Advertisment

ଆଜିଠୁ ଯୁକ୍ତ ଦୁଇ ସ୍ୱତନ୍ତ୍ର ପରୀକ୍ଷା

ଯୁକ୍ତ ଦୁଇ ଅସନ୍ତୁଷ୍ଟଙ୍କ ଲାଗି ଆଜିଠୁ ଆରମ୍ଭ ହେଉଛି ସ୍ପେଶାଲ ଏକଜାମ। ଏମ୍ଆଇଏଲ୍ ଏବଂ ଓଡିଆ ସହ ଇଲେକ୍ଟିଭ ପେପରରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ଏଥିପାଇଁ କୋଭିଡ୍ ପ୍ରୋଟୋକଲ୍ ଅନୁପାଳନ ଉପରେ ଗୁରୁତ୍ୱ ଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ

undefined

Odisha Plus 2 Offline Exam

Advertisment

ଭୁବନେଶ୍ୱର: ଯୁକ୍ତ ଦୁଇ ଅସନ୍ତୁଷ୍ଟଙ୍କ ଲାଗି ଆଜିଠୁ ଆରମ୍ଭ ହେଉଛି ସ୍ପେଶାଲ ଏକଜାମ। ଏମ୍ଆଇଏଲ୍ ଏବଂ ଓଡିଆ ସହ ଇଲେକ୍ଟିଭ ପେପରରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ଏଥିପାଇଁ କୋଭିଡ୍ ପ୍ରୋଟୋକଲ୍ ଅନୁପାଳନ ଉପରେ ଗୁରୁତ୍ୱ ଦେଇଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। ଅନ୍ୟପଟେ ରେଜଲ୍ଟ ପ୍ରକାଶ ପାଇବା ପରେ ଏହି ପିଲାଙ୍କ ପାଇଁ ଅୋବର ଶେଷରେ ପୁଣିଥରେ ଆରମ୍ଭ ହେବ ନାମଲେଖା ପ୍ରକ୍ରିୟା।

Advertisment

ଯୁକ୍ତ ଦୁଇ ସ୍ୱତନ୍ତ୍ର ପରୀକ୍ଷା ଲାଗି ଶେଷ ହୋଇଛି ସମସ୍ତ ପ୍ରସ୍ତୁତି। କୋଭିଡ୍ କଟକଣା ଭିତରେ ପରୀକ୍ଷା ଲାଗି ପରୀକ୍ଷା ହଲକୁ କରାଯାଇଛି ବିଶୋଧନ। ସିଟିଂ ଆରେଞ୍ଜମେଣ୍ଟ ବି ହୋଇଛି। ଆଜିଠାରୁ ୧୧ ତାରିଖ ଯାଏ ଅନୁଷ୍ଠିତ ହେବ ଯୁକ୍ତ ଦୁଇ ସ୍ୱତନ୍ତ୍ର ପରୀକ୍ଷା। ରବିବାର ବି ପରୀକ୍ଷା ହେବ। ସକାଳ ୧୦ରୁ ଦିନ ଗୋଟାଏ ଯାଏ କେବଳ ଗୋଟିଏ ସିଟିଂରେ ହେବ। ପରୀକ୍ଷା କରୋନା ପାଇଁ ବିନା ପରୀକ୍ଷାରେ ବିକଳ୍ପ ମୂଲ୍ୟାୟନରେ ଛାତ୍ରଛାତ୍ରୀଙ୍କୁ ମାର୍କ ମିଳିଛି। ତେବେ ଯେଉଁମାନେ ଏଥିରେ ଅସନ୍ତୁଷ୍ଟ ସେମାନଙ୍କ ଲାଗି ପରୀକ୍ଷା କରୁଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। କଳା, ବିଜ୍ଞାନ, ବାଣିଜ୍ୟ, ଧନ୍ଦାମୂଳକ ଶିକ୍ଷା ଓ ପତ୍ର ବିନିମୟ କୋର୍ସରେ ମୋଟ ୧୩ ହଜାର ୪୩ ଜଣ ପିଲା ପରୀକ୍ଷା ଦେବେ। ସାରା ରାଜ୍ୟରେ ସିଏଚ୍ଏସ୍ଇ ଥିବା ୨୦୩ଟି ପରୀକ୍ଷା ହବ୍ ମଧ୍ୟରୁ ୧୮୫ଟି ହବକୁ ପରୀକ୍ଷା କେନ୍ଦ୍ର କରାଯାଇଛି। ଗଞ୍ଜାମରେ ସର୍ବାଧିକ ୧୪ଟି ପରୀକ୍ଷା କେନ୍ଦ୍ର ହୋଇଛି।

Advertisment

ସେପଟେ ଗତବର୍ଷ ସ୍ୱାସ୍ଥ୍ୟଗତ କାରଣରୁ ଯେଉଁମାନେ ପରୀକ୍ଷା ଦେଇନଥିଲେ ସେମାନଙ୍କୁ ରେଗୁଲାର ପିଲାଙ୍କ ଭଳି ଦଶମ ଆଧାରରେ ମାର୍କ ଦିଆଯାଇନି। ଫଳରେ ପରୀକ୍ଷା ଦେବାକୁ ସେମାନେ ବାଧ୍ୟ। ପୂର୍ବରୁ ଏନେଇ ସିଏଚ୍ଏସ୍ଇ ସ୍ପଷ୍ଟ ନକରି ଶେଷ ମୁହୂର୍ତ୍ତରେ ଏଭଳି ନିଷ୍ପତ୍ତି ନେଇଥିବାରୁ ଛାତ୍ରଛାତ୍ରୀମାନେ ମାନସିକ ଚାପରେ ଥିବା କହିଛନ୍ତି। ଅପରପକ୍ଷେ ଯେଉଁମାନେ ବିକଳ୍ପ ମୂଲ୍ୟାୟନରେ ସନ୍ତୁଷ୍ଟ ନାହାଁନ୍ତି ସେମାନଙ୍କୁ ଦ୍ୱିତୀୟ ସୁଯୋଗ ମିଳିଥିବାରୁ ପ୍ରସ୍ତୁତି ଜୋରଦାର କରିଛନ୍ତି।

ଛାତ୍ରଛାତ୍ରୀ ମାନେ ପରୀକ୍ଷା ହଲକୁ ଯିବା ସମୟରେ ଥର୍ମାଲ ସ୍କ୍ରିନିଂ କରାଯିବ। ସେହିପରି ପରୀକ୍ଷାର୍ଥୀ ଓ କର୍ମଚାରୀ ସମସ୍ତେ ମାସ୍କ ପିନ୍ଧିବା ଗାଇଡ ଲାଇନ୍‌ରେ ଉଲ୍ଲେଖ ରହିଛି। ପରୀକ୍ଷା ଶେଷ ହେବାର ୧୫ ଦିନ ଭିତରେ ରେଜଲ୍ଟ ପ୍ରକାଶ ଲାଗି ସିଏଚ୍ଏସ୍ଇ ଲକ୍ଷ୍ୟ ରଖିଛି।

Advertisment
Odisha Odisha CHSE Plus Two Board Exam 2021
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ