Advertisment

ପରୀକ୍ଷାରେ ଝିଅ ରଖିଲା ଶତ ପ୍ରତିଶତ ନମ୍ବର, ଖୁସି ହେବା ପରିବର୍ତ୍ତେ ଚିନ୍ତାରେ ମା’

ଝିଅ ରଖିଛି ଶତ ପ୍ରତିଶତ ନମ୍ବର, ହେଲେ ଝିଅର ଏପରି ସଫଳତାରେ କାହିଁକି ଖୁସି ନୁହେଁ ମା’

ଅଦ୍ୟତନ ହୋଇଛି
Special story

Special story

Advertisment

ପରୀକ୍ଷାରେ ମେଧାବୀ ଝିଅ ରଖିଛି ଶତ ପ୍ରତିଶତ ନମ୍ବର । ହେଲେ ଖୁସି ହେବା ପରିବର୍ତ୍ତେ ଚିନ୍ତାରେ ମା’ । ହରିୟାଣାର ଅଞ୍ଜଲି ଯାଦବ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍ଇ) ଦଶମ ପରୀକ୍ଷାରେ ୧୦୦ ପ୍ରତିଶତ ନମ୍ବର ରଖିଛନ୍ତି । କୌଣସି ବିଷୟରେ ତାଙ୍କର ଗୋଟିଏ ବି ନମ୍ବର କଟିନାହିଁ । ହେଲେ ଦେଶରେ ଶୀର୍ଷ ସ୍ଥାନ ହାସଲ କରିଥିବା ଅଞ୍ଜଳିଙ୍କ ମା ଏବେ ଅସହାୟ ଅନୁଭବ କରୁଛନ୍ତି । ଝିଅ ଭଲ ପାଠ ପଢ଼ୁଥିବା ବେଳେ ତା’ର ଆଗାମୀ ପାଠପଢ଼ାକୁ ନେଇ ସେ ଚିନ୍ତାରେ ଅଛନ୍ତି । ଅଞ୍ଜଳିଙ୍କ ପରିବାର ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି । ଏଭଳି ସ୍ଥିତିରେ ଝିଅର ଉଚ୍ଚଶିକ୍ଷା ପାଇଁ ଅଧିକରୁ ଅଧିକ ଟଙ୍କା ଆବଶ୍ୟକ ।

Advertisment

ଅଞ୍ଜଳିଙ୍କ ଘରେ ଏକମାତ୍ର ରୋଜଗାରିଆ ମଣିଷ ହେଲେ ତାଙ୍କ ମା’ । ତାଙ୍କ ବାପା ପାରାମିଲିଟାରୀ ଫୋର୍ସରେ ନିୟୋଜିତ ଥିଲେ । ହେଲେ ୨୦୧୦ରେ ସେ ଏକ ଗୁରୁତର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ । ଫଳରେ ୨୦୧୭ ମସିହାରେ ତାଙ୍କୁ ସେବା ଆଧାରରେ ଚାକିରିରୁ ଛୁଟି ଦିଆଯାଇଥିଲା । ତେବେ ଜେନେରାଲ ପ୍ରୋଭିଡେଣ୍ଟ ପାଣ୍ଠିରୁ ତାଙ୍କୁ ପ୍ରାୟ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିଲେ ମଧ୍ୟ ପିଲାଙ୍କ ଭବିଷ୍ୟତ ଗଢ଼ିବା ପାଇଁ ଏତିକି ଯଥେଷ୍ଟ ନୁହେଁ । ଦୁର୍ଘଟଣା ପରେ ଅଞ୍ଜଳିଙ୍କ ବାପା କାମ କରି ରୋଜଗାର କରିବା ପାଇଁ ଅକ୍ଷମ । ଏଥିପାଇଁ ଘରର ବୋଝ ତାଙ୍କ ମା’ଙ୍କ ଉପରେ ।

ଅଞ୍ଜଳି ପାଠପଢ଼ି ଜଣେ ଡାକ୍ତର ହେବାକୁ ଚାହାନ୍ତି । ସେ ଦେଶର ପ୍ରିମିୟର୍ ମେଡିକାଲ୍ ଇନଷ୍ଟିଚ୍ୟୁଟ୍ ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ (AIIMS) ରେ ପଢ଼ିବାକୁ ଚାହୁଁଛନ୍ତି । ହେଲେ ତାଙ୍କ ପାଠପଢ଼ାରେ ଅର୍ଥ ସାଜିଛି ବାଧକ ।

Advertisment

ଅଞ୍ଜଳି ଡୋଙ୍ଗ୍ରା, ମହେନ୍ଦ୍ରଗଡର ଇଣ୍ଡସ୍ ଭ୍ୟାଲି ପବ୍ଲିକ୍ ସ୍କୁଲରେ ଦଶମ ଯାଏ ପାଠ ପଢ଼ିଛନ୍ତି । ପୂରା ପରିବାର ସିଲାରପୁରରେ ରୁହନ୍ତି । ଉର୍ମିଲାଙ୍କ ଅନୁସାରେ ଝିଅ ପାଠ ପଢ଼ା ପାଇଁ ବେଶ୍‌ ସଚେତନ । ଭାରି ପରିଶ୍ରମୀ । ହେଲେ ଏବେ ତାକୁ କିପରି ପାଠ ପଢ଼ାଇବି ।

ତେବେ ରବିବାର ଦିନ ଅଞ୍ଜଳି ଯାଦବଙ୍କୁ ଅଭିନନ୍ଦନ ଜଣାଇବାକୁ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଫୋନ୍‌ କରିଥିଲେ । ଆଉ ତାଙ୍କୁ ଅଞ୍ଜଳି ନିଜର ଆର୍ଥିକ ଅସୁବିଧା ସମ୍ପର୍କରେ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ଏସମ୍ପର୍କରେ ଜାଣିବା ପରେ ତାଙ୍କୁ ମାସିକ ୨୦,୦୦୦ ଟଙ୍କା ଛାତ୍ରବୃତ୍ତି ପ୍ରଦାନ କରିବାକୁ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।

Advertisment
Special Story
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ