ଦିନ ତାପମାତ୍ରା ବଢ଼ୁଥିବା ବେଳେ ସରକାର ରାଜ୍ୟର ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନରେ ଖରା ଛୁଟି କମାଇଛନ୍ତି । ଆସନ୍ତା ଜୁନ ୧ରୁ ୧୬ ତାରିଖ ପର୍ଯ୍ୟନ୍ତ ଖରାଛୁଟି ହେବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଏନେଇ ବିଶ୍ୱବିଦ୍ୟାଳୟ କୁଳପତି ଓ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1650455215.jpg)