Advertisment

ଆଶ୍ଚର୍ଯ୍ୟ ! ପରୀକ୍ଷା ଖାତାରେ ‘ଜୟ ଶ୍ରୀରାମ’ ଲେଖିଦେଲେ...ମିଳିଗଲା ୫୦% ମାର୍କ

VBSP ବିଶ୍ୱବିଦ୍ୟାଳୟର ଚାରିଜଣ ଡି ଫାର୍ମା (ଡିପ୍ଲୋମା ଇନ୍ ଫାର୍ମାସି) ଛାତ୍ରଙ୍କୁ ୫୦% ମାର୍କ ଦିଆଯାଇଛି। ସବୁଠାରୁ ଚକିତ କଲା ଭଳି କଥା ହେଲା ଏହି ଛାତ୍ରମାନେ ପରୀକ୍ଷାରେ ‘ଜୟ ଶ୍ରୀରାମ’ ଏବଂ କିଛି ଷ୍ଟାର୍ କ୍ରିକେଟରଙ୍କ ନାମ ଛଡା ଆଉ କିଛି ଲେଖି ନଥିଲେ।

ଅଦ୍ୟତନ ହୋଇଛି
Four students wrote jai shri ram in their notebook and passed with 50 percent

Four students wrote jai shri ram in their notebook and passed with 50 percent

Advertisment

ଉତ୍ତର ପ୍ରଦେଶର ଜଉନପୁରରେ ଥିବା ରାଜକୀୟ ବୀର ବାହାଦୂର ସିଂହ ପୂର୍ବାଞ୍ଚଳ (VBSP) ବିଶ୍ୱବିଦ୍ୟାଳୟର ଚାରିଜଣ ଡି ଫାର୍ମା (ଡିପ୍ଲୋମା ଇନ୍ ଫାର୍ମାସି) ଛାତ୍ରଙ୍କୁ ୫୦% ମାର୍କ ଦିଆଯାଇଛି। ସବୁଠାରୁ ଚକିତ କଲା ଭଳି କଥା ହେଲା ଏହି ଛାତ୍ରମାନେ ପରୀକ୍ଷାରେ ‘ଜୟ ଶ୍ରୀରାମ’ ଏବଂ କିଛି ଷ୍ଟାର୍ କ୍ରିକେଟରଙ୍କ ନାମ ଛଡା ଆଉ କିଛି ଲେଖି ନଥିଲେ।

Advertisment

RTI ମାଧ୍ୟମରେ ହୋଇଥିବା ଏହି ବିଚିତ୍ର ଖୁଲାସା ପରେ ଏକ ଅନୁସନ୍ଧାନ ଏବଂ ପୁନଃ ପରୀକ୍ଷା ପରେ ସେହି ଚାରିଜଣ ଶୂନ ମାର୍କ ପାଇଲେ। ୫୦ ପ୍ରତିଶତ ମାର୍କ ଦେଇଥିବା ଦୁଇ ଶିକ୍ଷକଙ୍କୁ ବରଖାସ୍ତ କରିବାକୁ ଅନୁସନ୍ଧାନ ପ୍ୟାନେଲ ସୁପାରିଶ୍‌ କରିଛି।

କୁଳପତି ଭାବରେ କ୍ଷମତାରେ ଥିବା ରାଜ୍ୟପାଳ ଆନନ୍ଦିବେନ୍ ପଟେଲ ଏହି କାର୍ଯ୍ୟକୁ ଅନୁମୋଦନ କରିବା ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ବିଶ୍ୱବିଦ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ଏହି ଚାରିଟି ମାମଲା ଉପରେ ପ୍ରଶ୍ନ ଉଠାଇ ବିଶ୍ୱବିଦ୍ୟାଳୟର ପୂର୍ବତନ ଛାତ୍ର ଦିବ୍ୟାଂଶୁ ସିଂହ ଆରଟିଆଇ ପିଟିସନ ଦାଖଲ କରିଥିଲେ ଏବଂ ରାଜ୍ୟପାଳଙ୍କ ନିକଟରେ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ ହୋଇଥିଲା। ତେବେ ଦିଦ୍ୟାଂଶୁ ଏପରି କାହିଁକି କରିଥିଲେ ତାହା ସ୍ପଷ୍ଟ ହୋଇନାହିଁ, କିନ୍ତୁ ଉତ୍ତର ପ୍ରଦେଶରେ ବିଶ୍ୱବିଦ୍ୟାଳୟ ଛାତ୍ରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଅସ୍ୱାଭାବିକ ନୁହେଁ।

Advertisment

ଦୁଇ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ସୁପାରିଶକୁ ନିଶ୍ଚିତ କରି ବିଶ୍ୱବିଦ୍ୟାଳୟର ଉପ-କୁଳପତି ବନ୍ଦନା ସିଂହ କହିଛନ୍ତି ଯେ ଏହି ପ୍ରସ୍ତାବ ପ୍ରଥମେ ବିଶ୍ୱବିଦ୍ୟାଳୟର କାର୍ଯ୍ୟନିର୍ବାହୀ କମିଟି ଅନୁମୋଦନ ପାଇଁ ରଖାଯିବ।

ତେବେ ଦିବ୍ୟାଂଶୁ ୦୩ ଅଗଷ୍ଟ ୨୦୨୩ରେ ଡି ଫାର୍ମା ପ୍ରଥମ ବର୍ଷର ୧୮ ଜଣ ଛାତ୍ରଙ୍କ ରୋଲ୍ ନମ୍ବର ପ୍ରଦାନ କରିଥିଲେ ଏବଂ ସେଗୁଡିକର କପି ବାହାରକରି ଏହାକୁ ପୁନଃମୂଲ୍ୟାଙ୍କନ ପାଇଁ ଦାବି କରିଥିଲେ।

Advertisment

ସୂଚନା ମୁତାବକ ବାର୍ କୋଡ୍ ନମ୍ବର 4149113 ର କପିରେ ଛାତ୍ର ଲେଖିଥିଲେ – ‘ଜୟ ଶ୍ରୀରାମ’। ଏହା ସହିତ ଏଥିରେ ବିରାଟ କୋହଲି, ରୋହିତ ଶର୍ମା, ହାର୍ଦ୍ଦିକ ପାଣ୍ଡ୍ୟା ଇତ୍ୟାଦି ଖେଳାଳିଙ୍କ ନାମ ମଧ୍ୟ ଲେଖାଯାଇଥିଲା। ଏହି ଛାତ୍ର ୭୫ ରୁ ୪୨ ମାର୍କ ସହିତ ପାଶ୍‌ ହୋଇଥିଲେ। ସେହିଭଳି ବାର୍ କୋଡ୍ 4149154, 4149158, 4149217 ର କପିରେ ମଧ୍ୟ ଏମିତି ଲେଖା ମିଳିଥିଲା।​ ଏହି ଛାତ୍ରମାନେ ମଧ୍ୟ ପାଶ୍ ହୋଇଥିଲେ।

ରାଜ ଭବନଙ୍କୁ ପଠାଯାଇଥିବା ଚିଠିରେ ଛାତ୍ର ଅଭିଯୋଗ କରିଥିଲେ ଯେ ଜଣେ ପ୍ରଫେସର ଟଙ୍କା ନେଇ ଏମାନଙ୍କୁ ପାଶ୍‌ କରିଛନ୍ତି। ଏହାର ଭିଡିଓ ମଧ୍ୟ ଭାଇରାଲ ହୋଇଛି। ପୂର୍ବତନ ଛାତ୍ର ରାଜ୍ୟପାଳଙ୍କୁ ଆଫିଡେଭିଟ୍ ସହିତ ସମସ୍ତ ଅଭିଯୋଗ ପଠାଇଥିଲେ। ଏହାକୁ ବିଚାରକୁ ନେଇ ରାଜ୍ୟପାଳ ୨୧ ଡିସେମ୍ବର ୨୦୨୩ରେ ଯାଞ୍ଚ ଏବଂ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଥିଲେ।

Ajab Gajab
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ