ଇଞ୍ଜିନିୟରିଂ ପାଇଁ ଗଣିତ ଦରକାର ନାହିଁ !

ଆର୍କିଟେକଚର, ବାୟୋଟେକ୍ନୋଲୋଜି ଓ ଫ୍ୟାସନ ଟେକ୍ନୋଲୋଜିରେ ଇଂଜିନିଅରିଂ କରିବା ଲାଗି ପୂର୍ବ ଶ୍ରେଣୀରେ ଗଣିତ ପଢ଼ିଥିବା ବାଧ୍ୟତାମୂଳକ ନୁହଁ ବୋଲି ଏଆଇସିଟିଇର ୨୦୨୨-୨୩ ଗାଇଡଲାଇନରେ ଘୋଷଣା କରାଯାଇଛି ।

Engineering

ଇଂଜିନିଅରିଂ ପାଠ୍ୟକ୍ରମରେ ନାଁ ଲେଖାଇବା ଲାଗି ପୂର୍ବରୁ ଗଣିତ ରଖିଥିବା ବାଧ୍ୟତାମୂଳକ ନୁହଁ । ଏକ ତୃତୀୟାଂଶ ଇଂଜିନିଅରିଂ ପାଠ୍ୟକ୍ରମରେ ନାଁ ଲେଖାଇବା ପାଇଁ ଗଣିତ ପଢ଼ିଥିବା ବାଧ୍ୟତାମୂଳକ ନୁହଁ ବୋଲି ଏଆଇସିଟିଇ ପକ୍ଷରୁ ଘୋଷଣା କରାଯାଇଛି । ବିଶେଷ କରି ଆର୍କିଟେକଚର, ବାୟୋଟେକ୍ନୋଲୋଜି ଓ ଫ୍ୟାସନ ଟେକ୍ନୋଲୋଜିରେ ଇଂଜିନିଅରିଂ କରିବା ଲାଗି ପୂର୍ବ ଶ୍ରେଣୀରେ ଗଣିତ ପଢ଼ିଥିବା ବାଧ୍ୟତାମୂଳକ ନୁହଁ ବୋଲି ଏଆଇସିଟିଇର ୨୦୨୨-୨୩ ଗାଇଡଲାଇନରେ ଘୋଷଣା କରାଯାଇଛି ।

ସେହିପରି କମ୍ପ୍ୟୁଟର ସାଇନ୍ସ, ଇଲେକ୍ଟ୍ରିକାଲ ଇଂଜିନିଅରି ଓ ଇଲେକ୍ଟ୍ରୋନିକ୍ସ ଇଂଜିନିଅରିଂ ପାଇଁ ଦ୍ୱାଦଶ ଶ୍ରେଣୀରେ କେମିଷ୍ଟ୍ରି ବା ରସାମୟାନ ବିଜ୍ଞାନକୁ ଇଛାଧିନ ବିଷୟ ଏହି ନୂଆ ଗାଇଡଲାଇନ୍‌ରେ କରାଯାଇଛି । ନୂଆ ନିୟମାବଳୀରେ ୨୯ଟି ଡିପ୍ଲୋମା ଓ ସ୍ନାତକ ପାଠ୍ୟକ୍ରମ ମଧ୍ୟରୁ ୧୦ଟିରେ ଗଣିତକୁ ଇଛାଧିନ ବିଷୟ କରାଯାଇଛି ।

ସେହିପରି କମ୍ପ୍ୟୁଟର ସାଇନ୍ସ, ଇଲେକ୍ଟ୍ରୋନିକ୍ସ, ଇନଫରମେସନ ଟେକ୍ନୋଲୋଜି, ବାୟୋଲୋଜି, ବାଯୋଟେକ୍ନୋଲୋଜି, ଧନ୍ଦାମୂଳକ ଶିକ୍ଷା, କୃଷି ବିଜ୍ଞାନ, ଇଂଜିନିଅରିଂ ଗ୍ରାଫିକ୍ସ, ଇନଫରମେସନ ପ୍ରାସ, ବିଜିନେସ୍ ଷ୍ଟଡିଜ୍ ଓ ଏଣ୍ଟରପ୍ରିନରସିପ୍ ପାଠ ପଢ଼ିଥିଲେ, ଏବେ ଇଂଜିନିଅରିଂ କରିପାରିବେ ବୋଲି ଏଆଇସିଟିଇର ନୂଆ ଗାଇଡଲାଇନ୍‌ରେ ଘୋଷଣା କରାଯାଇଛି ।