Advertisment

Big Update: ଅଷ୍ଟମ ଶ୍ରେଣୀ ବହିରୁ ପାଇକ ବିଦ୍ରୋହ ବାଦ୍‌, ସ୍ପଷ୍ଟୀକରଣ ଦେଲା NCERT

ଅଷ୍ଟମ ଶ୍ରେଣୀ ବହିରୁ ଖୋର୍ଦ୍ଧା ପାଇକ ବିଦ୍ରୋହ ବାଦ୍ ପଡିବା ପ୍ରସଙ୍ଗରେ ଖବର ପ୍ରକାଶ ପରେ ଏନସିଇଆରଟି ପକ୍ଷରୁ ସ୍ପଷ୍ଟୀକରଣ । ଅଷ୍ଟମ ଶ୍ରେଣୀ ସୋସିଆଲ ଷ୍ଟଡ଼ିଇଜର ନୂଆ ବହି ହେଉଛି ପ୍ରଥମ ଭାଗ, ବହିର ଦ୍ବିତୀୟ ଭାଗ ପାଇଁ ଏବେ କାମ ଶେଷ ପର୍ଯ୍ୟାୟରେ ରହିଥିବା ବେଳେ ଏହି ଭାଗରେ ପାଇକ ବିଦ୍ରୋହ ପ୍ରସଙ୍ଗ ସ୍ଥାନ ପାଇଛି ବୋଲି କୁହାଯାଇଛି।

ଅଦ୍ୟତନ ହୋଇଛି
NCERT Clarification

NCERT Clarification

Advertisment

ଭୁବନେଶ୍ବର: NCERT ଅଷ୍ଟମ ଶ୍ରେଣୀ ସୋସିଆଲ୍ ଷ୍ଟଡିଜର ନୂଆ ବହିରୁ ଖୋର୍ଦ୍ଧା ପାଇକ ବିଦ୍ରୋହ ବାଦ ପଡିବାକୁ ନେଇ ସ୍ପଷ୍ଟୀକରଣ ଦେଲା ଏନସିଇଆରଟି । ଏ ନେଇ ଏନସିଇଆରଟି ପକ୍ଷରୁ କୁହାଯାଇଛି, ସମ୍ପୃକ୍ତ ପୁସ୍ତକ ପ୍ରଥମ ଭାଗର ଅନ୍ତର୍ଭୁକ୍ତ । ବହିର ଦ୍ବିତୀୟ ଭାଗର କାମ ଶେଷ ପର୍ଯ୍ୟାୟରେ ଅଛି । ଏହାକୁ ଆସନ୍ତା ସେପଟେମ୍ବର-ଅକଟୋବର ମାସରେ ଉନ୍ମୋଚନ କରାଯିବ । ଏଥିରେ ଓଡ଼ିଶାର ପାଇକ ବିଦ୍ରୋହ ଏବଂ ପଞ୍ଜାବର ଶିଖ୍ ବିଦ୍ରୋହ ଭଳି ଆଞ୍ଚଳିକ ସ୍ତରର ଆନ୍ଦୋଳନକୁ ସ୍ଥାନିତ କରାଯାଇଛି । ପୂର୍ବରୁ ଅଷ୍ଟମ ଶ୍ରେଣୀ ସୋସିଆଲ ଷ୍ଟଡ଼ିଇଜର ନୂତନ ବହିରେ ପାଇକ ବିଦ୍ରୋହକୁ ବାଦ ଦିଆଯାଇଥିବାକୁ ନେଇ ବିଭିନ୍ନ ମହଲରେ ଅସନ୍ତୁୋଷ ଦେଖିବାକୁ ମିଳିଥିଲା।

Advertisment

2017 ମସିହାରେ କେନ୍ଦ୍ର ସରକାର 200 ବର୍ଷ ପାଇକ ବିଦ୍ରୋହ ପାଳନ ଅବସରରେ ଏହାକୁ ପାଠ୍ୟକ୍ରମରେ ସାମିଲ କରିଥିବା ବେଳେ 8 ବର୍ଷ ପରେ ଏହାକୁ ସିଲାବସରୁ ବାହାର କରିଛନ୍ତି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଓଡ଼ିଆ ଅସ୍ମିତା ପରିଷଦ ଆବାହକ । ...

NCERT Khorda Paika Bidroha
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ