CISCE ISC 12th Result 2022 Declared
ପ୍ରକାଶ ପାଇଲା CISCEର ଦ୍ୱାଦଶ ବୋର୍ଡ ପରୀକ୍ଷା ଫଳ । ପରୀକ୍ଷାରେ ମୋଟ୍ ପାସ୍ ହାର ୯୯.୩୮ ପ୍ରତିଶତ ରହିଛି । ଫଳାଫଳରେ ପୁଅଙ୍କ ଠାରୁ ଝିଅଙ୍କ ପାସ୍ ହାର ଅଧିକ ରହିଥିବା ସୂଚନା....
ଜାଣନ୍ତୁ, କେମିତି ଚେକ୍ କରିବେ ରେଜଲ୍ଟ...
- ଅଫିସିଆଲ୍ ୱେବ୍ସାଇଟ୍ results.cisce.org କିମ୍ୱା cisce.orgକୁ ଯାଆନ୍ତୁ
- ଏହାପରେ ' CISCE results 2022' ଲିଙ୍କ୍ରେ କ୍ଲିକ୍ କରନ୍ତୁ
- ସେଠାରେ ନିଜ ଆଇଡ଼ି ରୋଲ୍ ନଂ ତଥା ଅତ୍ୟାବଶକୀୟ ତଥ୍ୟ ଦାଖଲ କରନ୍ତୁ
- ସ୍କ୍ରିନ୍ ଉପରେ ମାର୍କଶିଟ୍ ଦେଖାଇବା ପରେ ଛାତ୍ରଛାତ୍ରୀ ଏହାକୁ ଡାଉନ୍ଲୋଡ୍ କରିପାରିବେ
CISCE ରେଜଲ୍ଟ:ବାଜି ମାରିଲେ ଝିଅ :-
ଚଳିତ ବର୍ଷର ମୋଟ୍ ପାସ୍ ହାର ୯୯.୩୮ ପ୍ରତିଶତ ରହିଥିବାବେଳେ ସେଥିମଧ୍ୟରୁ କେବଳ ଝିଅମାନେ ହିଁ ୯୯.୫୨ ପ୍ରତିଶତ ରହିଛନ୍ତି । ସେହିପରି ଛାତ୍ରଙ୍କ ପାସ୍ ହାର ୯୯.୨୬ ରହିଛି ।
CISCE ରେଜଲ୍ଟ: ଟପ୍ପର ହେଲେ୧୮ ଜଣ ଛାତ୍ର :-
CISCEର ଦ୍ୱାଦଶ ବୋର୍ଡ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ମୋଟ୍ ୧୮ ଜଣ ଛାତ୍ରଛାତ୍ରୀ ଦେଶର ଟପ୍ ରାଙ୍କ୍ ଲିଷ୍ଟ୍ରେ ନିଜ ସ୍ଥାନ ହାସଲ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1658664793.jpg)